୧୪ରେ ଖୋଲିବାକୁ ଯାଉଛି ମହାପ୍ରଭୁଙ୍କ ରତ୍ନ ଭଣ୍ଡାର। ରତ୍ନ ଭଣ୍ଡାର ଖୋଲିବା ବେଳେ ବନ୍ଦ ହେବନି ଭକ୍ତଙ୍କ ଦର୍ଶନ
୧୪ରେ ଖୋଲିବାକୁ ଯାଉଛି ମହାପ୍ରଭୁଙ୍କ ରତ୍ନ ଭଣ୍ଡାର।
ରତ୍ନ ଭଣ୍ଡାର ଖୋଲିବା ବେଳେ ବନ୍ଦ ହେବନି ଭକ୍ତଙ୍କ ଦର୍ଶନ
ଆସନ୍ତା ୧୪ରେ ଖୋଲିବାକୁ ଯାଉଛି ମହାପ୍ରଭୁଙ୍କ ରତ୍ନ ଭଣ୍ଡାର । ଏନେଇ ଜଷ୍ଟିସ୍ ବିଶ୍ବନାଥଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଛି । ସରକାରଙ୍କ ଅନୁମତି ପରେ ଖୋଲିବ ରତ୍ନଭଣ୍ଡାର ।ଏହା ସହିତ ଭିତରେ ଥିବା ସମସ୍ତ ଅଳଙ୍କାରର ଗଣତି ମଣତି ସହିତ ରତ୍ନଭଣ୍ଡାରର ମରାମତି ମଧ୍ୟ କରାଯିବା ପାଇଁ ନିଷ୍ପତି ନିଆ ଯାଇଥିବା ବେଳେ ଅସ୍ଥାୟୀ ଭଣ୍ଡାର କରାଯାଇ ସମସ୍ତ ଅଳଙ୍କାର ସେଠାକୁ ସ୍ଥାନାନ୍ତର କରାଯିବ । ସେ ସମୟରେ ମନ୍ଦିରରେ ଗହଳି ଚହଳି ରହିବ କି ନାହିଁ, ଭକ୍ତ ମହାପ୍ରଭୁଙ୍କ ଦର୍ଶନ ପାଇବେ କି ନାହିଁ ସେନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଥିବା ବେଳେ ଏନେଇ ଆଶ୍ବସ୍ତି ଦେଇଛନ୍ତି ଜଷ୍ଟିସ ବିଶ୍ବନାଥ । ବୈଠକ ପରେ ଜଷ୍ଟିସ ବିଶ୍ୱନାଥ ରଥ କହିଛନ୍ତି ।ଆସନ୍ତା ୧୪ରେ ରତ୍ନ ଭଣ୍ଡାର ଖୋଲିବାକୁ ସରକାରଙ୍କୁ ପ୍ରସ୍ତାବ ଦିଆଯିବ । ଆଶା କରୁଛୁ ସରକାର ୧୪ରେ ଖୋଲିବାକୁ ଅନୁମତି ଦେଇଦେବେ । ସରକାରଙ୍କ ଅନୁମତି ପରେ ରତ୍ନଭଣ୍ଡାର ଖୋଲାଯିବ । ଏହାସହିତ ରତ୍ନଭଣ୍ଡାର ଖୋଲିବା ବେଳେ ଭକ୍ତଙ୍କ ଦର୍ଶନ ବନ୍ଦ ହେବନି ବୋଲି ଜଷ୍ଟିସ ବିଶ୍ବନାଥ ରଥ କହିଛନ୍ତି । ରତ୍ନଭଣ୍ଡାର ଖୋଲାଯିବା ପ୍ରକ୍ରିୟା ଚାଲୁଥିବା ବେଳେ ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ।
Comments
Post a Comment