ସର୍ ସରା ହାଇସ୍କୁଲ ମ୍ୟାଟ୍ରିକ୍ ବ୍ୟାଚ୍ର ବନ୍ଧୁ ମିଳନ ଅବସରରେ ବୃକ୍ଷ ରୋପଣ ଯୋଗଦେଲେ ସାଂସଦ
ସର୍ ସରା ହାଇସ୍କୁଲ ମ୍ୟାଟ୍ରିକ୍ ବ୍ୟାଚ୍ର ବନ୍ଧୁ ମିଳନ ଅବସରରେ ବୃକ୍ଷ ରୋପଣ ଯୋଗଦେଲେ ସାଂସଦ।
ବରଗଡ:-ବରଗଡ଼ ଜିଲ୍ଲା ସରସରା ହାଇସ୍କୁଲର ୧୯୯୩ ମ୍ୟାଟ୍ରିକ୍ ବ୍ୟାଚ୍ର ସମସ୍ତ ବନ୍ଧୁ ମାନଙ୍କୁ ନେଇ ଐତିହାସିକ କିମ୍ବଦନ୍ତୀ ପୂର୍ଣ୍ଣ ଶୈବପୀଠ ଶ୍ରୀଶ୍ରୀ ଝାଡେଶ୍ୱର ମନ୍ଦିର ପ୍ରାଙ୍ଗଣରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ବରଗଡ଼ ଲୋକସଭା ସାଂସଦ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ। ଚିରକାଳ ସ୍ମରଣୀୟ ହୋଇ ରହିବା ପ୍ରୟାସରେ ସମସ୍ତ ସଦସ୍ୟ, ସଦସ୍ୟା ବୃନ୍ଦ ପ୍ରସିଦ୍ଧ ଶ୍ରୀଶ୍ରୀ ଝାଡେଶ୍ୱର ମନ୍ଦିର ପରିସରରେ ବିଭିନ୍ନ ପ୍ରକାରର ବୃକ୍ଷଚାରା ଗୋଟିଏ ଗୋଟିଏ ରୋପଣ ମୁଖ୍ୟ ଅତିଥି ସାଂସଦ ପୁରୋହିତ ଙ୍କ ସହ ସମସ୍ତ ସଦସ୍ୟ ମାନେ ଏହି ଅବସରରେ ବୃକ୍ଷରୋପଣ କରିଥିଲେ। ଏହି ବନ୍ଧୁ ମିଳନ ଅବସରରେ ପୂର୍ବତନ ଛାତ୍ର ଛାତ୍ରୀ ମାନେ ଠାକୁର ବାରିକ, ଦେବାର୍ଚ୍ଚନ ପୂଜାରୀ, ପ୍ରତାପ ଭୋଇ, ପଙ୍କଜ ଦାସ, ଶିଶିର ପଣ୍ଡା,ସୁବ୍ରତ ପଣ୍ଡା, ପ୍ରଶାନ୍ତ ପଧାନ, ପ୍ରତିଭା ପଧାନ, ବିଭୁଦତ୍ତ ଖମାରୀ, ଧନମାଳୀ ମେହେର, କଲ୍ୟାଣୀ ଭୋଇ, ଜୟଶ୍ରୀ ଭୋଇ, ପ୍ରମୋଦ ଭୋଇ, ହରିହର ବିଶି, ରତନ ଭୋଇ, ନନ୍ଦୀତା ତ୍ରିପାଠୀ, ଧିରା ପ୍ରଧାନ ପ୍ରମୁଖଙ୍କ ଉପସ୍ଥିତ ଥିଲେ।
Comments
Post a Comment