ପଶ୍ଚିମ ଓଡିଶାର ଶ୍ରୀ କ୍ଷେତ୍ର ପ୍ରସିଦ୍ଧ ଭଟଲି ଶ୍ରୀଗୁଣ୍ଡିଚା ଯାତ୍ରା


ପଶ୍ଚିମ ଓଡିଶାର  ଶ୍ରୀ କ୍ଷେତ୍ର ପ୍ରସିଦ୍ଧ ଭଟଲି ଶ୍ରୀଗୁଣ୍ଡିଚା ଯାତ୍ରା


ପଶ୍ଚିମ ଓଡିଶାର ପ୍ରସିଦ୍ଧ  ଶ୍ରୀ କ୍ଷେତ୍ର ଶ୍ରୀ ଗୁଣ୍ଡିଚା ଯାତ୍ରା ଭଟଲୀ ଠାରେ ପ୍ରଭୁ ଦଧିବାମନ ଙ୍କ ରଥଯାତ୍ରା ମହାଆଡମ୍ବରରେ ଅନୁଷ୍ଠିତ ହୋଇଛି । ପ୍ରଥମେ ସକାଳ ସମୟରେ ପ୍ରଭୁଙ୍କ ପ୍ରତୈକ ନିତିକାନ୍ତି କରାଯାଇଥିଲା ଓ ଅପରାହ୍ନ ଘ ୩.୩୦ମିନିଟ ରେ ମହାପ୍ରଭୁ ଦଧିବାମନ ମନ୍ଦିର ରୁ ବାହାରି ଛେରା ପହରା କରି ପ୍ରଭୁଙ୍କୁ ରଥ ପର୍ଯ୍ୟନ୍ତ ନିଆଯାଇ  ରଥାରୂଢ କରାଯାଇଥିଲା ଏବଂ ପରେ ରଥଟଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପଶ୍ଚିମ ଓଡିଶାର ପ୍ରସିଦ୍ଧ ଶ୍ରୀ ଗୁଣ୍ଡିଚା ଯାତ୍ରା କୁ ଜିଲ୍ଲା ତଥା ଜିଲ୍ଲା ବାହାରୁ  ବରଗଡ, ଝାରସୁଗୁଡ଼ା, ବଲାଙ୍ଗୀର, ନିକଟସ୍ଥ ଛତିଶଗଡ ର ବିଭିନ୍ନ ଅଂଚଲରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା  । ପ୍ରଶାସନ ଓ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ନିଜେ ବରଗଡ SP ପ୍ରହଲ୍ଲାଦ ସାହାଇ ମୀନା ପହଞ୍ଚି ସୁରକ୍ଷା ବ୍ୟବସ୍ଥା ତଦାରଖ କରିଥିଲେ  । ଉପ ଜିଲ୍ଲାପାଳ କୁମାର ନାଗଭୂଷଣ ଏବଂ ଭଟଲି ବିଧାୟକ ଈରାଶିଷ ଆଚାର୍ଯ୍ଯ ମଧ୍ଯ  ରଥଯାତ୍ରାରେ ସାମିଲ ହୋଇ ପ୍ରଭୁ ଦଧିବାମନ ଙ୍କ ଦର୍ଶନ କରିଥିଲେ।

Comments

Popular posts from this blog

ଅନ୍ତ୍ୟୋଦୟ ଗୃହ ଯୋଜନା ଶୁଭାରମ୍ଭ

ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ବିଶ୍ଵ ପରିବେଶ ଦିବସ ପାଳିତ

ନିଟ୍ (ୟୁଜି-ମେଡିକାଲ) ପରୀକ୍ଷା ୨୦୨୫ରେ ବରଗଡ଼ କ୍ରୀଷ୍ଣା ବିକାଶ, ସଫଳତା