ଜିଲ୍ଲାସ୍ତରୀୟ ସ୍ୱାଧିନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ

 

ଜିଲ୍ଲାସ୍ତରୀୟ ସ୍ୱାଧିନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ*


ବରଗଡ଼ ଜିଲ୍ଲା ୭୮ ତମ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ଆଜି  ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଲାପାଳ ଶ୍ରୀ ଗୋୟଲ ଅଧ୍ୟକ୍ଷତା କରିବା ସହ ଆଗାମୀ ସ୍ୱାଧିନତା ଦିବସକୁ ଜାତୀୟ ଭାବନା ସହକାରେ ବିପୁଳ ଆନନ୍ଦ ଉଲ୍ଲାସ ଓ ଉତ୍ସାହ ଉଦୀପନା ସହିତ ପାଳନ କରିବା ପାଇଁ ସମସ୍ତଙ୍କର ସକ୍ରିୟ ସହଯୋଗ କାମନା କରିଛନ୍ତି । 

ପ୍ରସ୍ତୁତି ବୈଠକର ନିଷ୍ପତିି ଅନୁୟାୟୀ ସ୍ୱାଧୀନତା ଦିବସ ଅବସରରେ ପ୍ରତ୍ୟୁଷରେ ରାମଧୂନ୍ ପ୍ରଚାର, ସକାଳେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରଭାତଫେରୀ, ସକାଳ ୭ ଘଟିକାରୁ ଘ୭.୩୦ମି. ମଧ୍ୟରେ ସରକାରୀ ଓ ବେସରକାରୀ ଅନୁଷ୍ଠାନ ତଥା ଶିକ୍ଷାନୁଷ୍ଠାନମାନଙ୍କରେ ଜାତୀୟ ପତାକା ଉତୋଳନ, ସକାଳ ଘ୮.୩୦ମି. ସମୟରେ ମହାପୁରୁଷମାନଙ୍କର ପ୍ରତିମୁର୍ତିରେ ମାଲ୍ୟାର୍ପଣ, ସକାଳ ଘ୯.୧୫ମି. ସମୟରେ ଜିଲ୍ଲାସ୍ତରୀୟ ସମାରୋହରେ ଜାତୀୟ ପତାକା ଉତୋଳନ, ସମ୍ମିଳିତ ଆନୁଷ୍ଠାନିକ ପ୍ୟାରେଡ୍ ଏବଂ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ, ପ୍ୟାରେଡ୍‌ରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମିଷ୍ଟାନ୍ନ ବଂଟନ ଭଳି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ସମ୍ମିଳିତ ପ୍ୟାରେଡ୍‌କୁ ଅଧିକ ଆକର୍ଷଣୀୟ କରିବା ପାଇଁ ଆଗାମୀ ଅଗଷ୍ଟ ମାସ ୧୧ ରୁ ୧୩ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ସକାଳ ଘ୭.୩୦ମି. ସମୟରେ ପ୍ୟାରେଡ୍ ଅଭ୍ୟାସ ଅନୁଷ୍ଠିତ ହେବ ବୋଲି ସ୍ଥିରୀକୃତ ହୋଇଛି । ସ୍ୱାଧୀନତା ଦିବସ ଉପଲକ୍ଷେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ବର୍ଗରେ ପ୍ରବନ୍ଧ, ବକ୍ତୃତା, ଦେଶାତ୍ମବୋଧକ ସଙ୍ଗୀତ, ଚିତ୍ରକଳା, କୁଇଜ ପ୍ରତିଯୋଗିତା ଆୟୋଜନ କରାଯିବାକୁ ନିଷ୍ପତି ନିଆଯାଇଛି । ସ୍ୱାଧୀନତା ଦିବସ ସମାରୋହର ସୁପରିଚାଳନା ନିମନ୍ତେ ଆଇନ ଶୃଙ୍ଖଳା, ଟ୍ରାଫିକ୍ କଂଟ୍ରୋଲ୍‌, ଆଶୁ ଚିକିତ୍ସା, ପାନୀୟ ଜଳ ଯୋଗାଣ ଓ ପରିମଳ, ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ଆଦି ପ୍ରସଙ୍ଗ ସମ୍ପର୍କରେ ଆଲୋଚନା ହୋଇଥିଲା । 

ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ମଧୁଛନ୍ଦା ସାହୁଙ୍କ ସମେତ ଶିକ୍ଷା, ସ୍ୱାସ୍ଥ୍ୟ, ଉଦ୍ୟାନ ଏବଂ ପୋଲିସ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ  ପୌର ପାଳିକା ନିର୍ବାହୀ ଅଧିକାରୀ, ବିଡିଓ, ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ, ଗଣମାଧ୍ୟମର ପ୍ରତିନିଧି, ବିଭିନ୍ନ ଅନୁଷ୍ଠାନ ଓ  ଶିକ୍ଷାନୁଷ୍ଠାନର କର୍ମକର୍ତ୍ତା, ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ଅଂଶଗ୍ରହଣ କରି ସ୍ୱାଧିନତା ଦିବସ ପାଳନକୁ ସର୍ବାଙ୍ଗ ସୁନ୍ଦର କରିବା ପାଇଁ ମତାମତ ପ୍ରଦାନ କରିଥିବା ବେଳେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ଖୋସ୍ଲା କାର୍ଯ୍ୟସୂଚୀ ସଂପର୍କରେ ବିବରଣୀ ପ୍ରଦାନ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।

Comments

Popular posts from this blog

ସାଂସଦ ଓ ବିଧାୟକ ଙ୍କ ବରପାଲି ଗସ୍ତ

ନଗର ଯାଦବ ସମାଜ ପକ୍ଷରୁ ନୂତନ କର୍ମକର୍ତ୍ତା ଚୟନ

ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ରେ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ