ନିଟ୍ (ୟୁଜି-ମେଡିକାଲ) ପରୀକ୍ଷା ୨୦୨୫ରେ ବରଗଡ଼ କ୍ରୀଷ୍ଣା ବିକାଶ, ସଫଳତା

 

ନିଟ୍ (ୟୁଜି-ମେଡିକାଲ) ପରୀକ୍ଷା ୨୦୨୫ରେ ବରଗଡ଼ କ୍ରୀଷ୍ଣା ବିକାଶ, ସଫଳତା।



(ୟୁଜି-ମେଡିକାଲ) ୨୦୨୫ ପରୀକ୍ଷାରେ ବରଗଡ଼ର କ୍ରୀଷ୍ଣା ବିକାଶ,  ମୋଟ୍ ୧୫୦ ଜଣ ଛାତ୍ରଛାତ୍ରୀ ସଫଳ ହୋଇ ନୂତନ ରେକର୍ଡ୍ ସୃଷ୍ଟି କରିଛନ୍ତି । ମୋଟ୍ ୨୩ଜଣ ଛାତ୍ର ୫୦୦ରୁ ଉର୍ଦ୍ଧ ମାର୍କ, ୪୩ଜଣ ଛାତ୍ରଛାତ୍ରୀଙ୍କ ଦେଶର ଓ ରାଜ୍ୟର ବିଭିନ୍ନ ସରକାରୀ ମେଡିକାଲ କଲେଜରେ ସିଟ୍ ପାଇବା ଆଶାୟୀ ବୋଲି କ୍ରୀଷ୍ଣା ବିକାଶ ଗ୍ରୁପ୍‌ର ମ୍ୟାନେଜିଂ ଡାଇରେକ୍ଟର ଶ୍ରୀ ବିବେକ ଦାଶରୀ ପ୍ରକାଶ କରିଛନ୍ତି । ବିକାଶ ଆବାସିକ ବିଦ୍ୟାଳୟର ଦ୍ୱାଦଶ ଶ୍ରେଣୀ ଛାତ୍ର ପ୍ରତ୍ୟୁଷ କୁମାର ସାହୁ ( ସରଣ୍ଡାପାଲି, ବରପାଲି,) ୫୮୨ ମାର୍ଚ୍ଚ ସହ ସର୍ବଭାରତୀୟ ଓବିସି ବର୍ଗରେ (୧୧୭୮ଗ୍ୟାଙ୍କ୍), ବିକାଶ ସୁପର-୪୦ ବ୍ୟାଚ୍‌ର ରୀତିକା ଅଗ୍ରୱାଲ ୫୭୮ ମାର୍କ ସହିତ (୧୯୭୨ ଗ୍ୟାଙ୍କ୍) ଏବଂ କାନ୍ତିପୁଡି ରୁପାରଞ୍ଜିତା ୫୭୫ ମାର୍କ (୨୨୪୨ ଗ୍ୟାଙ୍କ୍) ସହ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି ବୋଲି ବିକାଶ ଆବାସିକ ବିଦ୍ୟାଳୟ ସିନିୟର୍ ସେକେଣ୍ଡାରୀ ଅଧ୍ୟକ୍ଷ ଶ୍ରୀ ଚିତରଞ୍ଜନ ପତି ପ୍ରକାଶ କରିଛନ୍ତି । ଅନ୍ୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପିୟୁଷ ସାହୁ ୫୭୩ ମାର୍କ, ପିୟୁଷ ମିଶ୍ର ୫୬୭ ମାର୍କ, ରୋନକ୍ ସାହୁ ୫୬୫ ମାର୍କ, ମୁକେଶ ପୁରୋହିତ ୫୬୨ ମାର୍କ, ରାକେଶ ଚନ୍ଦ୍ର ପ୍ରଧାନ ୫୬୧ମାର୍କ, ଶୁଭମ ପଣ୍ଡା ୫୫୨ମାର୍କ, ହର୍ଷିତ ୫୪୬ ମାର୍କ, ଦିପଲ ୫୩୫ ମାର୍କ, ଅମରନାଥ ୫୩୪ ମାର୍କ, ନମିତା ୫୩୪ ମାର୍କ, ଅଶୁତୋଷ ୫୨୪ ମାର୍କ, ଆର୍ଯନ ୫୨୨ ମାର୍କ, ଅପର୍ଣା ୫୧୮ ମାର୍କ, ରଜତ ୫୧୮ ମାର୍କ, ନମ୍ରତା ୫୧୨ ମାର୍କ, ମଧୁସୁଦନ ୫୧୧ ମାର୍କ, ନିର୍ଲିପ୍ତା ୫୦୯ ମାର୍କ, ଜତିନ୍ଦ୍ର ୫୦୧ ମାର୍କ, ନବନୀତ ବିଶ୍ଵାଳ ୫୦୦ ମାର୍କ ସହ ସର୍ବଭାରତୀୟ ଏସ୍‌ଟି ବର୍ଗରେ ୨୯୨ ଗ୍ୟାଙ୍କ୍ ରଖିଥିବାବେଳେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବରଗଡ଼ର +୨ ଦ୍ଵିତୀୟ ବର୍ଷ ଛାତ୍ରୀ ଲିସା ପ୍ରଧାନ ୫୨୧ ମାର୍କ ରଖିଥିବାବେଳେ ୨୦୨୩-୨୪ ବ୍ୟାଚ୍ ର ବିଭ୍ରାଂଶୁ ୫୬୦ ମାର୍କ, ଆୟୁଷ୍ମନ୍ତ ୫୪୦ ମାର୍କ, ସୁଧର ୫୩୯ ମାର୍କ, ରିଶିକେଷ ୫୩୫ ମାର୍କ, ବରୁଣ ୪୪୩ ରଖ୍ ଅନୁଷ୍ଠାନ ପାଇଁ ଗୌରବ ଆଣିଥିବାରୁ କ୍ରୀଷ୍ଣା ବିକାଶ ଗ୍ରୁପ୍ ର ଚେୟାର୍‌ମେନ୍ ଶ୍ରୀ ଡି.ମୂରଲୀ କ୍ରୀଷ୍ଣା ଖୁସି ବ୍ୟକ୍ତ କରିବା ସହିତ ଶିକ୍ଷାବର୍ଷ ୨୦୨୪-୨୫ ର ସମସ୍ତ ପରୀକ୍ଷା ର ଫଳାଫଳ ଉପରେ ବିଶେଷ ବିବରଣୀ ଦେଇ ପ୍ରକାଶ କରିଥିଲେ ଯେ, ଚଳିତ ବର୍ଷ ପ୍ରକାଶିତ ଆଇଆଇଟି-ଜେଇଇ (ମେନ୍) ସେସନ୍- ୨ ପ୍ରବେଶିକା ପରୀକ୍ଷାରେ ବିକାଶ ଆବାସିକ ବିଦ୍ୟାଳୟ, ବରଗଡ଼ର ଛାତ୍ର ପ୍ରତ୍ୟୁଷ କୁମାର ସାହୁ ୯୯.୩୯ ପର୍ସେଣ୍ଟାଇଲ ରଖୁଥ‌ିବାବେଳ ୪ ଜଣ ଛାତ୍ରଛାତ୍ରୀ ୯୮ପର୍ସେଣ୍ଟାଇଲ ଉର୍ଦ୍ଧରେ, ୧୪ ଜଣ ଛାତ୍ରଛାତ୍ରୀ ୯୭ ପର୍ସେଣ୍ଟାଇଲ ଉର୍ଦ୍ଧରେ, ୨୧ ଜଣ ଛାତ୍ରଛାତ୍ରୀ ୯୫ ପର୍ସେଣ୍ଟାଇଲରୁ ଉର୍ଦ୍ଧ୍ବରେ ଏବଂ ୮୭ ଜଣ ଛାତ୍ରଛାତ୍ରୀ ଆଇଆଇଟି- ଜେଇଇ(ମେନ୍) ସେସନ୍-୨ରେ ଉତ୍‌ତୀର୍ଣ୍ଣ ହୋଇଥିବାବେଳେ ଆଇ.ଆଇ.ଟି. ଜେଇଇ (ଏଡଭାନ୍ସଡ୍) ପ୍ରବେଶିକା ପରୀକ୍ଷାରେ ୪ ଜଣ ଛାତ୍ରଛାତ୍ରୀ ଉତୀର୍ଣ୍ଣ ହୋଇଥିବା ବେଳେ ହେମନିଲ ଭୁଏ ସର୍ବଭାରତୀୟ ୩୬୬ (ଏସ୍‌ଟି) ଗ୍ୟାଙ୍କ୍‌ରେ ଉତୀର୍ଥ ହୋଇଛନ୍ତି । ସିବିଏସ୍‌ସି ଦଶମ ଓ ଦ୍ବାଦଶ ଶ୍ରେଣୀରେ ୨୦୦ ରୁ ଅଧିକ ଛାତ୍ରଛାତ୍ରୀ ୯୦% ରୁ ଉର୍ଦ୍ଧ୍ବ ମାର୍କ ରଖ୍ ଉତୀର୍ଣ୍ଣ ହୋଇଥିବାବେଳେ +୨ ବିଜ୍ଞାନ ଓ ବାଣିଜ୍ୟରେ ୧୯ ଜଣ ୯୦% ଓ ୭୭ ଜଣ ୫୦୦ ରୁ ଉର୍ଦ୍ଧ୍ବ ମାର୍କ ରଖୁଥ‌ିବାର ପ୍ରକାଶ କରିଛନ୍ତି ।

Comments

Popular posts from this blog

ସାଂସଦ ଓ ବିଧାୟକ ଙ୍କ ବରପାଲି ଗସ୍ତ

ନଗର ଯାଦବ ସମାଜ ପକ୍ଷରୁ ନୂତନ କର୍ମକର୍ତ୍ତା ଚୟନ

ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ରେ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ