ବରପାଲି ରେ ବାହୁଡା଼ ଯାତ୍ରା


 ବରପାଲି ରେ ବାହୁଡା଼ ଯାତ୍ରା।


ବରପାଲି :- ବରପାଲି ଜଗନ୍ନାଥ ମନ୍ଦିରରେ ବାହୁଡା଼ ଯାତ୍ରା ଅନୁଷ୍ଠିତ ହୋଇଛି। ମାଉସୀ ମା ମନ୍ଦିର ନ ଥିବାରୁ ଜଗନ୍ନାଥ ମନ୍ଦିର ପରିସରରେ ହିଁ ଦଶ ଅବତାର ଅନୁଷ୍ଠିତ ହୁଏ । ଆଜି ଅପରାହ୍ନ ରେ ଜମିଦାର ଲାଲ ବିକ୍ରମ ସିଂହ ଦେଓ, ପ୍ରଶାନ୍ତ ସିଂହ ଉପସ୍ଥିତ ରହି ଛେରା ପହରା କରିଥିଲେ । ଏହି ଅବସରରେ ରଥ ନିର୍ମାଣ କରିଥିବା  ବିଜେପୁର ତାଲପଦର୍ ର କାରିଗର ଚିତ୍ର ସେନ ସାହୁ ଙ୍କୁ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା। ଏଠାରେ ପ୍ରକାଶ ଯୋଗ୍ୟ ଯେ ବରପାଲି ଗଙ୍ଗାଧର କ୍ଲବ କୁ  ମାଉସୀ ମା ମନ୍ଦିର  ଭାବରେ ବ୍ୟବହାର କରାଯାଉଥିଲା । କିନ୍ତୁ ଗଙ୍ଗାଧର କ୍ଲବ କୁ ଭଙ୍ଗା ଯାଇ ନୂତନ ଭାବରେ ନିର୍ମାଣ କରାଯାଉଥିବାରୁ ଏହା ସମ୍ଭବ ହୋଇ ପାରୁନାହିଁ।

Comments

Popular posts from this blog

ଜଗବନ୍ଧୁ ଦାସ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ବାର୍ଷିକ କ୍ରୀଡ଼ା ଉତ୍ସବ

ହରି ହର ଭେଟ ପାଇଁ ପ୍ରସ୍ତୁତି ବୈଠକ

ଜିଲ୍ଲା ସ୍ତରୀୟ ରେଡକ୍ରସ ଶିବିର ଉଦଘାଟିତ