ସଂସ୍କୃତ କଲେଜରେ ୪ ଜଣଙ୍କୁ ବିଦାୟ ସମ୍ବର୍ଦ୍ଧନା


 ସଂସ୍କୃତ କଲେଜରେ ୪ ଜଣଙ୍କୁ ବିଦାୟ ସମ୍ବର୍ଦ୍ଧନା


ବରପାଲି ତା: ୨୫-୦୭ (ଚିତ୍ତରଞ୍ଜନ ସାହୁ)ବରପାଲି ବ୍ଲକ ଅନ୍ତର୍ଗତ ବିଜୟପଲ୍ଲୀ ସଂସ୍କୃତ କଲେଜରେ ୪ ଜଣଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ସେମାନେ ହେଲେ ଅଧ୍ୟାପକ ଡ଼ଃ ରମେଶ ଚନ୍ଦ୍ର କର,ପ୍ରାକ୍ତନ ଅଧ୍ୟକ୍ଷ ଅଶୋକ କୁମାର ହୋତା,ଅଧ୍ୟାକପକ ରମାକାନ୍ତ ତ୍ରିପାଠୀ,ଶିକ୍ଷକ ସନୁ ସାହୁ ଓ ଦୀଲିପ କୁମାର ଦାଶ ଓ ମକରଧ୍ୱଜ ସାହୁଙ୍କୁ ମାନପତ୍ର ଔପଢୌକନ ଦେଇ ସମ୍ମାନୀତ କରାଯାଇଥିଲା l ଅଧ୍ୟକ୍ଷ ଡଃ ବଦ୍ରୀ ନାରାୟଣ ପୂଜାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ଦୁର୍ଗପତି ଓଡ଼ିଶା ପୋଲିସ ତଥା ପରିଚାଳନା କମିଟିର ସଭାପତି ବିଜୟ ପ୍ରକାଶ ବାବୁ ଯୋଗଦାନ କରି ଶ୍ରୀକରଙ୍କ କର୍ମମୟ ଜୀବନ ଉପରେ ମତବ୍ୟକ୍ତ କରିଥିଲେ l ଅଧ୍ୟାପକ ଡୋଳାମଣି ମଝି,ଅଧ୍ୟାପିକା ମୌସୁମୀ ପୋଢ,କାର୍ତ୍ତିକ ଭୋଇ,ନେପାଳ ବାରିକ,ସୁଭମ ପଧାନ, ନେପାଳ ବାରିକ ଆଦି ଶ୍ରୀକରଙ୍କ ବିଷୟରେ ମତବ୍ୟକ୍ତ କରିଥିଲେ l ଶେଷରେ ବନ୍ଦିତା ନାୟକ ଗୁରୁ ବନ୍ଦନା ଗାନ କରିଥିଲେ ।

Comments

Popular posts from this blog

ସାଂସଦ ଓ ବିଧାୟକ ଙ୍କ ବରପାଲି ଗସ୍ତ

ନଗର ଯାଦବ ସମାଜ ପକ୍ଷରୁ ନୂତନ କର୍ମକର୍ତ୍ତା ଚୟନ

ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ରେ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ