ଘରୋଇ ଗଣ୍ଡଗୋଳକୁ ନେଇ ହେଲା ହତ୍ୟାକାଣ୍ଡ l ଭିଣୋଇ କୁ ହତ୍ୟା କଲା ଶଳା
ଘରୋଇ ଗଣ୍ଡଗୋଳକୁ ନେଇ ହେଲା ହତ୍ୟାକାଣ୍ଡ l ଭିଣୋଇ କୁ ହତ୍ୟା କଲା ଶଳା ।
- ଛାତିରେ ଛୁରୀ ମାରି ଶଳା ହତ୍ୟା କଲା ଭିଣୋଇ କୁ l ଗତକାଲି ରାତ୍ରୀ ସମୟରେ ବରଗଡ଼ ସହର 11 ନମ୍ବର ୱାର୍ଡ଼, ମଙ୍ଗଳା ଝୁପୁଡ଼ି ଠାରେ ଘଟିଛି ଏପରି ଏକ ଅଭାବନୀୟ ଘଟଣା l ସୂଚନା ଅନୁଯାୟୀ ମଙ୍ଗଳା ଝୁପୁଡ଼ି ରେ ନିଜ ପରିବାର ସହିତ ରହୁଥିବା ଶଙ୍କର ଦାସ କୌଣସି କାରଣକୁ ନେଇ ତାଙ୍କ ସ୍ତ୍ରୀ ଙ୍କ ସହିତ ଗଣ୍ଡଗୋଳ ହୋଇଥିଲା l ଉଭୟ ସ୍ୱାମୀ ସ୍ତ୍ରୀ ଙ୍କ ଗଣ୍ଡଗୋଳରେ ଶଳା ନିପୁନ ଉତ୍ୟକ୍ତ ହୋଇ ଭିଣୋଇ କୁ ମାଡ଼ମାରିବା ସହିତ ଏକ ଛୁରା ରେ ଭିଣୋଇର ଛାତିରେ ଆକ୍ରମଣ କରିଥିଲା l ତେବେ ଭିଣୋଇ ଶଙ୍କର ଦାସ ଚିତ୍କାର କରିବା ସହ ଛାତିରୁ ପ୍ରବଳ ରକ୍ତସ୍ରାବ ହୋଇଥିବା ଦେଖି ଶଙ୍କର ଙ୍କର ସ୍ତ୍ରୀ ପାଖ ପଡ଼ୋଶୀଙ୍କ ସହାୟତାରେ ହସ୍ପିଟାଲକୁ ନିଆଯାଇଥିଲା ।ମାତ୍ର ସେଠାରେ ଡାକ୍ତର ଶଙ୍କର ଙ୍କୁ ମୃତ ଘୋଷଣା କରିଥିଲେ l ହତ୍ୟା ଅଭିଯୁକ୍ତ ଶଳା ନିପୁନ ଫେରାର ହୋଇଯାଇଥିଲା l ତେବେ ଟାଉନ ପୋଲିସ ଏକ ହତ୍ୟାକାଣ୍ଡ ମାମଲା ଋଜୁକରି ତଦନ୍ତ ଆରମ୍ଭ କରିଦେଇଥିବା ବେଳେ ଅଭିଯୁକ୍ତ ନିପୁନ କୁ ଖୋଜିବା ଆରମ୍ଭ କରିଦେଇଛି ।
Comments
Post a Comment