ବରପାଲି ରେ ବାହୁଡା଼ ଯାତ୍ରା


 ବରପାଲି ରେ ବାହୁଡା଼ ଯାତ୍ରା।


ବରପାଲି :- ବରପାଲି ଜଗନ୍ନାଥ ମନ୍ଦିରରେ ବାହୁଡା଼ ଯାତ୍ରା ଅନୁଷ୍ଠିତ ହୋଇଛି। ମାଉସୀ ମା ମନ୍ଦିର ନ ଥିବାରୁ ଜଗନ୍ନାଥ ମନ୍ଦିର ପରିସରରେ ହିଁ ଦଶ ଅବତାର ଅନୁଷ୍ଠିତ ହୁଏ । ଆଜି ଅପରାହ୍ନ ରେ ଜମିଦାର ଲାଲ ବିକ୍ରମ ସିଂହ ଦେଓ, ପ୍ରଶାନ୍ତ ସିଂହ ଉପସ୍ଥିତ ରହି ଛେରା ପହରା କରିଥିଲେ । ଏହି ଅବସରରେ ରଥ ନିର୍ମାଣ କରିଥିବା  ବିଜେପୁର ତାଲପଦର୍ ର କାରିଗର ଚିତ୍ର ସେନ ସାହୁ ଙ୍କୁ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା। ଏଠାରେ ପ୍ରକାଶ ଯୋଗ୍ୟ ଯେ ବରପାଲି ଗଙ୍ଗାଧର କ୍ଲବ କୁ  ମାଉସୀ ମା ମନ୍ଦିର  ଭାବରେ ବ୍ୟବହାର କରାଯାଉଥିଲା । କିନ୍ତୁ ଗଙ୍ଗାଧର କ୍ଲବ କୁ ଭଙ୍ଗା ଯାଇ ନୂତନ ଭାବରେ ନିର୍ମାଣ କରାଯାଉଥିବାରୁ ଏହା ସମ୍ଭବ ହୋଇ ପାରୁନାହିଁ।

Comments

Popular posts from this blog

ନିଟ୍ (ୟୁଜି-ମେଡିକାଲ) ପରୀକ୍ଷା ୨୦୨୫ରେ ବରଗଡ଼ କ୍ରୀଷ୍ଣା ବିକାଶ, ସଫଳତା

ବରପାଲି ରେ ସେବା ସପ୍ତାହ ଆଜି ଉଦଯାପିତ

ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ବିଶ୍ଵ ପରିବେଶ ଦିବସ ପାଳିତ