ନିଟ୍ (ୟୁଜି-ମେଡିକାଲ) ପରୀକ୍ଷା ୨୦୨୫ରେ ବରଗଡ଼ କ୍ରୀଷ୍ଣା ବିକାଶ, ସଫଳତା

ନିଟ୍ (ୟୁଜି-ମେଡିକାଲ) ପରୀକ୍ଷା ୨୦୨୫ରେ ବରଗଡ଼ କ୍ରୀଷ୍ଣା ବିକାଶ, ସଫଳତା। (ୟୁଜି-ମେଡିକାଲ) ୨୦୨୫ ପରୀକ୍ଷାରେ ବରଗଡ଼ର କ୍ରୀଷ୍ଣା ବିକାଶ, ମୋଟ୍ ୧୫୦ ଜଣ ଛାତ୍ରଛାତ୍ରୀ ସଫଳ ହୋଇ ନୂତନ ରେକର୍ଡ୍ ସୃଷ୍ଟି କରିଛନ୍ତି । ମୋଟ୍ ୨୩ଜଣ ଛାତ୍ର ୫୦୦ରୁ ଉର୍ଦ୍ଧ ମାର୍କ, ୪୩ଜଣ ଛାତ୍ରଛାତ୍ରୀଙ୍କ ଦେଶର ଓ ରାଜ୍ୟର ବିଭିନ୍ନ ସରକାରୀ ମେଡିକାଲ କଲେଜରେ ସିଟ୍ ପାଇବା ଆଶାୟୀ ବୋଲି କ୍ରୀଷ୍ଣା ବିକାଶ ଗ୍ରୁପ୍ର ମ୍ୟାନେଜିଂ ଡାଇରେକ୍ଟର ଶ୍ରୀ ବିବେକ ଦାଶରୀ ପ୍ରକାଶ କରିଛନ୍ତି । ବିକାଶ ଆବାସିକ ବିଦ୍ୟାଳୟର ଦ୍ୱାଦଶ ଶ୍ରେଣୀ ଛାତ୍ର ପ୍ରତ୍ୟୁଷ କୁମାର ସାହୁ ( ସରଣ୍ଡାପାଲି, ବରପାଲି,) ୫୮୨ ମାର୍ଚ୍ଚ ସହ ସର୍ବଭାରତୀୟ ଓବିସି ବର୍ଗରେ (୧୧୭୮ଗ୍ୟାଙ୍କ୍), ବିକାଶ ସୁପର-୪୦ ବ୍ୟାଚ୍ର ରୀତିକା ଅଗ୍ରୱାଲ ୫୭୮ ମାର୍କ ସହିତ (୧୯୭୨ ଗ୍ୟାଙ୍କ୍) ଏବଂ କାନ୍ତିପୁଡି ରୁପାରଞ୍ଜିତା ୫୭୫ ମାର୍କ (୨୨୪୨ ଗ୍ୟାଙ୍କ୍) ସହ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି ବୋଲି ବିକାଶ ଆବାସିକ ବିଦ୍ୟାଳୟ ସିନିୟର୍ ସେକେଣ୍ଡାରୀ ଅଧ୍ୟକ୍ଷ ଶ୍ରୀ ଚିତରଞ୍ଜନ ପତି ପ୍ରକାଶ କରିଛନ୍ତି । ଅନ୍ୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପିୟୁଷ ସାହୁ ୫୭୩ ମାର୍କ, ପିୟୁଷ ମିଶ୍ର ୫୬୭ ମାର୍କ, ରୋନକ୍ ସାହୁ ୫୬୫ ମାର୍କ, ମୁକେଶ ପୁରୋହିତ ୫୬୨ ମାର୍କ, ରାକେଶ ଚନ୍ଦ୍ର ପ୍ରଧାନ ୫୬୧ମାର୍କ, ଶୁଭମ ପଣ୍ଡା ୫୫୨ମାର୍କ, ହର୍ଷିତ ୫୪୬ ମାର୍କ, ଦିପଲ ୫୩୫ ମାର୍କ, ଅମରନାଥ ୫୩୪ ମାର୍କ, ...