ଅମ୍ବା ଭୋନା ରେ ୧୧ କେଜି ଗଞ୍ଜେଇ ଜବତ


 ବରଗଡ ଏସ ପି ଙ୍କ ନିର୍ଦ୍ଦେଶ କ୍ରମେ ତଥା ବରଗଡ ଏସ ଡି ପି ଓ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ରେ ଅମ୍ବାଭୋନା ଥାନା ସୌଜନ୍ୟରୁ ଅମ୍ବାଭୋନା ବ୍ଲକର ତେଲିପାଲୀ ଗ୍ରାମର ଗଣେଷ ବେହେରା ଠାରୁ 11 KG 100 ଗ୍ରାମ ଗଞ୍ଜେଇ ଜବତ କରାଯାଇଛି  ।ପ୍ରତ୍ୟକ୍ଷ ସୁତ୍ରରୁ ଖବର ପାଇ ଅମ୍ବାଭୋନା ଥାନା SI ତୁଲସୀରାମ ଶବର ଓ ଥାନାର ଅନ୍ଯାନ୍ଯ ଷ୍ଟାଫ 20 /7/2024 ଦିନ 2 :45 PM ରେ ଚଢାଉ କରି ଅଭିଯୁକ୍ତ ଗଣେଶ ବେହେରା ଙ୍କ ଘର ପଛପଟୁ ଏହି ଗଞ୍ଜେଇ ଜବତ କରିବା ସହ ଏକ ହିରୋ ଡିଲକ୍ସ ବାଇକ ଓ ଗୋଟିଏ ନୋକିଆ କି ପେଡ ମୋବାଇଲ ଜବତ କରାଯାଇଛି  ।ଏନେଇ ଅମ୍ବାଭୋନା ଥାନାରେ କେସ ନଂ 138 ଓ NDPS ଏକ୍ଟ ରେ ତଦନ୍ତ ଜାରିରହିଛି  । ଏହି ତଦନ୍ତ କରୁଛନ୍ତି ଅମ୍ବାଭୋନା ଥାନାଧିକାରୀ ବିପିନ ବାଗ  

।ଏନେଇ ଆଜି ଏକ ପ୍ରେସ ବିଜ୍ଞପ୍ତି ରେ ସୁଚନା ଦିଆଯାଇଛି।  ଅଭିଯୁକ୍ତ କୁ କୋର୍ଟଚାଲାଣ କରାଯାଇଥିବା ସୁଚନା ଦେଇଛନ୍ତି ଅମ୍ବାଭୋନା ଥାନାଧିକାରୀ ବିପିନ ବାଗ  ।

Comments

Popular posts from this blog

ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ରେ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ

ଜଗବନ୍ଧୁ ଦାସ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ବାର୍ଷିକ କ୍ରୀଡ଼ା ଉତ୍ସବ

ହରି ହର ଭେଟ ପାଇଁ ପ୍ରସ୍ତୁତି ବୈଠକ