ଲିଟିଲ ଏଞ୍ଜେଲସ୍ ପବ୍ଲିକ୍ ସ୍କୁଲରେ ସପ୍ତାହ ବ୍ୟାପୀ ବନ ମହୋତ୍ସବ ପାଳିତ


 ଲିଟିଲ ଏଞ୍ଜେଲସ୍ ପବ୍ଲିକ୍ ସ୍କୁଲରେ ସପ୍ତାହ ବ୍ୟାପୀ ବନ ମହୋତ୍ସବ ପାଳିତ


ବରପାଲି- ୦୭/୦୭

      ବରଗଡ ଜିଲ୍ଲା ବରପାଲି ସ୍ଥାନୀୟ ଲିଟିଲ  ଏଞେଲ୍ସ ପବ୍ଲିକ୍ ସ୍କୁଲ  ପରିସରରେ ଗତ ୧ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ସପ୍ତାହ ବ୍ୟାପୀ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ବିଦ୍ୟାଳୟ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଶ୍ରୀମତୀ ମିନତି ପ୍ରଧାନଙ୍କ ତତ୍ତ୍ଵାବଧାନରେ  ପ୍ରଥମ ଦିନ ସ୍ଵତନ୍ତ୍ର ପ୍ରାତଃ ଅଧିବେଶନ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ମଧୁସ୍ମିତା ମୁଣ୍ଡ ।ସାମ ଦଳ ଦ୍ବାରା ଆୟୋଜିତ ଏହି ଅଧିବେଶନରେ ଛାତ୍ରଛାତ୍ରୀମାନେ ବୃକ୍ଷରୋପଣ ଓ ବନ ମହୋତ୍ସବ ପାଳନର ମହତ୍ତ୍ୱ ସଂପର୍କରେ ଆଲୋଚନା ସହ କବିତା ଆବୃତ୍ତି କରିଥିଲେ ।  ଦ୍ୱିତୀୟ ଦିବସରେ କଳା ବିଭାଗ ପକ୍ଷରୁ କନିଷ୍ଠ ବିଭାଗର ସବୁଜ ପରିବେଶ ବିଷୟକୁ ନେଇ ପୂର୍ବରୁ ଚିତ୍ରାଙ୍କନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ତୃତୀୟ ଦିବସରେ ଇକୋ କ୍ଳବ୍ ଦ୍ଵାରା ଚିତ୍ରାଙ୍କନ ଓ ପ୍ରବନ୍ଧ ପ୍ରତିଯୋଗିତା କାର୍ଯ୍ୟକ୍ରମ ହାତକୁ ନିଆଯାଇ ଥିଲା । ବନମହୋତ୍ସବର ଚତୁର୍ଥ ଦିବସରେ ଉପକନିଷ୍ଠ ବିଭାଗର ଛାତ୍ରଛାତ୍ରୀମାନେ ବନୀକରଣ ବିଷୟକୁ  ନେଇ ଚିତ୍ରାଙ୍କନ ଓ ଅଭିନୟ ପ୍ରଦର୍ଶନ ସହ ବୀଜ ଓ ଚାରାକୁ ନେଇ ଏକ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା ।  ଉକ୍ତଦିନ ଏଞ୍ଜେଲସ ଗାର୍ଡେନ ଠାରେ ସବୁଜ ଦିବସ ପାଳିତ ହୋଇଥିଲା l ଏଥିରେ ନୃତ୍ୟ, ଅଭିନୟ ଓ ଗୋ-ଗ୍ରୀନ୍ ଫେସନ୍ ସୋ ଅନୁଷ୍ଠିତ ହୋଇଥିଲା lସେହିପରି ପଞ୍ଚମ ଦିବସରେ କନିଷ୍ଠ ବିଭାଗର ଛାତ୍ରଛାତ୍ରୀମାନେ ଗ୍ରୀନ ଡେ ପାଳନ କରିବା ସହ ଗ୍ରୀନପ୍ୟାରେଡ କରିଥିଲେ ଓ ଏଞ୍ଜେଲସ ଗାର୍ଡେନଠାରେ ଛାତ୍ରଛାତ୍ରୀମାନେ ଚିତ୍ରରେ ରଙ୍ଗ ଭରିଥିଲେ । ଷଷ୍ଠ ଦିବସରେ ବରିଷ୍ଠ ବିଭାଗର ଛାତ୍ରଛାତ୍ରୀଙ୍କୁ ନେଇ ଇକୋ କ୍ଳବ ପକ୍ଷରୁ ଆୟୋଜିତ ଜନସଚେତନତା ପଦଯାତ୍ରାକୁ ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତୀ ସୁନିତା ମୁଣ୍ଡ ଉଦ୍ ଘାଟନ କରିଥିଲେ  । ଏହି କାର୍ଯ୍ୟକ୍ରମରେ ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ବିଭିନ୍ନ ସ୍ଳୋଗାନ ଓ ପ୍ଳାକାର୍ଡ ସହ ସହର ପରିକ୍ରମା ସହ ଜନସାଧାରଣଙ୍କୁ ମଞ୍ଜି ବଣ୍ଟନ କରିଥିଲେ । ବନମହୋତ୍ସବର ଅନ୍ତିମ ଦିବସରେ ମୁଖ୍ୟ ଅତିଥି ପ୍ରକୃତିମିତ୍ର ସୁଧୀର ଗଡତିଆ ଉପସ୍ଥିତ ରହି ବୃକ୍ଷରୋପଣ କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ କରିଥିଲେ l ଚିକିନି ପାଲିଠାରେ ପ୍ରାୟ ୮୦ଟି ଚାରା ଲଗାଯାଇଥିଲା l ସିଟିଓ ଆକିଶ ବିଶ୍ୱାଳ ଓ ମିଲ୍କୀ  ବାରିକଙ୍କ ନେତୃତ୍ୱରେ ଏନ ସି ସି ଛାତ୍ରୀଛାତ୍ରମାନେ ମଧ୍ୟ ବୃକ୍ଷରୋପଣ କରିଥିଲେ l ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ସହଯୋଗରେ ଅନୁଷ୍ଠିତ ସମସ୍ତ କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ ଓ ଜନ ସାଧାରଣଙ୍କୁ ସବୁଜ ଓ ସୁନ୍ଦର ପୃଥିବୀ ନିର୍ମାଣ କରିବାକୁ ବିଦ୍ୟାଳୟ ପକ୍ଷରୁ ଆହ୍ୱାନ କରାଯାଇଥିଲା । ପରିଶେଷରେ ବିଦ୍ୟାଳୟ ଅଧ୍ୟକ୍ଷା ଶ୍ରୀମତୀ ମଧୁସ୍ମିତା ମୁଣ୍ଡ କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Comments

Popular posts from this blog

ସାଂସଦ ଓ ବିଧାୟକ ଙ୍କ ବରପାଲି ଗସ୍ତ

ନଗର ଯାଦବ ସମାଜ ପକ୍ଷରୁ ନୂତନ କର୍ମକର୍ତ୍ତା ଚୟନ

ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ରେ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ