ବ୍ଲକ ସ୍ତରୀୟ ପ୍ରେରଣା ଉତ୍ସଵ: ବରପାଲି


 *ବ୍ଲକ ସ୍ତରୀୟ ପ୍ରେରଣା ଉତ୍ସଵ: ବରପାଲି* 

ସରକାରୀ ବାଳକ ବିଦ୍ୟାଳୟ ବରପାଲି ଠାରେ ବ୍ଲକ ସ୍ତରୀୟ ପ୍ରେରଣା ଉତ୍ସଵର ବିଭିନ୍ନ ପ୍ରତିଯୋଗିତାମାନ ସମାପନ ହୋଇଯାଇଛି। ବରପାଲି ବ୍ଲକର ୩୦ଟି ସରକାରୀ ଓ ବେସରକାରୀ  ଉଚ୍ଚବିଦ୍ୟାଳୟ ଓ ୭ଟି ଉଚ୍ଚମାଧ୍ୟମିକ ବିଦ୍ୟାଳୟରୁ ମୋଟ ୫୦ ଜଣ ଛାତ୍ର ଛାତ୍ରୀ ଗଳ୍ପ ଲିଖନ, ପ୍ରବନ୍ଧ ଲିଖନ, କବିତା ରଚନା, ଚିତ୍ରାଙ୍କନ,,ଗୀତ ଆଦି ପାଞ୍ଚଟି ବିଭାଗରେ ଅଂଶଗ୍ରହଣ କରିଥିଲେ। 


ଏହି ଉତ୍ସବରେ ବରପାଲି ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ମୁକୁନ୍ଦ ମହରା ସଭାପତିତ୍ବ କରିଥିବାବେଳେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ତହସିଲଦାର ଶ୍ରୀଯୁକ୍ତ ହିମାଂଶୁ ନାଏକ ଏବଂ ସମ୍ମାନିତ ଅତିଥି ଭାବରେ ଶ୍ରୀଯୁକ୍ତ ସୁଧୀର କୁମାର ସେଠ୍ ଯୋଗ ଦେଇଥିଲେ। ଉଭୟ ବାଳକ ଓ ବାଳିକା ବିଭାଗରୁ ପାଞ୍ଚ ଜଣ ଲେଖାଏଁ ଛାତ୍ର ଛାତ୍ରୀ ଜିଲ୍ଲା ସ୍ତରକୁ ମନୋନୀତ ହୋଇଛନ୍ତି। ଏହି ଉତ୍ସବକୁ ସରକାରୀ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ନାରାୟଣ ଭୁଏ, ଆଗଲପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅଶୋକ କୁମାର ପଣ୍ଡା,ସରକାରୀ ଗଙ୍ଗାଧର ଏନ୍ ଏ ସି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ମନୋଜ କୁମାର ବାରିକ, ତେଜଙ୍ଗ କ୍ଲଷ୍ଟରର ସି ଆର ସି ସି ଶ୍ରୀଯୁକ୍ତ ସଞ୍ଜୟ କୁମାର ସାହୁ ତଥା ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ବରପାଲିର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ। ଏଥିରେ କଟାପାଲି ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟାପକ ଶ୍ରୀ  ବିଭୂଦତ୍ତ ପ୍ରଧାନ, ସରକାରୀ ଏନ୍ ଏ ସି ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ଶ୍ରୀମତୀ ଇତିଶ୍ରୀ ମେହେର, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ଶ୍ରୀମତୀ ରିନା ଦାସ, ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ଆଲିଶା ସାହୁ, ସମଲେଶ୍ଵରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସରୋଜ ମେହେର ଓ ବନ୍ଧପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ବିରେନ୍ଦ୍ର ବେହେରା ପ୍ରମୁଖ ବିଚାରକ ଭାବେ କାର୍ଯ୍ୟ ସମ୍ପାଦନା କରିଥିଲେ। ଶେଷରେ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟର  ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଜୟ ପ୍ରକାଶ ସାହୁ ଧନ୍ୟବାଦ  ଅର୍ପଣ କରିଥିଲେ।

Comments

Popular posts from this blog

ସାଂସଦ ଓ ବିଧାୟକ ଙ୍କ ବରପାଲି ଗସ୍ତ

ନଗର ଯାଦବ ସମାଜ ପକ୍ଷରୁ ନୂତନ କର୍ମକର୍ତ୍ତା ଚୟନ

ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ରେ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ