ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି

 

ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି



-ବରଗଡ଼ ଜିଲ୍ଲା ବିଜେପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋଏଲ , ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମୀନା, ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳ କୃଣାଲ ମୋତିରାମ ଚୌହାନ, ଜିଲ୍ଲା ପରିଷଦ ମୂଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ସୁଶାନ୍ତ ସିଂ ଏବଂ ପଦ୍ମପୁର ଉପଜିଲ୍ଲାପାଳ ଆଲୋକ କୁମାର ପଟେଲ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ ।ଉକ୍ତ ଶିବିରରେ ଜଳସେଚନ, ବିଦ୍ୟୁତ୍ ଯୋଗାଣ, ଶିକ୍ଷା, ପାନୀୟ ଜଳ ଯୋଗାଣ, ରାସନ କାର୍ଡ, ଧାନ ବିକ୍ରୀ, ଭତ୍ତା , ରାସ୍ତା ନିର୍ମାଣ ଆଦି ସମାସ୍ୟା ଅଧାରିତ ସମୁଦାୟ ୭୮ ଗୋଟି  ଅଭିଯୋଗ ମଧ୍ୟରୁ ୬୬ଗୋଟି ବ୍ୟକ୍ତିଗତ ଏବଂ ୧୨ ଗୋଟି ସାମୁହିକ ସମସ୍ୟାର ଅଭିଯୋଗ ଶୁଣାଣି କରି ଜିଲ୍ଲାପାଳ ଲୋକଙ୍କ ସମସ୍ୟା ତୁରନ୍ତ ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି ।

Comments

Popular posts from this blog

ଜଗବନ୍ଧୁ ଦାସ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ବାର୍ଷିକ କ୍ରୀଡ଼ା ଉତ୍ସବ

ହରି ହର ଭେଟ ପାଇଁ ପ୍ରସ୍ତୁତି ବୈଠକ

ଜିଲ୍ଲା ସ୍ତରୀୟ ରେଡକ୍ରସ ଶିବିର ଉଦଘାଟିତ