ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରଶାସନିକ ବୈଠକ


 ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରଶାସନିକ ବୈଠକ ।


ବରପାଲି ତା:୨୬-୦୭(ଚିତ୍ତରଞ୍ଜନ ସାହୁ) ଆସନ୍ତା ସ୍ଵାଧୀନତା ଦିବସ ପାଳନ ପାଇଁ ପ୍ରଶାସନିକ ସ୍ତରରେ  ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।

ଶୁକ୍ରବାର ଅପରାହ୍ନ ରେ ବରପାଲି ବ୍ଲକ୍ ପ୍ରେକ୍ଷାଳୟ ରେ ତହସିଲଦାର ରୁକ୍ମଣ ମେହେର ଙ୍କ ଅଧ୍ୟକ୍ଷତା ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଏହି ଅବସର ରେ ପ୍ରତିବର୍ଷ ପରି  ଚଳିତ ବର୍ଷ ଅଗଷ୍ଟ ୬ ଓ ୭ ତାରିଖ ଦିନ ଛାତ୍ର ଛାତ୍ରୀ ମାନଙ୍କ ବକ୍ତୃତା, ଦେଶାତ୍ମବୋଧକ ସଙ୍ଗୀତ, ଚିତ୍ରାଙ୍କନ ଆଦି ପ୍ରତିଯୋଗିତା ସ୍ଥାନୀୟ ଗଙ୍ଗାଧର କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହେବ। ହାଇସ୍କୁଲ ପଡିଆ ଠାରେ ଅନୁଷ୍ଠିତ ସାମୁହିକ ପତାକା ଉତ୍ତୋଳନ ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ପ୍ୟାରେଡ ଅନୁଷ୍ଠିତ ହେବ। ଆଜିର ଏହି ବୈଠକ ରେ ବିଧାୟକ ଙ୍କ ପ୍ରତିନିଧି ଶାସ୍ତ୍ରୀ ପଣ୍ଡା, ବ୍ଲକ ଅଧ୍ୟକ୍ଷା ରୀନା ଥଇତ, ଏନ୍ ଏ ସି ଚେୟାରମେନ ଦିନେଶ ଗହୀର, କାର୍ଯ୍ୟନିର୍ବାହୀ ଅଧିକାରୀ ଭୁବନ କୁମାର ଶତପଥୀ ,ଅତିରିକ୍ତ ଶିକ୍ଷାଧିକାରୀ ରତ୍ନକୁମାର ଭୋଇ ,ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭବାନୀ ମେହେର ଙ୍କ ସମେତ ବହୁ ବିଭାଗୀୟ ଅଧିକାରୀ, ବିଭିନ୍ନ ସ୍କୁଲ କଲେଜ ର ଶିକ୍ଷକ ଶିକ୍ଷୟତ୍ରୀ, ତଥା ସାମ୍ବାଦିକ ମାନେ ବୈଠକ ରେ ଉପସ୍ଥିତ ଥିଲେ ।

Comments

Popular posts from this blog

ଅନ୍ତ୍ୟୋଦୟ ଗୃହ ଯୋଜନା ଶୁଭାରମ୍ଭ

ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ବିଶ୍ଵ ପରିବେଶ ଦିବସ ପାଳିତ

ନିଟ୍ (ୟୁଜି-ମେଡିକାଲ) ପରୀକ୍ଷା ୨୦୨୫ରେ ବରଗଡ଼ କ୍ରୀଷ୍ଣା ବିକାଶ, ସଫଳତା