ବରପାଲି ଜଗନ୍ନାଥ ନଗର ରାସ୍ତା ମରଣ ଯନ୍ତା ପାଲଟିଛି
ବରପାଲି ଜଗନ୍ନାଥ ନଗର ରାସ୍ତା ମରଣ ଯନ୍ତା ପାଲଟିଛି ।
ବରପାଲି ତା:୨୬-୦୭ ବରପାଲି ରାମପୁର ଜଗନ୍ନାଥ ସଡ଼କ ର ଜଗନ୍ନାଥ ନଗର ରାସ୍ତା ର ଅବସ୍ଥା ଏବେ ଅତି ଶୋଚ
ନୀୟ ହୋଇ ପଡ଼ିଛି ।
ବରପାଲି ସହରର ରେଳ ଓଭର ବ୍ରିଜ ନିର୍ମାଣ କାର୍ଯ୍ୟ ଅଧା ରୁ ବନ୍ଦ ପଡ଼ିଛି । ସେଇ ରାସ୍ତା ର ଅବସ୍ଥା ନ ଦେଖିଲେ ବିଶ୍ୱାସ କରି ହେବ ନାହିଁ। ରାସ୍ତା ଉପରେ ଆଣ୍ଠୁ ଏ ଲେଖା ଗାତ ଏବେ ପୁଣି ବର୍ଷା ଯୋଗୁଁ ଗାତ ପାଣି ରେ ଭର୍ତ୍ତି ହେବା ଯୋଗୁଁ ବାଇକ୍ , ସାଇକେଲ ଆରୋହୀ ଦୁର୍ଘଟଣା ର ସମ୍ମୁଖୀନ ହେଉଛନ୍ତି ।ପ୍ରକାଶ ଥାଉ ଏହି ରାସ୍ତା ରେ ବରପାଲି ର ସମସ୍ତ ଘରୋଇ, ସରକାରୀ ସ୍କୁଲ, କଲେଜ ଥିବାରୁ ହଜାର ହଜାର ସଂଖ୍ୟା ରେ ଛାତ୍ର ଛାତ୍ରୀ ଯିବା ଆସିବା କରନ୍ତି । ରେଳ ଓଭର ବ୍ରିଜ କାମ ବହୁ ବର୍ଷ ହେଲା ଅଧା ରୁ ବନ୍ଦ ପଡିଛି। ସ୍ଥାନୀୟ ପ୍ରଶାସନ, ଜିଲ୍ଲା ପ୍ରଶାସନ ଜନସାଧାରଣଙ୍କ ଏହି ସମସ୍ୟା ପ୍ରତି ଦୃଷ୍ଟି ହିଁ ନାହିଁ। ଏହି ଜଗନ୍ନାଥ ସଡ଼କ ପୁରୀ - ରାୟପୁର କୁ ସଂଯୋଗ ଥିବାରୁ ଶହ ଶହ ସଂଖ୍ୟା ରେ ଭାରି ଯାନ ଯାତାୟାତ କରୁଛି । କିଛି ମାସ ପୂର୍ବ ରୁ ଏହି ରାସ୍ତା ରେ ଦିନ ବେଳା ଭାରୀ ଯାନ ଚଳାଚଳ ବନ୍ଦ ଥିଲା । ହେଲେ ଏବେ ପୁଣି ଅନାୟସ ରେ ଯାତାୟାତ କରୁଛି । ଜଗନ୍ନାଥ ନଗର ରେ ଡ୍ରେନ ବ୍ୟବସ୍ଥା ନ ଥିବାରୁ ବର୍ଷା ହେଲେ ପାଣି ରାସ୍ତା ଉପରେ ଜମି ରହୁଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରଶାସନ ପକ୍ଷରୁ ଏହାର ସମାଧାନ କରାନଗଲେ ରାସ୍ତା ଅବରୋଧ କରାଯିବ ବୋଲି ଜଗନ୍ନାଥ ନଗର ବାସି ଚେତାବନୀ ଦେଇଛନ୍ତି ।
Comments
Post a Comment