୨୯ ତମ ସର୍ବ ଭାରତୀୟ ବୋରାସମ୍ବର କ୍ରିକେଟ କଫ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ


୨୯ ତମ ସର୍ବ ଭାରତୀୟ ବୋରାସମ୍ବର କ୍ରିକେଟ କଫ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ —

ବରଗଡ଼/ପଦ୍ମପୁର (11.01.2025) - ବରଗଡ଼ ଜିଲ୍ଲା ପଦ୍ମପୁର ରାଜବୋଡାସମ୍ବର ଖେଳପଡିଆ ଠାରେ 29 ତମ ସର୍ବଭାରତୀୟ ବୋରାସମ୍ବର କ୍ରିକେଟ କଫ ଆଜିଠାରୁ ଅନୁଷ୍ଠାନିକ ଭାବରେ ଉଦଘାଟିତ ହୋଇଯାଇଛି। ଆଜିର ଉଦଘାଟନୀ ଦିବସରେ ମୁଖ୍ୟଅତିଥି ଭାବରେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା  
ସମ୍ମାନିତ ଅତିଥି ରାଜବୋଡାସମ୍ବର ବ୍ଲକ ଅଧ୍ୟକ୍ଷ ରଞ୍ଜିତ ସିଂ ବରିହା, ପାଇକମାଳ ବ୍ଲକ ଅଧ୍ୟକ୍ଷା 
ଭାବନା ସିଂ, ଝାରବନ୍ଧ ବ୍ଲକ ଅଧ୍ୟକ୍ଷା ଲିପ୍ସା ପ୍ରଧାନ ଶୁଭ ଉଦ୍ଘାଟନ କରିଥିଲେ।ଟୁର୍ଣ୍ଣାମେଣ୍ଟ  ଉଦଘାଟନୀ ର ପ୍ରଥମ ମ୍ୟାଚ ରେ ଆଜି ବୋରାସମ୍ବର ସ୍ପେଟିଙ୍ଗ ଓ ବିରାଟ କ୍ରିକେଟ ଏକାଡେମୀ କୋଲକାତା  ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା। କୋଲକାତା ଦଳ ପ୍ରଥମେ ଟସ ଜିଣି ନିର୍ଦ୍ଧାରିତ 30 ଓଭରରେ ଅଳଆଉଟ ହୋଇ  136 ରନ ସଂଗ୍ରହ କରିଥିଲେ ଓ ଦଳ ପକ୍ଷରୁ ବିକାଶ ଶର୍ମା ଏବଂ ରିସଭ ରାଜ ଉଭୟେ 31 ରନ କରିଥିଲେ ତାର ଜବାବରେ ବୋରା ସମ୍ବର ସ୍ପେଟିଙ୍ଗ ଦଳ 23 ଓଭରରେ 4 ବଲ ରେ ମାତ୍ର 112 ରନ ସଂଗ୍ରହ କରିଥିଲେ ଫଳରେ 24 ରନରେ କୋଲକାତା ଦଳ ବିଜୟୀ ହୋଇଥିଲେ। ପ୍ରଥମ  ମ୍ୟାଚର ଉଦଯାପିତ ଦିବସରେ ଅତିଥି ଭାବରେ ପଦ୍ମପୁର ସାମ୍ବାଦିକ ସଙ୍ଘ ର ଲାଲ ବିହାରୀ ମିଶ୍ର, ପ୍ରଦୀପ୍ତ ଦାଶ, ରତ୍ନ ମଣି ଶତପଥି, ଗୋପବନ୍ଧୁ ସିକା  ନୀଳକଣ୍ଠ ଦୀପ, ଆଦର୍ଶ ନାଥ, ତୃପ୍ତିମୟ ତ୍ରିପାଠୀ, ଜୟନ୍ତ ସେଠ, ସୁରେନ୍ଦ୍ର ମେହେର , ଡି ଲେଶ୍ୱର ବାଗ, ପ୍ରମୁଖ ଯୋଗଦାନ ଦେଇ ମେନ୍ ଅଫଦି ମ୍ୟାଚ ଭାବରେ କୋଲକାତା ଦଳର ପ୍ରଶାନ୍ତ ରଞ୍ଜନ ଙ୍କୁ  ପୁରସ୍କୃତ ପ୍ରଦାନ କରିଥିଲେ।  ଦ୍ବିତୀୟ ଦିନ ର ମ୍ୟାଚ  ୟୁନିଅନ ସ୍ପୋଟିଙ୍ଗ କଟକ ଓ କୋଲକାତା ମଧ୍ୟରେ ଅନୁଷ୍ଠିତ ହେବ ।  ଜାନୁୟାରୀ ତାରିଖ ରବିବାର ଦିନ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । 29 ତମ ଟୁର୍ଣ୍ଣାମେଣ୍ଟ ରେ ରାଜ୍ୟ ତଥା ରାଜ୍ୟ ବାହାରୁ ୧୦ ଟି ଦଳ ଯୋଗଦାନ ଦେଉଛନ୍ତି । ଏଥର ଟୁର୍ଣ୍ଣାମେଣ୍ଟ ର ବିଜେତା ଦଳ ଙ୍କୁ ୭୦ ହଜାର ନଗଦ ରାଶି ସହ ବୋରା ସମ୍ବର ଟ୍ରଫି ଓ ଉପ ବିଜେତା ଦଳକୁ ୪୦ ହଜାର ନଗଦ ରାଶି ଓ ଟ୍ରଫି ପ୍ରଦାନ କରିବା ପାଇଁ ବୋରାସମ୍ବର ସ୍ପେଟିଙ୍ଗ ଘୋଷଣା କରିଛି। ଆଜିର ପ୍ରଥମ ଦିନ ର ମ୍ୟାଚ କୁ ଅମ୍ପାୟାର ଶ୍ୟାମସୁନ୍ଦର ପଣ୍ଡା ଏବଂ ସୁଶାନ୍ତ ପାଣିଗ୍ରାହୀ  ପରିଚାଳନା କରିଥିବା ବେଳେ ସ୍କୋରର ଅମରେଶ ବେହେରା, ରିଙ୍କୁ ବରିହା ଓ  ଦିବ୍ୟ ପଣ୍ଡା, ରୋହିଣି ପାଣ୍ଡେ,କୁମାର ଆନନ୍ଦ ପ୍ରମୁଖ ମ୍ୟାଚ ର ଧାରାବିବରଣୀ ପ୍ରଦାନ କରିଥିଲେ ।

Comments