ନୂତନ ଅପରାଧିକ ଆଇନ ସଚେତନତା

ନୂତନ ଅପରାଧିକ ଆଇନ ସଚେତନତା

ବରପାଲି : ଇଣ୍ଡିଆନ୍ ପେନାଲ୍ କୋଡ୍ (୧୮୬୦) ବଦଳରେ ଭାରତୀୟ ନ୍ୟାୟ ସଂହିତା, କୋଡ୍ ଅଫ୍ କ୍ରିମିନାଲ୍ ପ୍ରୋସିଜିଓର (୧୯୭୩) ବଦଳରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା, ଇଣ୍ଡିଆନ୍ ଏଭି ଏଭିଡେନ୍ସ ଆକ୍ଟ ଅଧିନିୟମ (୧୮୭୨) ବଦଳରେ ଭାରତୀୟ ସାକ୍ଷ୍ୟ ଅଧିନିୟମ ୨୦୨୩ କରାଯାଇଛି । ଏହି ନିୟମ ଆଜିଠାରୁ କାର୍ଯ୍ୟକାରୀ ହୋଇଥିବାରୁ ବରପାଲି ଥାନାରେ ଏନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ପୀଡ଼ିତଙ୍କ ସୁନିଶ୍ଚିତ ନ୍ୟାୟ ମହିଳା ଓ ଶିଶୁଙ୍କ ସୁରକ୍ଷା ପ୍ରାଧାନ୍ୟ, ତ୍ବରିତ ନ୍ୟାୟ ପାଇଁ ସଠିକ ସମୟରେ ମାମଲାର ବିଚାର, ଅନ୍‌ଲାଇନ୍‌ରେ ଏତଲା ଦାୟର୍ ସୁବିଧା, ଡିଜିଟାଲ ପ୍ରମାଣର ବ୍ୟବହାର, ସଙ୍ଗଠିତ ଅପରାଧ ଇତ୍ୟାଦି ଅପରାଧିକ ଆଇନ ସ୍ପଷ୍ଟ ଓ ସ୍ୱଚ୍ଛ ଅନୁସନ୍ଧାନ ପାଇଁ ସାକ୍ଷୀର ବିବୃତି ଓ ଯାଞ୍ଚର ଅଡିଓ-ଭିଡିଓ ରେକର୍ଡିଂ ଇତ୍ୟାଦି ଆଇନର ପରିସରଭୁକ୍ତ ବିଷୟରେ ବରପାଲି ଥାନା ଅଧିକାରୀ ଜୟାରଶ୍ମୀ ସେଠୀଙ୍କ ଅଧ୍ୟକ୍ଷତା ଥାନାରେ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମରେ ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ନିର୍ବାଚିତ ପ୍ରତିନିଧି, ସରକାରୀ ଅଧୂକାରୀ, କର୍ମଚାରୀ, ସମାଜସେବୀ, ବୁଦ୍ଧିଜୀବୀ ତଥା ବିଭିନ୍ନ ବର୍ଗର ଲୋକେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Comments

Popular posts from this blog

ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ରେ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ

ଜଗବନ୍ଧୁ ଦାସ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ବାର୍ଷିକ କ୍ରୀଡ଼ା ଉତ୍ସବ

ହରି ହର ଭେଟ ପାଇଁ ପ୍ରସ୍ତୁତି ବୈଠକ