ଦିବ୍ୟାଙ୍ଗ ଙ୍କୁ ବ୳୲ଟେରୀ ଚାଳିତ ଗାଡି ବଣ୍ଟନ
ଦିବ୍ୟାଙ୍ଗ ଙ୍କୁ ବ୳୲ଟେରୀ ଚାଳିତ ଗାଡି ବଣ୍ଟନ ।
ବରପାଲି
ବରଗଡ଼ ଜିଲ୍ଲାର ଏଗାର ଜଣ ଦିବ୍ୟାଙ୍ଗ ଭାଇ ଭଉଣୀ ମାନଙ୍କୁ ବ୳୲ଟେରି ଚାଲିତ ଗାଡ଼ି ମାଗଣାରେ ବଣ୍ଟନ କରାଯାଇଛି ।ବରଗଡ଼ ଜିଲ୍ଲା ର ଦିବ୍ୟାଙ୍ଗ ଙ୍କ ପାଇଁ କାମ କରୁ ଥିବା ବରପାଲି ର ସୁଇଟ୍ ଏଣ୍ଡ ସ୍ମାଇଲ ସଂଗଠନ ର ମୁଖ୍ୟ ଶ୍ରୀ ମତୀ ମଞ୍ଜୁ ଲତା ଦାଶ ଙ୍କ ପ୍ରଚେଷ୍ଟାରେ, ସେହି ସଂଗଠନ ର ସଭ୍ୟ ଦିବାକର ମାଝି ଙ୍କ ତତ୍ତ୍ୱାବଧାନ ରେ ,ଜିଲ୍ଲାର ଏଗାର ଜଣ ଦିବ୍ୟାଙ୍ଗ ଭାଇ ଭଉଣୀ ମାନେ ବ୳୲ଟେରି ଚାଲିତ ଗାଡି ପାଇ ବହୁତ ଖୁସି ଅନୁଭବ କରିଛନ୍ତି ।ଆଜି ବଲାଙ୍ଗୀର ଠାରେ ଏହି ଗାଡି ପ୍ରଦାନ କରାଯାଇଛି । ନିର୍ତାର ବଲାଙ୍ଗିର ପାୱାର ଅଫ ଦିବ୍ୟାଙ୍ଗ ଗ୍ରୁପ୍ ରେ ଦିଆଯାଇଥିବା ଗାଇଡ ଲାଇନ ଅନୁସାରେ ଯେଉଁ ଦିବ୍ୟାଙ୍ଗ ଭାଇ ଭଉଣୀ ମାନେ ଯୋଗ୍ୟ ବିବେଚିତ ହେବେ ,ସେମାନଙ୍କୁ ମଧ୍ୟ ଭବିଷ୍ୟତରେ ଏଭଳି ଅନେକ ଉପକରଣ ଦିଆଯିବ ବୋଲି କୁହାଯାଇଛି ।ଆଜିର ଏହି କାର୍ଯ୍ୟକ୍ରମରେ ଦିବ୍ୟାଙ୍ଗ ଭାଇ କମଳ ସାହୁ, ସାନ ମେହେର ଙ୍କ ସମେତ ଅନେକ ଭାଇ ସହଯୋଗ କରିଥିଲେ ।ସେଥିପାଇଁ ଭୁବନେଶ୍ବର ଏବଂ ବଲାଙ୍ଗିର ନିର୍ତାର ର ମୁଖ୍ୟଙ୍କୁ ସୁଇଟ୍ ଏଣ୍ଡ ସ୍ମାଇଲ ବରପାଲି ଓ ପାୱାର ଅଫ ଦିବ୍ୟାଙ୍ଗ ସଂଗଠନ ବରଗଡ ତରଫରୁ ଧନ୍ୟବାଦ ଜ୍ଞାପନ କରାଯାଇଛି ।
Comments
Post a Comment