ନକଲି ବିହନ ବିକ୍ରି ଘଟଣାରେ କଡ଼ା କାର୍ୟ୍ୟାନୁଷ୍ଠାନ:୪ ଦୋକାନୀଙ୍କ ଲାଇସେନ୍ସ ରଦ୍ଦ, ୨ ଜଣଙ୍କ ବାତିଲ


 ନକଲି ବିହନ ବିକ୍ରି ଘଟଣାରେ କଡ଼ା କାର୍ୟ୍ୟାନୁଷ୍ଠାନ:୪ ଦୋକାନୀଙ୍କ ଲାଇସେନ୍ସ ରଦ୍ଦ, ୨ ଜଣଙ୍କ ବାତିଲ

 

ବରଗଡ଼ରେ ନକଲି ବିହନ ବିକ୍ରି ଘଟଣାରେ କଡ଼ା କାର୍ୟ୍ୟାନୁଷ୍ଠାନ ନେଇଛି ଜିଲା କୃଷି ବିଭାଗ । ୬ ଜଣ ଲାଇସେନ୍ସ ପ୍ରାପ୍ତ ବ୍ୟବସାୟୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ହୋଇଛି। ୪ ଦୋକାନୀଙ୍କ ଲାଇସେନ୍ସ ରଦ୍ଦ ହୋଥିବା ବେଳେ ୨ ଜଣଙ୍କ ଲାଇସେନ୍ସ ବାତିଲ ହୋଇଛି। କାର୍ଯ୍ୟାନୁଷ୍ଠାନ ନେଇ ମୁଖ୍ୟ ଜିଲା କୃଷି ଅଧିକାରୀ ପ୍ରସନ୍ନ ମିଶ୍ରଙ୍କ ସୂଚନା ଦେଇଛନ୍ତି।

ନକଲି ବିହନ ନେଇ ଅଭିଯୋଗ ହେବା ପରେ କୃଷି ବିଭାଗର ନୋଡାଲ ଅଧିକାରୀ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ବ୍ୟବସାୟୀଙ୍କଠାରୁ ପ୍ରଚୁର ପରିମାଣର ନକଲି ବିହନ ଜବତ ହୋଇଥିଲା । ନୋଡାଲ ଅଧିକାରୀ କାର୍ୟ୍ୟାନୁଷ୍ଠାନ ପରେ ନିର୍ଦ୍ଦେଶ ଦେବା ପରେ ଏବେ ୪ ଦୋକାନୀଙ୍କ ଲାଇସେନ୍ସ ରଦ୍ଦ ହୋଥିବା ବେଳେ ୨ ଜଣଙ୍କ ଲାଇସେନ୍ସ ବାତିଲ ହୋଇଛି।

ସେପଟେ କାର୍ୟ୍ୟାନୁଷ୍ଠାନ ପରେ ମଧ୍ୟ ବେପାରୀ ମାନେ ପଡ଼ୋଶୀ ରାଜ୍ୟରୁ ନକଲି ବିହନ ଆଣି ବିକ୍ରି କରୁଥିବା ଅଭିଯୋଗ ହୋଇଛି । ଆଉ କୃଷି ବିଭାଗ ଏହି ବେପାରୀମାନଙ୍କୁ ସୁରକ୍ଷା ଦେଉଥିବା ଚାଷୀ କହିଛନ୍ତି । ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇ ଜିଲାରେ ଚଢ଼ାଉ କରିବାକୁ କୃଷକ ସଂଗଠନର ନେତଦାବି କରିଛନ୍ତି ।

Comments

Popular posts from this blog

ସାଂସଦ ଓ ବିଧାୟକ ଙ୍କ ବରପାଲି ଗସ୍ତ

ନଗର ଯାଦବ ସମାଜ ପକ୍ଷରୁ ନୂତନ କର୍ମକର୍ତ୍ତା ଚୟନ

ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ରେ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ