Posts

Showing posts from January, 2025

୨୯ ତମ ସର୍ବ ଭାରତୀୟ ବୋରାସମ୍ବର କ୍ରିକେଟ କଫ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ

Image
୨୯ ତମ ସର୍ବ ଭାରତୀୟ ବୋରାସମ୍ବର କ୍ରିକେଟ କଫ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ — ବରଗଡ଼/ପଦ୍ମପୁର (11.01.2025) - ବରଗଡ଼ ଜିଲ୍ଲା ପଦ୍ମପୁର ରାଜବୋଡାସମ୍ବର ଖେଳପଡିଆ ଠାରେ 29 ତମ ସର୍ବଭାରତୀୟ ବୋରାସମ୍ବର କ୍ରିକେଟ କଫ ଆଜିଠାରୁ ଅନୁଷ୍ଠାନିକ ଭାବରେ ଉଦଘାଟିତ ହୋଇଯାଇଛି। ଆଜିର ଉଦଘାଟନୀ ଦିବସରେ ମୁଖ୍ୟଅତିଥି ଭାବରେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା   ସମ୍ମାନିତ ଅତିଥି ରାଜବୋଡାସମ୍ବର ବ୍ଲକ ଅଧ୍ୟକ୍ଷ ରଞ୍ଜିତ ସିଂ ବରିହା, ପାଇକମାଳ ବ୍ଲକ ଅଧ୍ୟକ୍ଷା  ଭାବନା ସିଂ, ଝାରବନ୍ଧ ବ୍ଲକ ଅଧ୍ୟକ୍ଷା ଲିପ୍ସା ପ୍ରଧାନ ଶୁଭ ଉଦ୍ଘାଟନ କରିଥିଲେ।ଟୁର୍ଣ୍ଣାମେଣ୍ଟ  ଉଦଘାଟନୀ ର ପ୍ରଥମ ମ୍ୟାଚ ରେ ଆଜି ବୋରାସମ୍ବର ସ୍ପେଟିଙ୍ଗ ଓ ବିରାଟ କ୍ରିକେଟ ଏକାଡେମୀ କୋଲକାତା  ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା। କୋଲକାତା ଦଳ ପ୍ରଥମେ ଟସ ଜିଣି ନିର୍ଦ୍ଧାରିତ 30 ଓଭରରେ ଅଳଆଉଟ ହୋଇ  136 ରନ ସଂଗ୍ରହ କରିଥିଲେ ଓ ଦଳ ପକ୍ଷରୁ ବିକାଶ ଶର୍ମା ଏବଂ ରିସଭ ରାଜ ଉଭୟେ 31 ରନ କରିଥିଲେ ତାର ଜବାବରେ ବୋରା ସମ୍ବର ସ୍ପେଟିଙ୍ଗ ଦଳ 23 ଓଭରରେ 4 ବଲ ରେ ମାତ୍ର 112 ରନ ସଂଗ୍ରହ କରିଥିଲେ ଫଳରେ 24 ରନରେ କୋଲକାତା ଦଳ ବିଜୟୀ ହୋଇଥିଲେ। ପ୍ରଥମ  ମ୍ୟାଚର ଉଦଯାପିତ ଦିବସରେ ଅତିଥି ଭାବରେ ପଦ୍ମପୁର ସାମ୍ବାଦିକ ସଙ୍ଘ ର ଲାଲ ବିହାରୀ ମିଶ୍ର, ପ୍ରଦୀପ୍ତ ଦାଶ, ରତ୍ନ ମଣି ଶତପଥି, ଗୋପବନ୍ଧୁ ସିକା  ନୀଳକଣ୍ଠ...

ଘରୋଇ ଗଣ୍ଡଗୋଳକୁ ନେଇ ହେଲା ହତ୍ୟାକାଣ୍ଡ l ଭିଣୋଇ କୁ ହତ୍ୟା କଲା ଶଳା

Image
 ଘରୋଇ ଗଣ୍ଡଗୋଳକୁ ନେଇ ହେଲା ହତ୍ୟାକାଣ୍ଡ l  ଭିଣୋଇ କୁ ହତ୍ୟା କଲା ଶଳା । - ଛାତିରେ ଛୁରୀ ମାରି ଶଳା ହତ୍ୟା କଲା ଭିଣୋଇ କୁ l ଗତକାଲି ରାତ୍ରୀ  ସମୟରେ ବରଗଡ଼ ସହର 11 ନମ୍ବର ୱାର୍ଡ଼, ମଙ୍ଗଳା ଝୁପୁଡ଼ି ଠାରେ ଘଟିଛି ଏପରି ଏକ ଅଭାବନୀୟ ଘଟଣା l ସୂଚନା ଅନୁଯାୟୀ ମଙ୍ଗଳା ଝୁପୁଡ଼ି ରେ  ନିଜ ପରିବାର ସହିତ ରହୁଥିବା ଶଙ୍କର ଦାସ କୌଣସି କାରଣକୁ ନେଇ ତାଙ୍କ ସ୍ତ୍ରୀ ଙ୍କ ସହିତ ଗଣ୍ଡଗୋଳ ହୋଇଥିଲା l ଉଭୟ ସ୍ୱାମୀ ସ୍ତ୍ରୀ ଙ୍କ ଗଣ୍ଡଗୋଳରେ ଶଳା ନିପୁନ ଉତ୍ୟକ୍ତ ହୋଇ ଭିଣୋଇ କୁ  ମାଡ଼ମାରିବା ସହିତ ଏକ ଛୁରା ରେ ଭିଣୋଇର ଛାତିରେ ଆକ୍ରମଣ କରିଥିଲା l ତେବେ ଭିଣୋଇ ଶଙ୍କର ଦାସ ଚିତ୍କାର କରିବା ସହ ଛାତିରୁ ପ୍ରବଳ ରକ୍ତସ୍ରାବ ହୋଇଥିବା ଦେଖି ଶଙ୍କର ଙ୍କର ସ୍ତ୍ରୀ ପାଖ ପଡ଼ୋଶୀଙ୍କ ସହାୟତାରେ ହସ୍ପିଟାଲକୁ ନିଆଯାଇଥିଲା ।ମାତ୍ର ସେଠାରେ ଡାକ୍ତର ଶଙ୍କର ଙ୍କୁ ମୃତ ଘୋଷଣା କରିଥିଲେ l ହତ୍ୟା ଅଭିଯୁକ୍ତ ଶଳା ନିପୁନ ଫେରାର ହୋଇଯାଇଥିଲା l ତେବେ ଟାଉନ ପୋଲିସ ଏକ ହତ୍ୟାକାଣ୍ଡ ମାମଲା ଋଜୁକରି ତଦନ୍ତ ଆରମ୍ଭ କରିଦେଇଥିବା ବେଳେ ଅଭିଯୁକ୍ତ ନିପୁନ  କୁ ଖୋଜିବା ଆରମ୍ଭ କରିଦେଇଛି ।