ପୁରୀ ରଥଯାତ୍ରା ସାମାଜିକ ସେବା ଶିବିରରେ ବରଗଡ଼ ଜିଲ୍ଲା ଯୁବ ରେଡକ୍ରସର ସ୍ବେଚ୍ଛାସେବୀଙ୍କ ଯୋଗଦାନ
ପୁରୀ ରଥଯାତ୍ରା ସାମାଜିକ ସେବା ଶିବିରରେ ବରଗଡ଼ ଜିଲ୍ଲା ଯୁବ ରେଡକ୍ରସର ସ୍ବେଚ୍ଛାସେବୀଙ୍କ ଯୋଗଦାନ
ବରପାଲି, ତା.୧୧.୦୭.୨୪ ଭାରତୀୟ ରେଡକ୍ରସ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖା ତରଫରୁ ଆୟୋଜିତ ରାଜ୍ୟସ୍ତରୀୟ ସେବା ଶିବିରରେ ବରଗଡ଼ ଜିଲ୍ଲା ବରପାଲି ମହାବିଦ୍ୟାଳୟର ଯୁବ ରେଡକ୍ରସର ସ୍ବେଛାସେବୀ ରାଜଶେଖର ବଗାର, ସମୀର ବିଶି ଓ ଆଶିଷ କୁମାର ସା ତଥା ପରାମର୍ଶଦାତା ଅଧ୍ୟାପକ ଅଲେଖ କୁମାର ମହାନନ୍ଦ ଏବଂ ଜିଲ୍ଲା ସଂଯୋଜକ ଶ୍ରୀ ପରମାନନ୍ଦ ରଥ ଯୋଗଦାନ କରିଥିଲେ । ଉକ୍ତ ଶିବିରକୁ ଓଡ଼ିଶାର ମହାମହିମ ରାଜ୍ୟପାଳ ଶ୍ରୀଯୁକ୍ତ ରଘୁବର ଦାସ, ଉଚ୍ଚ ଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ସୁରଜ୍, ସ୍ୱାସ୍ଥ୍ୟମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ ଓ ସଚିବ ବିଭୂତି ଭୂଷଣ ପଟ୍ଟନାୟକ ଯଥାକ୍ରମେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଉଦଘାଟନ କରିଥିଲେ । ସଭାକାର୍ଯ୍ୟକୁ ପରିଚାଳନା କରିଥିଲେ ଓଡ଼ିଶା ରାଜ୍ୟଶାଖା ରେଡକ୍ରସ ସୋସାଇଟିର ସମ୍ପାଦକ ଡ. ରମେଶ ଚନ୍ଦ୍ର ବେହେରା । ସ୍ବେଚ୍ଛାସେବୀ ମାନେ ରଥଯାତ୍ରାର ଆସିଥିବା ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ଜଳ ବାଣ୍ଟିବା, ପାଣି ଛିଞ୍ଚିବା ତଥା ଅସୁସ୍ଥ ଭକ୍ତଙ୍କୁ ଷ୍ଟ୍ରେଚରରେ ବୋହିନେଇ ପ୍ରାଥମିକ ଚିକିତ୍ସା ପ୍ରଦାନ କରିବା ଆଦି କାର୍ଯ୍ୟ କରିଥିଲେ ଏବଂ ପୁରୀ ଜିଲ୍ଲା ପ୍ରଶାସନକୁ ସହଯୋଗ କରିଥିଲେ ।
Comments
Post a Comment