ନାଟ୍ୟ ମହର୍ଷି ଭଗବାନ ସାହୁଙ୍କ ୯୪ତମ ଜୟନ୍ତୀ
ନାଟ୍ୟ ମହର୍ଷି ଭଗବାନ ସାହୁଙ୍କ ୯୪ତମ ଜୟନ୍ତୀ।
ବରପାଲି ଆମ୍ବେଦକର ଭବନ ଠାରେ ଜୁଏହୂଲା ଏବଂ କୋଶଲ ନ୍ୟୁଜ ର ଆୟୋଜନ ରେ ଶବ୍ଦ ନୃତ୍ୟଗୁରୁ ତଥା ନାଟ୍ୟ ମହର୍ଷି ଭଗବାନ ସାହୁଙ୍କ ୯୪ତମ ଜୟନ୍ତୀ ସମାରୋହ ଜୁଏହୂଲା ସମ୍ପାଦକ ଅରକ୍ଷିତ ଚନ୍ଦ୍ର ମହାନନ୍ଦ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଶିଷ୍ଠ ଅତିଥି ଭାବରେ ସମାଜ ସେବୀ ନରେନ୍ଦ୍ର ହୋତା ଯୋଗଦାନ କରି ଉଦଘାଟନ କରିଥିବା ବେଳେ ମୁଖ୍ୟଅତିଥି ଭାବେ ସାମ୍ବାଦିକ ବଲକିଶୋର ଖଡଙ୍ଗା,ସମ୍ମାନିତ ଅତିଥି କବି ଭିକାରୀ ଚରଣ ପଧାନ,ସାମ୍ବାଦିକ ପଦ୍ମଲୋଚନ ସାହୁ,ଶିକ୍ଷୟତ୍ରୀ ନିବେଦିତା ସାହୁ,ନାଟ୍ୟ ଫଗନୁ କୁମ୍ଭାର ଓ ମୁଖ୍ୟବକ୍ତା ଭାରେ ଅନ୍ତରାଷ୍ଟ୍ରୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଡ଼. ମନୋରଞ୍ଜନ ବାଘ ଯୋଗଦାନ କରି ଗୁରୁପୂର୍ଣ୍ଣିମା ଅବସରରେ ସ୍ବର୍ଗତ ସାହୁଙ୍କ ଗୁରୁଶିଷ୍ୟ ପରମ୍ପରା ଓ ବିଭିନ୍ନ ନାଟ୍ୟକଳା ସହ ଜୀବନାଦର୍ଶନ ସମ୍ପର୍କରେ ମତବ୍ୟକ୍ତ କରିବା ସହିତ ମରୋଣାତ୍ତର ଭାରତ ରତ୍ନ ସମ୍ମାନ ଦାବି ହୋଇଥିଲା । ଏହିଅବସରରେ ଫଗନୁ କୁମ୍ଭାର, ବାଲକିଶୋର ଖାଡଙ୍ଗା,ନବୀନ କୁମାର ଥନାପତି ଓ ସୁଦାମ ସୁନାଙ୍କୁ ମାନପତ୍ର ସହ ଉପଢ଼ୋକନ ଦେଇ ସମ୍ମାନିତ କରାଯାଇଥିଲା । ଶେଷରେ ସୁରେନ୍ଦ୍ର ବୀର ଭୁବନ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ବରପାଲି ବ୍ଲକ ଅନ୍ତର୍ଗତ ଲୋକକଳା ଗ୍ରାମ କୂମ୍ଭାରୀ ଗୁରୁ ପିଠରେ ବରପାଲି ଶାଖା ପକ୍ଷରୁ ସାଧକ ପ୍ରକାଶ ପଧାନ ଙ୍କ ସଂଯୋଜନାରେ ଗୁରୁପୂର୍ଣ୍ଣିମା ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ବଲବନ୍ତ ଛତ୍ରୀୟ,ରାଜେଶ ପଧାନ,ମହେନ୍ଦ୍ରା ମାହାଣା ଓ ଆଚାର୍ଯ୍ୟ ଶେଷଦେଵ ଗୁରୁପୂର୍ଣ୍ଣିମା ର ବିଭିନ୍ନ ଦିଗ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ମମତା ବିଶି,ବାସନ୍ତୀ ବିଶି ଓ କୈଳାଶ କର୍ଣ୍ଣ ପ୍ରାରମ୍ଭିକ ସଙ୍ଗୀତ ସହ ଗୁରୁବନ୍ଦନା ଆଦି ଗାନ କରିଥିଲେ । ଶେଷରେ ଅମୃତଲାଲ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ।
Comments
Post a Comment