ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ସତଲମା ରେ ଜ୍ଞାନ ବିଜ୍ଞାନ ମେଳା


  ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ସତଲମା ରେ ଜ୍ଞାନ ବିଜ୍ଞାନ ମେଳା 

ବରପାଲି ବ୍ଲକ ଅନ୍ତର୍ଗତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ସତଲମା ରେ ଜ୍ଞାନ ବିଜ୍ଞାନ ମେଳା   ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମକୁ ମୋହନଚାନ୍ଦ ପଧାନ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିବାବେଳେ ପ୍ରଧାନଆଚାର୍ଯ୍ୟ ବିବେକାନନ୍ଦ ପଧାନ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ l କାର୍ଯ୍ୟକ୍ରମ କୁ ସଭାପତି ବନବସ ସାହୁ ପରିଚାଳନା କରିଥିବା ବେଳେ ଗୁରୁମା ଅରୁଣା ପୋଢ଼ ଧନ୍ୟବାଦ ଅର୍ପଣ କରିଥିଲେ  l ଅନ୍ୟ ମାନଙ୍କ ମଧ୍ୟରେ ସମ୍ପାଦକ ଦୁଷ୍ମନ୍ତ ସାହୁ, ସହସମ୍ପାଦକ କ୍ଷୀରଜ ସାହୁ, କୋଷାଧକ୍ଷ ପିଣ୍ଟୁ ବାରିକ ଗୁରୁଜୀ ସୁରେନ୍ଦ୍ର ମହାକୁର, ଅନିଲ ସ୍ୱାଇଁ, ରାଜେଶ ଗୌନ୍ତିଆ, ଗୁରୁମା ନଳିନୀ ସାହୁ, ଚନ୍ଦ୍ରିକା ସାହୁ, ସୁନିତା ସାହୁ, ଧରିତ୍ରୀ ସାହୁ ଏବଂ ଦୀପା ସାହୁ ଯୋଗଦାନ କରିଥିଲେ l  ବିଚାରକ ଭାବରେ ସୁବଳ ଭୋଇ, ପୂର୍ବତନ ଗୋଷ୍ଠୀ ଶିକ୍ଷା ଅଧିକାରି, ସୋନପୁର, ନରେନ୍ଦ୍ର କୁମାର ସାହୁ, ପୂର୍ବତନ ଶିକ୍ଷକ ଏବଂ ନବଘନ ତଣ୍ଡିଆ ଯୋଗଦାନ କରିଥିଲେ l ସର୍ବମୋଟ 39ଟୀ ପ୍ରକଳ୍ପ ପ୍ରଦର୍ସିତ ହୋଇଥିଲା l

Comments

Popular posts from this blog

ଅନ୍ତ୍ୟୋଦୟ ଗୃହ ଯୋଜନା ଶୁଭାରମ୍ଭ

ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ବିଶ୍ଵ ପରିବେଶ ଦିବସ ପାଳିତ

ନିଟ୍ (ୟୁଜି-ମେଡିକାଲ) ପରୀକ୍ଷା ୨୦୨୫ରେ ବରଗଡ଼ କ୍ରୀଷ୍ଣା ବିକାଶ, ସଫଳତା