Posts

ବରଗଡ଼ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

Image
 ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଳକ ସଭାଗୃହ ଠାରେ ଆଜି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋଏଲ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି ଜନଶୁଣାଣୀ କାର୍ଯ୍ୟକ୍ରମରେ ବରଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସାହାଇ ମୀନା, ଉପଜିଲ୍ଲାପାଳ କୁମାର ନାଗଭୂଷଣ, ପ୍ରକଳ୍ପ ନିର୍ଦ୍ଦେଶକ ସୁଶାନ୍ତ ସିଂ, ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀଣୀ ଡ଼ା.ନିରୁପମା ଷଡ଼ଙ୍ଗୀ, ଜିଲ୍ଲା ପରିଷଦ ସଭ୍ୟା ନୀଲ କୁମାରୀ ନାୟକ, କଲ୍ପନା ପଧାନ ପ୍ରମୁଖ ମଞ୍ଚାସୀନ ରହି ସାଧାରଣ ଜନତା ଙ୍କ ଅଭିଯୋଗ ଶୁଣିଥିଲେ। ଏହି ଶିବିରରେ ବ୍ୟକ୍ତିଗତ ଓ ଗୋଷ୍ଠୀଗତ ମିଶାଇ ମୋଟ ୮୯  ପଞ୍ଜିକୃତ ଅଭିଯୋଗର ଶୁଣାଣୀ ହୋଇଥିଲା। ଅମ୍ବାଭୋନା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଙ୍କର ବାଗ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଟିକେଶ୍ବର ପଟେଲ, ତହସିଲଦାର ଆନନ୍ଦ ପଣ୍ଡା, ଥାନାଧିକାରୀ ବିପିନ ବାଗ, ତଥା ସମସ୍ତ ବିଭାଗୀୟ ଅଧିକାରୀ, ସରକାରୀ କର୍ମଚାରୀମାନେ ଉପସ୍ଥିତ ରହି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ

ପଦ୍ମଶ୍ରୀ କୁଞ୍ଜ ବିହାରୀ ମେହେରଙ୍କ ଷୋଡଶତମ ଶ୍ରାଦ୍ଧବାର୍ଷିକୀ ପାଳିତ

Image
 ବରପାଲି:ପ୍ରଖ୍ୟାତ ବାନ୍ଧ ଶିଳ୍ପୀ ତଥା ସମ୍ବଲପୁରୀ ବୟନ କଳାର ପ୍ରବାଦ ପୁରୁଷ ପଦ୍ମଶ୍ରୀ, ଶିଳ୍ପୀଗୁରୁ କୁଞ୍ଜ ବିହାରୀ ମେହେରଙ୍କ ଷୋଡଶତମ ଶ୍ରାଦ୍ଧବାର୍ଷିକୀ ଆଜି ବରପାଲି ଗଙ୍ଗାଧର ସ୍ମୃତି ଭବନ ଠାରେ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଛି l ତାଙ୍କ ଦ୍ୱାରା ପ୍ରତିଷ୍ଠିତ ବାନ୍ଧ କଳାର ସଂଗ୍ରହାଳୟ କଳାଭାରତୀ ଟ୍ରଷ୍ଟ ସଂଗ୍ରହାଳୟ ବରପାଲି ତରଫରୁ ଆୟୋଜିତ ଶ୍ରାଦ୍ଧ ସଭାରେ ଅନୁଷ୍ଠାନର ସଭାପତି ଡ଼. ରବୀନ୍ଦ୍ର କୁମାର ଗଡ଼ତିଆ ସଭାପତିତ୍ୱ କରିଥିଲେ l ପ୍ରାରମ୍ଭିକ ସୂଚନା ଓ ପରିଚୟ ପ୍ରଦାନ କରିଥିଲେ ଡ଼. ଶୁକମୁନି ମେହେର l ଏଥିରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ତହସିଲଦାର ଶ୍ରୀ ରୁକ୍ମଣ କୁମାର ମେହେର ଏବଂ ମୁଖ୍ୟବକ୍ତା ଭାବରେ ଶ୍ରୀ ଯତୀନ୍ଦ୍ର କୁମାର ସାହୁ, ଅଧ୍ୟାପକ, ଜଗବନ୍ଧୁ ଦାଶ ମହିଳା ମହାବିଦ୍ୟାଳୟ, ବରପାଲି ଯୋଗଦାନ କରି ଶିଳ୍ପୀଗୁରୁ ଶ୍ରୀ ମେହେରଙ୍କ କୃତିତ୍ୱ ଉପରେ ସ୍ମୃତିଚାରଣ କରିଥିଲେ l ଶ୍ରୀ ମେହେରଙ୍କ ସୁପୁତ୍ର ତଥା ଅନୁଷ୍ଠାନର ମେନେଜିଙ୍ଗ ଟ୍ରଷ୍ଟି, ବିଶିଷ୍ଟ ବାନ୍ଧ ଶିଳ୍ପୀ ଡ଼. ସୁରେନ୍ଦ୍ର ମେହେର ତାଙ୍କ ପିତାଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ପ୍ରାରମ୍ଭିକ ସଂଗୀତ ଗଙ୍ଗାଧର ମେହେର ମହିଳା ସଙ୍ଘର ସଦସ୍ୟା ମାନେ ପରିବେଷଣ କରିଥିଲେ l ଶେଷରେ ଅନୁଷ୍ଠାନର ଅନ୍ୟତମ ସଦସ୍ୟ, ବିଶିଷ୍ଟ ସଂଗୀତ ନିର୍ଦେଶକ ଶ୍ରୀ ବୀରେନ୍ଦ୍ର ନାଥ ନାଗ ଧନ୍ୟବାଦ ଅର୍ପଣ କରିଥଲେ l ଏହି କ...