ବ୍ଲକ ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ

 

ବ୍ଲକ ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ 

ପଦମପୁର ତା ୧୬/୭- ରାଜବୋଡ଼ାସମ୍ବର ବ୍ଲକ ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ଲୋକନାଥ ଭୋଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ଚଉଦଟି କ୍ଲଷ୍ଟରର ସି ଆର ସି ସି, ଏବିଇଓ  ଶ୍ରୀ ଶିବପ୍ରସାଦ ଯୋଶୀ, ଶ୍ରୀ ରାମ ସିଂ ଭୋଇ ଓ ଆଗଲପୁର ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ଶ୍ୟାମ ମେହେର ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ। ଆଲୋଚ୍ୟ ବିଷୟ ଗୁଡ଼ିକ ଥିଲା ସ୍କୁଲର ମୌଳିକ ସୁବିଧାସୁଯୋଗ, ସିଆରସିସି ମାନଙ୍କର ଦୈନନ୍ଦିନ କାର୍ଯ୍ୟ, ସ୍କୁଲ ମାନଙ୍କରେ ଶିକ୍ଷକ ଓ ଛାତ୍ର ଅନୁପାତ,ଏଫ୍ ଏଲ୍ ଏନ୍ ୱର୍କସପ ଏବଂ ଟି ଏଲ ଏମ। ଶ୍ରୀ ମେହେର ବିଶଦ ଭାବରେ ମୌଳିକ ସୁବିଧା ବିଷୟରେ ବୁଝାଇଥିଲେ। ଏକ ସୁନ୍ଦର ବାତାବରଣ ମଧ୍ୟରେ ଏହି ସବୁ ବିଷୟ ଆଲୋଚିତ ହୋଇଥିଲା।

Comments

Popular posts from this blog

ଜଗବନ୍ଧୁ ଦାସ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ବାର୍ଷିକ କ୍ରୀଡ଼ା ଉତ୍ସବ

ହରି ହର ଭେଟ ପାଇଁ ପ୍ରସ୍ତୁତି ବୈଠକ

ଜିଲ୍ଲା ସ୍ତରୀୟ ରେଡକ୍ରସ ଶିବିର ଉଦଘାଟିତ