ଶିରିଡି ସାଇ ମନ୍ଦିର ରେ ଗୁରୁ ପୂର୍ଣ୍ଣିମା ପାଳିତ
ଶିରିଡି ସାଇ ମନ୍ଦିର ରେ ଗୁରୁ ପୂର୍ଣ୍ଣିମା ପାଳିତ ।
ବରପାଲି କେନାଲ ରୋଡ ସ୍ଥିତ ଶିରିଡ଼ି ସାଇ ମନ୍ଦିର ରେ ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳିତ ହୋଇଛି ।
ଏହି ଅବସର ରେ ପ୍ରାତଃ ପାଞ୍ଚ ଟା ରେ କାକଡ ଆରତୀ, ବାବା ଙ୍କ ମହା ଅଭିଷେକ ପରେ ଦିନ ଦଶ ଟା ରେ ହୋମ ଯଜ୍ଞ ଆଦି ଅନୁଷ୍ଠିତ ହୋଇ ଥିଲା । ହୋମ ରେ ବିଜୟ କୁମାର ଅଗ୍ରୱାଲ ଓ ତାଙ୍କ ଧର୍ମ ପତ୍ନୀ ରୀନା ଅଗ୍ରୱାଲ କର୍ତ୍ତା ଦାୟିତ୍ଵ ନିର୍ବାହ କରିଥିଲେ। ଗୁରୁ ଭାଗବତ, ଭଜନ , କୀର୍ତ୍ତନ ଆଦି କାର୍ଯକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟା ରେ ବାବା ଙ୍କ ପାଲିଙ୍କି ଯାତ୍ରା ମଧ୍ୟ କରାଯାଇଥିଲା । ଏହି ଉତ୍ସବରେ ଅନୁଷ୍ଠାନ ର ସଭାପତି ଦିନବନ୍ଧୁ ପ୍ରଧାନ, ସୁନୀତା ମୁଣ୍ଡ, ପୁଷ୍ପା ତ୍ରିପାଠୀ, ଦିପାଞ୍ଜଳି ସ୍ୱାଇଁ, ଜୁଲି ପାଢ଼ୀ, ମଧୁମିତା ଖାଡଙ୍ଗା, ଗୋକୁଳାନନ୍ଦ ସ୍ୱାଇଁ, ସରୋଜ ତ୍ରିପାଠୀ, ସହଦେବ ପାଢ଼ୀ, ରାଜ କିଶୋର ମହତ୍ତମ୍,ଧର୍ମେନ୍ଦ୍ର ଭୋଇ, ଅଥିନ୍ଦ୍ର ନାଥ ସେନ, ନିତ୍ୟାନନ୍ଦ ଭୋଇ , ବାଲ କିଶୋର ଖାଡଙ୍ଗା ପ୍ରମୁଖଙ୍କ ସମେତ ବହୁ ଭକ୍ତ ଯୋଗ ଦେଇଥିଲେ। ପଣ୍ଡିତ ରୁଦ୍ର ନାରାୟଣ ଦାଶ , ପଣ୍ଡିତ ଯୁଗଳ ମିଶ୍ର, ପଣ୍ଡିତ ସୌଭାଗ୍ୟ ଷଡ଼ଙ୍ଗୀ ପୂଜକ ଦାୟିତ୍ଵ ନିର୍ବାହ କରିଥିଲେ।
Comments
Post a Comment