ଶିରିଡି ସାଇ ମନ୍ଦିର ରେ ଗୁରୁ ପୂର୍ଣ୍ଣିମା ପାଳିତ


 ଶିରିଡି ସାଇ ମନ୍ଦିର ରେ ଗୁରୁ ପୂର୍ଣ୍ଣିମା ପାଳିତ ।


ବରପାଲି କେନାଲ ରୋଡ ସ୍ଥିତ ଶିରିଡ଼ି ସାଇ ମନ୍ଦିର ରେ ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳିତ ହୋଇଛି ।

ଏହି ଅବସର ରେ ପ୍ରାତଃ ପାଞ୍ଚ ଟା ରେ କାକଡ ଆରତୀ, ବାବା ଙ୍କ ମହା ଅଭିଷେକ ପରେ ଦିନ ଦଶ ଟା ରେ ହୋମ ଯଜ୍ଞ ଆଦି ଅନୁଷ୍ଠିତ ହୋଇ ଥିଲା । ହୋମ ରେ ବିଜୟ କୁମାର ଅଗ୍ରୱାଲ ଓ ତାଙ୍କ ଧର୍ମ ପତ୍ନୀ ରୀନା ଅଗ୍ରୱାଲ କର୍ତ୍ତା ଦାୟିତ୍ଵ ନିର୍ବାହ କରିଥିଲେ। ଗୁରୁ ଭାଗବତ, ଭଜନ , କୀର୍ତ୍ତନ ଆଦି କାର୍ଯକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟା ରେ ବାବା ଙ୍କ ପାଲିଙ୍କି ଯାତ୍ରା ମଧ୍ୟ କରାଯାଇଥିଲା । ଏହି ଉତ୍ସବରେ ଅନୁଷ୍ଠାନ ର ସଭାପତି ଦିନବନ୍ଧୁ ପ୍ରଧାନ, ସୁନୀତା ମୁଣ୍ଡ, ପୁଷ୍ପା ତ୍ରିପାଠୀ, ଦିପାଞ୍ଜଳି ସ୍ୱାଇଁ, ଜୁଲି ପାଢ଼ୀ, ମଧୁମିତା ଖାଡଙ୍ଗା, ଗୋକୁଳାନନ୍ଦ ସ୍ୱାଇଁ, ସରୋଜ ତ୍ରିପାଠୀ, ସହଦେବ ପାଢ଼ୀ, ରାଜ କିଶୋର ମହତ୍ତମ୍,ଧର୍ମେନ୍ଦ୍ର ଭୋଇ, ଅଥିନ୍ଦ୍ର ନାଥ ସେନ, ନିତ୍ୟାନନ୍ଦ ଭୋଇ , ବାଲ କିଶୋର ଖାଡଙ୍ଗା ପ୍ରମୁଖଙ୍କ ସମେତ ବହୁ ଭକ୍ତ ଯୋଗ ଦେଇଥିଲେ। ପଣ୍ଡିତ ରୁଦ୍ର ନାରାୟଣ ଦାଶ , ପଣ୍ଡିତ ଯୁଗଳ ମିଶ୍ର, ପଣ୍ଡିତ ସୌଭାଗ୍ୟ ଷଡ଼ଙ୍ଗୀ ପୂଜକ ଦାୟିତ୍ଵ ନିର୍ବାହ କରିଥିଲେ।

Comments

Popular posts from this blog

ଅନ୍ତ୍ୟୋଦୟ ଗୃହ ଯୋଜନା ଶୁଭାରମ୍ଭ

ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ବିଶ୍ଵ ପରିବେଶ ଦିବସ ପାଳିତ

ନିଟ୍ (ୟୁଜି-ମେଡିକାଲ) ପରୀକ୍ଷା ୨୦୨୫ରେ ବରଗଡ଼ କ୍ରୀଷ୍ଣା ବିକାଶ, ସଫଳତା