ବରଗଡ଼ ପୋଲିସ ଦ୍ୱାରା ଵିପୁଲ ପରିମାଣର କଫ ସିରଫ, ନିଶା ଇକେଞ୍ଜସନ ଜବତ : ଜଣେ ଗିରଫ


 ବରଗଡ଼ ପୋଲିସ ଦ୍ୱାରା ଵିପୁଲ ପରିମାଣର କଫ ସିରଫ, ନିଶା ଇକେଞ୍ଜସନ ଜବତ :  ଜଣେ ଗିରଫ

ବରଗଡ଼ : ବରଗଡ଼ ସହରରେ ଦିନକୁ ଦିନ ନିଶା କାରବାର ବୃଦ୍ଧି ହେବା ସହ ଯୁବଗୋଷ୍ଠୀ ପଥଭ୍ରଷ୍ଟ ହେଉଛନ୍ତି । ଏପରି ସ୍ଥିତିରେ ବରଗଡ଼ ପୁଲିସ ପ୍ରଶାସନ ଏହା ଉପରେ ଅଙ୍କୁଶ ଲଗାଇବା ସହ ଚଢ଼ାଉ ଜାରି ରଖିଛନ୍ତି । ଶନିବାର ଟାଉନ ଥାନା ପୁଲିସ ସହରର ୱାର୍ଡ ନମ୍ବର 1 ମାଲପଡ଼ାର ଏକ ଘରେ ଚଢ଼ାଉ କରି   560 କଫସିରଫ, ୧୪୦୦ନିଶା ଇଂଜେକସନ ,  ୨୨୦ ନିଶା ବଟିକା ସହ  ନଗଦ ୫୨୫୦୦ ଟଙ୍କା ଜବତ କରିଛନ୍ତି । ଏହି ଘଟଣାରେ ଘର ମାଲିକ ବୁଲୁ ସାହୁଙ୍କୁ ଗିରଫ କରି ପୁଲିସ ତଦନ୍ତ ଜାରି ରଖିଛନ୍ତି ।ଏହି ଚଡାଉ ରେ ଅତିରିକ୍ତ ତହସିଲଦାର ଶ୍ରୀ ଦିବାକର ପ୍ରଧାନ, ସହ ବରଗଡ ଟାଉନ ଥାନା ଅଧକାରୀ ଶ୍ରୀ ସତ୍ୟଜିତ କନ୍ଦେଲକର, ଏ ଆଇ, ସୁଶାନ୍ତ ସାହୁ, ଏ, ଆଇ ଶରତ ପ୍ରଧାନ, ଏ ଏସ ଆଇ ରଶ୍ମୀ ରଂଜନ ହୋତା,, ଏ ଏସ ଆଇ ରାଧେଶ୍ୟାମ ବିଶ୍ଵାଳ ସହ କନେଷ୍ଟବଳ ଚିତ୍ତ ରଂଜନ ପଣ୍ଡା ପ୍ରମୁଖ ଉପସ୍ତିତ ଥିଲେ।

Comments

Popular posts from this blog

ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ରେ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ

ଜଗବନ୍ଧୁ ଦାସ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ବାର୍ଷିକ କ୍ରୀଡ଼ା ଉତ୍ସବ

ହରି ହର ଭେଟ ପାଇଁ ପ୍ରସ୍ତୁତି ବୈଠକ