ପଦ୍ମଶ୍ରୀ କୁଞ୍ଜ ବିହାରୀ ମେହେରଙ୍କ ଷୋଡଶତମ ଶ୍ରାଦ୍ଧବାର୍ଷିକୀ ପାଳିତ


 ବରପାଲି:ପ୍ରଖ୍ୟାତ ବାନ୍ଧ ଶିଳ୍ପୀ ତଥା ସମ୍ବଲପୁରୀ ବୟନ କଳାର ପ୍ରବାଦ ପୁରୁଷ ପଦ୍ମଶ୍ରୀ, ଶିଳ୍ପୀଗୁରୁ କୁଞ୍ଜ ବିହାରୀ ମେହେରଙ୍କ ଷୋଡଶତମ ଶ୍ରାଦ୍ଧବାର୍ଷିକୀ ଆଜି ବରପାଲି ଗଙ୍ଗାଧର ସ୍ମୃତି ଭବନ ଠାରେ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଛି l ତାଙ୍କ ଦ୍ୱାରା ପ୍ରତିଷ୍ଠିତ ବାନ୍ଧ କଳାର ସଂଗ୍ରହାଳୟ କଳାଭାରତୀ ଟ୍ରଷ୍ଟ ସଂଗ୍ରହାଳୟ ବରପାଲି ତରଫରୁ ଆୟୋଜିତ ଶ୍ରାଦ୍ଧ ସଭାରେ ଅନୁଷ୍ଠାନର ସଭାପତି ଡ଼. ରବୀନ୍ଦ୍ର କୁମାର ଗଡ଼ତିଆ ସଭାପତିତ୍ୱ କରିଥିଲେ l ପ୍ରାରମ୍ଭିକ ସୂଚନା ଓ ପରିଚୟ ପ୍ରଦାନ କରିଥିଲେ ଡ଼. ଶୁକମୁନି ମେହେର l ଏଥିରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ତହସିଲଦାର ଶ୍ରୀ ରୁକ୍ମଣ କୁମାର ମେହେର ଏବଂ ମୁଖ୍ୟବକ୍ତା ଭାବରେ ଶ୍ରୀ ଯତୀନ୍ଦ୍ର କୁମାର ସାହୁ, ଅଧ୍ୟାପକ, ଜଗବନ୍ଧୁ ଦାଶ ମହିଳା ମହାବିଦ୍ୟାଳୟ, ବରପାଲି ଯୋଗଦାନ କରି ଶିଳ୍ପୀଗୁରୁ ଶ୍ରୀ ମେହେରଙ୍କ କୃତିତ୍ୱ ଉପରେ ସ୍ମୃତିଚାରଣ କରିଥିଲେ l ଶ୍ରୀ ମେହେରଙ୍କ ସୁପୁତ୍ର ତଥା ଅନୁଷ୍ଠାନର ମେନେଜିଙ୍ଗ ଟ୍ରଷ୍ଟି, ବିଶିଷ୍ଟ ବାନ୍ଧ ଶିଳ୍ପୀ ଡ଼. ସୁରେନ୍ଦ୍ର ମେହେର ତାଙ୍କ ପିତାଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ପ୍ରାରମ୍ଭିକ ସଂଗୀତ ଗଙ୍ଗାଧର ମେହେର ମହିଳା ସଙ୍ଘର ସଦସ୍ୟା ମାନେ ପରିବେଷଣ କରିଥିଲେ l ଶେଷରେ ଅନୁଷ୍ଠାନର ଅନ୍ୟତମ ସଦସ୍ୟ, ବିଶିଷ୍ଟ ସଂଗୀତ ନିର୍ଦେଶକ ଶ୍ରୀ ବୀରେନ୍ଦ୍ର ନାଥ ନାଗ ଧନ୍ୟବାଦ ଅର୍ପଣ କରିଥଲେ l ଏହି କାର୍ଯ୍ୟକ୍ରମକୁ କଳାଭାରତୀ ଟ୍ରଷ୍ଟ ସଂଗ୍ରହାଳୟ ର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ର ସୁପରିଚାଳନାରେ ସହଯୋଗ କରିଥିଲେ l

Comments

Popular posts from this blog

ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ରେ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ

ଜଗବନ୍ଧୁ ଦାସ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ବାର୍ଷିକ କ୍ରୀଡ଼ା ଉତ୍ସବ

ହରି ହର ଭେଟ ପାଇଁ ପ୍ରସ୍ତୁତି ବୈଠକ