ବରପାଲି ରେ ସେବା ସପ୍ତାହ ଆଜି ଉଦଯାପିତ


 ବରପାଲି ରେ ସେବା ସପ୍ତାହ ଆଜି ଉଦଯାପିତ।


ବରପାଲି ତା:୧୫-୦୬(ଚିତ୍ତରଞ୍ଜନ ସାହୁ)

ବରପାଲି ମାରୱାଡ଼ି ଯୁବା ମଞ୍ଚ ଓ ପ୍ରେରଣା  ଅନୁଷ୍ଠାନ ର ମିଳିତ ଆନୁକୁଲ୍ୟରେ ବରପାଲି ରେ ସେବା ସପ୍ତାହ ଆଜି ରବିବାର  ଉଦଯାପିତ ହୋଇଛି ।

ଆଜି ଅଗ୍ରସେନ୍ ଭବନ ଠାରେ ଏହି ସେବା ସପ୍ତାହ ଉଦଯାପନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ବିଜେପୁର ବିଧାୟକ ସନତ ଗଡତିଆ ଯୋଗଦେଇ ଥିଲେ । ଏହି ଅବସରରେ ବିଶ୍ଵ ରକ୍ତ ଦାନ ଦିବସ ରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହେବା ସହ ଏକ ମୁଠି ଅନ୍ନ ଦାନ କାର୍ଯକ୍ରମ ରେ ପ୍ରତ୍ୟେକ ଙ୍କ ଘରୁ ମୁଠାଏ ଚାଉଳ ସଂଗ୍ରହ କରି ଗରିବ ଖଟିଖିଆ ମାନଂକ ମଧ୍ୟ ରେ ବଣ୍ଟନ କରାଯିବ। ସହ କାର୍ଯ୍ୟକ୍ରମ କୁ ମଧ୍ୟ ଅତିଥି ମାନେ ପରିଦର୍ଶନ କରିଥିଲେ। ଏହି ଉଦଯାପନୀ ଉତ୍ସବ ରେ ସମ୍ମାନିତ ଅତିଥି ଭାବେ ଶ୍ରୀମତୀ ସୁନିତା ମୁଣ୍ଡ, ଅଶୋକ ପଣ୍ଡା,ଚିତ୍ତରଞ୍ଜନ ସାହୁ,ପ୍ରଦ୍ୟୁମ୍ନ ତ୍ରିପାଠୀ,ଘରଯୁଗି  ଗଡତିଆ ଯୋଗ ଦେଇ ଆଜି ର ଏ ସମୟରେ ରକ୍ତର ସବୁ ବେଳେ ଲୋକଙ୍କୁ ଦରକାର ପଡ଼ିଥାଏ ଯାହାକି ରୋଗାକ୍ରାନ୍ତ ଲୋକଙ୍କ ପାଇଁ ସବୁ ବେଳେ ମୂଲ୍ୟବାନ ବୋଲି ଅତିଥି ମାନେ ବାକ୍ତର୍ବ୍ୟ ପ୍ରଦାନ କରିଥିଲେ। ର୍ଏହି କାର୍ଯ୍ୟକ୍ରମ କୁ ବରପାଲି ଶାଖା ର ଅଧକ୍ଷ ପ୍ରଦୀପ ଅଗ୍ରୱାଲ, ଉପାଧ୍ୟକ୍ଷ ଉମେଶ ଅଗ୍ରୱାଲ, ସମ୍ପାଦକ ଅଖିଳ ଅଗ୍ରୱାଲ, କୋଷାଧ୍ୟକ୍ଷ ଦୀପକ ଜୈନ, ରମେଶ ଜଲାନ ରକ୍ତ ଦାନ ସଂଯୋଜକ, ଅନ୍ୟପକ୍ଷରେ ପ୍ରେରଣା ବରପାଲି ଶାଖା ଅଧକ୍ଷ ମୁସ୍କାନ ଅଗ୍ରୱାଲ, ସମ୍ପାଦିକା ବର୍ଷା ଅଗ୍ରୱାଲ, ରକ୍ତଦାନ ସଂଯୋଜିକା ଶୀତଳ ଅଗ୍ରୱାଲ ଙ୍କ ସମେତ ରାଜେଶ ଜୈନ, ଶଙ୍କର ଅଗ୍ରୱାଲ, ବିଷ୍ଣୁ ଶର୍ମା, କମଳ ଅଗ୍ରୱାଲ, ଆନନ୍ଦ ଅଗ୍ରୱାଲ, ପୱନ୍ ଅଗ୍ରୱାଲ, ଗୋବିନ୍ଦ ଅଗ୍ରୱାଲ ପ୍ରମୁଖ ସକ୍ରିୟ ସହଯୋଗ କରୁଛନ୍ତି ।

Comments

Popular posts from this blog

ନିଟ୍ (ୟୁଜି-ମେଡିକାଲ) ପରୀକ୍ଷା ୨୦୨୫ରେ ବରଗଡ଼ କ୍ରୀଷ୍ଣା ବିକାଶ, ସଫଳତା

ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ବିଶ୍ଵ ପରିବେଶ ଦିବସ ପାଳିତ