ପାଇକମାଲ ଠାରେ ବ୍ଲକସ୍ତରୀୟ ସମ୍ପୂର୍ଣ୍ଣତା ଅଭିଯାନର ଶୁଭାରମ୍ଭ


 ପାଇକମାଲ ଠାରେ ବ୍ଲକସ୍ତରୀୟ ସମ୍ପୂର୍ଣ୍ଣତା ଅଭିଯାନର ଶୁଭାରମ୍ଭ 

ମାନ୍ୟବର ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେରଣାଦାୟୀ ନେତୃତ୍ବରେ କୋଟି କୋଟି ଭାରତୀୟଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ ଗତ ୨୦୨୩ ମସିହାରୁ ଶୁଭ ଉଦଘାଟନ ହୋଇଥିଲା। ନୀତି ଆୟୋଗଙ୍କ ଦ୍ୱାରା ପରିଚାଳିତ ଏହି ଅଭିଯାନ ମାଧ୍ୟମରେ ଦେଶର ୧୧୨ ଗୋଟି ଜିଲ୍ଲା ଏବଂ ୫୦୦ ବ୍ଲକର ଦୁର୍ଗମ ଓ ଅନୁନ୍ନତ ବ୍ଲକ ମାନଙ୍କୁ ପ୍ରଗତିର ଶୀର୍ଷରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି । ଏହି ଯୋଜନାରେ ବରଗଡ ଜିଲ୍ଲାର ପାଇକମାଲ ବ୍ଲକ ଅନ୍ତର୍ଭୁକ୍ତ ହୋଇଛି । ଏହି ପରିପ୍ରେକ୍ଷୀରେ ପାଇକମାଲ ବ୍ଲକ ମୁଖ୍ୟାଳୟ ଠାରେ ସଂପୂର୍ଣ୍ଣତା ଅଭିଯାନ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି । ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟରୁ ଧର୍ମଶାଳା ପର୍ଯନ୍ତ ଛାତ୍ରଛାତ୍ରୀଙ୍କ ଦ୍ଵାରା ପ୍ରଭାତଫେରି ଏବଂ ମିନି ମାରାଥନ ମଧ୍ୟମରେ ଲୋକଙ୍କୁ ସଚେତନ କରାଯିବା ସହ ଉଚ୍ଚ ବିଦ୍ୟାଳୟ ପରିସରରେ ସରକାରୀ ଯୋଜନା ବିଷୟରେ ଲୋକଙ୍କୁ ଅବଗତ କରିବା ପାଇଁ ବିଭିନ୍ନ ବିଭାଗ ଦ୍ଵାରା ପ୍ରଦର୍ଶନୀ ଷ୍ଟଲ କରଯାଇଥିଲା ।  ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରଗଡ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ଯୋଗ ଦେଇ ଗରିବ, ଗୁବଗୋଷ୍ଠୀ, ଅନ୍ନଦାତା ଏବଂ ନାରୀଶକ୍ତିର ଯତ୍ନ ନେବା ସହ ସେମାନଙ୍କ ସମ୍ମାନ ରଖିକି ବିକଶିତ ଭାରତର ଲକ୍ଷ୍ୟ ପୂରଣ କରିବା ଓ ଜିଲ୍ଲାପାଳଙ୍କ ନେତୃତ୍ୱରେ ବରଗଡ ଜିଲ୍ଲାର ପାଇକମାଲ ବ୍ଲକ ଠାରେ ସମ୍ପୂର୍ଣତା ଅଭିଯାନର ସମସ୍ତ ମାନଦଣ୍ଡ ପୂର୍ଣ କରି ଭାରତର ପ୍ରଥମ ବ୍ଲକ ହେବା ପାଇଁ ଲକ୍ଷ୍ୟ ରଖିବା, ତେଣୁ ଜିଲ୍ଲାର ସମସ୍ତ ଅଧିକାରୀ ତୃଣମୂଳ ସ୍ତରରେ ଯୋଗ୍ୟ ଲୋକଙ୍କୁ ଯୋଜୋନର ସୁବିଧା ଯୋଗାଇବା ପାଇଁ ନିର୍ଦେଶ ଦେଇଛନ୍ତି ।

ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ନୀତି ଆୟୋଗର ବରିଷ୍ଠ ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ପଟ୍ଟନାୟକ ଯୋଗଦେଇ ଏହି ଅଭିଯାନର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିବା ସହ ସମଗ୍ର ବ୍ଲକର ସାମଗ୍ରିକ ବିକାଶ ପାଇଁ ସମସ୍ତେ ନିଷ୍ଠାପର ଭାବେ କାର୍ଯ୍ୟ କରିବାକୁ ଅନୁରୋଧ କରିଥିବା ବେଳେ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋଏଲ ସମ୍ପୁର୍ଣତା ଅଭିଯାନ ଅନୁଯାୟୀ ପାଇକମାଲ ବ୍ଲକର ସାମଗ୍ରିକ ବିକାଶ ପାଇଁ ସମସ୍ତ ପ୍ରସ୍ତୁତି ବିଷୟରେ ବୁଝାଇ କହିଥିଲେ I

Comments

Popular posts from this blog

ସାଂସଦ ଓ ବିଧାୟକ ଙ୍କ ବରପାଲି ଗସ୍ତ

ନଗର ଯାଦବ ସମାଜ ପକ୍ଷରୁ ନୂତନ କର୍ମକର୍ତ୍ତା ଚୟନ

ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ରେ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ