ଏଲପିଜି ପଞ୍ଚାୟତ କାର୍ଯକ୍ରମ ଅନୁଷ୍ଠିତ


 ଏଲପିଜି ପଞ୍ଚାୟତ କାର୍ଯକ୍ରମ ଅନୁଷ୍ଠିତ।


ବରପାଲି :-ହିନ୍ଦୁସ୍ଥାନ ପେଟ୍ରୋଲିୟମ କର୍ପୋରେସନ ର ପଚାଶ ତମ ପ୍ରତିଷ୍ଠା ଦିବସ ଅବସର ରେ ସୋମବାର ଏକ ଏଲ୍ ପି ଜି ପଞ୍ଚାୟତ କାର୍ଯକ୍ରମ ଅନୁଷ୍ଠିତ ହୋଇଛି।

ବରପାଲି ବ୍ଲକ  ର ତିନିକାନି ପଞ୍ଚାୟତ ର ତିନିକାନି ଗ୍ରାମ ରେ ଏହି କାର୍ଯକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମ ରେ ଗ୍ୟାସ କୁ କିପରି ବ୍ୟବହାର କଲେ ଗ୍ୟାସ ଦୁର୍ଘଟଣା  କୁ ରୋକା ଯାଇ ପାରିବ ତଥା ନିରାପଦ ବ୍ୟବହାର ଉପରେ ଆଲୋଚନା କରାଯାଇଥିଲା । ଅଜ୍ଞତା ବଶତଃ ହିଁ ଏହି ଦୁର୍ଘଟଣା ହେଉ ଥିବାରୁ ଜନ ସଚେତନତା ପାଇଁ ଏହି କାର୍ଯକ୍ରମ କୁ ବରପାଲି ଗ୍ୟାସ ବିତରକ ଶ୍ରୀ ସାଇ ଗ୍ୟାସ ଏଜେନସି ଏହାର ଆୟୋଜନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଏଜେନ୍ସୀ ର ମ୍ୟାନେଜର ଲୋକେଶ ଖାଡଙ୍ଗା, ଦୋଳ ଗୋବିନ୍ଦ ମେହେର, ପ୍ରକାଶ ବେହେରା ପ୍ରମୁଖ ଥିଲେ । ଏହି କାର୍ଯକ୍ରମ ରେ ବହୁ ମହିଳା ଉପଭୋକ୍ତା ଉପସ୍ଥିତ ଥିଲେ ।

Comments

Popular posts from this blog

ଜଗବନ୍ଧୁ ଦାସ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ବାର୍ଷିକ କ୍ରୀଡ଼ା ଉତ୍ସବ

ହରି ହର ଭେଟ ପାଇଁ ପ୍ରସ୍ତୁତି ବୈଠକ

ଜିଲ୍ଲା ସ୍ତରୀୟ ରେଡକ୍ରସ ଶିବିର ଉଦଘାଟିତ