ଜନ୍ମାଷ୍ଟମୀ ପାଇଁ ଯାଦବ ସମାଜ ର ପ୍ରସ୍ତୁତି ବୈଠକ


 ଜନ୍ମାଷ୍ଟମୀ ପାଇଁ ଯାଦବ ସମାଜ ର ପ୍ରସ୍ତୁତି ବୈଠକ ।


ବରପାଲି ତା ୨୨-୦୭ 

ଚଳିତ ବର୍ଷ ଜନ୍ମାଷ୍ଟମୀ ଓ ନନ୍ଦଉତ୍ସବ ପାଳନ ପାଇଁ ରବିବାର ଯାଦବ ସମାଜ ର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।

ବରପାଲି ସ୍ଥିତ ଜୟ ଗୋପାଳ କଲ୍ୟାଣ ମଣ୍ଡପ ଠାରେ ଯାଦବ ସମାଜ ର ବ୍ଲକ ସଭାପତି ମନଫୁଲ ଭୋଇ ଙ୍କ ଅଧ୍ୟକ୍ଷତା ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ପ୍ରାରମ୍ଭ ରେ ଶ୍ରୀକୃଷ୍ଣ ଓ ସମଲେଶ୍ଵରୀ ଙ୍କ ଫଟୋ ଚିତ୍ର ରେ ଦ୍ବୀପ ପ୍ରଜ୍ବଳନ ପରେ ସଭା ଆରମ୍ଭ ହୋଇ ଥିଲା । ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଏହି ତିନି ଦିନିଆ କାର୍ଯକ୍ରମ କୁ ଅଧିକ ଆକର୍ଷଣୀୟ କରିବା ପାଇଁ ପ୍ରସ୍ତାବ ନିଆ ଯାଇଥିଲା। ଆସନ୍ତା ଅଗଷ୍ଟ ମାସ ୨୫ ତାରିଖ ରୁ ୨୭ ତାରିଖ ପର୍ଯ୍ୟନ୍ତ ଏହି ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବ ପାଳନ କରାଯିବ । ଯାତ୍ରା ର ସୁପରିଚାଳନା ପାଇଁ ବିଭିନ୍ନ କମିଟି ଗଠନ କରାଗଲା।ଯାତ୍ରା କମିଟି ର ମୁଖ୍ୟ ପରିଚାଳକ ଭାବରେ ସଭାପତି ଭାବେ ରସାନନ୍ଦ ଥପା ମନୋନିତ ହୋଇଥିବା ବେଳେ ଅକ୍ଷୟ ଭୋଇ,ଖାଡିଆ ବଗର୍ତ୍ତି,ପ୍ରତାପ ନାଗ,, ନନ୍ଦ କିଶୋର ବାଗ, , ହଜାରୁ ମହାକୁର, ସୁଦାମ ପୋଡ, କୁନୁ ଜାଲ ପ୍ରମୁଖ ଯାତ୍ରା ପରିଚାଳନା କମିଟି ରେ ରହିଛନ୍ତି ।ଚଳିତ ବର୍ଷ ନନ୍ଦ ରାଜା ଭାବରେ କୁଞ୍ଜ ବିହାରୀ ରାଉତ ଓ ବସୁଦେବ ଭାବରେ ଧୀରେନ୍ଦ୍ର ଭୋଇ ସପତ୍ନିକ କର୍ତ୍ତା ଦାୟିତ୍ଵ ନିର୍ବାହ କରିବେ । ଆଜିର ଏହି ପ୍ରସ୍ତୁତି ବୈଠକ ରେ ଖାଡିଆ ବଗର୍ତ୍ତି, ଗୋବିନ୍ଦ ଯୁଆଡ଼ି,ମନୋରଞ୍ଜନ ବଗର୍ତ୍ତି, ,ଦଇତାରୀ ବିଶି, ପୂର୍ଣ୍ଣ ଚନ୍ଦ୍ର ଭୋଇ, ଭାଗବତ କାଣ୍ଡ, ମନୋଜ ଜାଲ,ଭୀମ ଗଡତୀଆ,ଶିବ ପାଣ୍ଡେ,କୈଳାଶ ଗହିର,ବିଷ୍ମା ମିତ୍ର ପୋଡ ପ୍ରମୁଖ ଉପସ୍ଥିତ ରହି ଆଲୋଚନା ରେ ଭାଗ ନେଇ ଥିଲେ।ଶେଷ ରେ ବରିଷ୍ଠ ସଭ୍ୟ କୁଞ୍ଜ ବିହାରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

Comments

Popular posts from this blog

ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ବିଶ୍ଵ ପରିବେଶ ଦିବସ ପାଳିତ

ନିଟ୍ (ୟୁଜି-ମେଡିକାଲ) ପରୀକ୍ଷା ୨୦୨୫ରେ ବରଗଡ଼ କ୍ରୀଷ୍ଣା ବିକାଶ, ସଫଳତା

ବରପାଲି ରେ ସେବା ସପ୍ତାହ ଆଜି ଉଦଯାପିତ