ରଞ୍ଜିତା ଭୁଏଙ୍କୁ ସମ୍ବର୍ଦ୍ଧନା


 ବରଗଡ ଜିଲ୍ଲା ଅଏଁଲାବାହାଲ ଗ୍ରାମର ଜଗଲପାଟ ହାଇସ୍କୁଲ ଗାଇସିଲେଟରେ ନବମ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀ ରଞ୍ଜିତା ଭୁଏ, ବାପା ଲଡୁ ଭୁଏ ଯୋଗ ଅଲମ୍ପିଆଡ କ୍ଷେତ୍ରରେ କୃତିତ୍ବ ହାସଲ କରି ଜିଲ୍ଲାର ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ା ସେ ପ୍ରଥମେ ୨୦୨୧ରେ ପଶ୍ଚିମବଙ୍ଗ, ୨୦୨୨ରେ ସ୍କୁଲ ଗେମରେ ଷ୍ଟେଟ ସ୍ତରରେ ତୃତୀୟ ସ୍ଥାନ, ୨୦୨୩ରେ ଜାତୀୟ ସ୍ତରରେ ପ୍ରଥମ ସ୍ଥାନ (ପଞ୍ଜାବ,ମଧ୍ୟପ୍ରଦେଶ ଓ ଆସାମ), ୨୦୨୪ରେ ରାଜ୍ୟ ତରଫରୁ ପୁଣି ମହୀଶୁରକୁ ରିପ୍ରେଜେଣ୍ଟ କରିଛନ୍ତି ା ତାଙ୍କ କୋଚ୍ ହେଉଛନ୍ତି ଶ୍ରୀ ଗୋପାଲ ପୋଢ଼ ା

ଆଜି ବରଗଡ ବାପୁଜୀ ସ୍ବତନ୍ତ୍ର ବିଦ୍ୟାଲୟଠାରେ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଏଚିଭର୍ସ ହେଲ୍ପିଙ୍ଗ ଫାଉଣ୍ଡେସନ ତରଫରୁ ସଭାପତି ଦିବାକର ମାଝି, ଇଂ ରୋଶନ ପ୍ରଧାନ, ଅଶ୍ବିନୀ କୁମାର ବେହେରା,  ବିଦ୍ୟାଲୟର ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀ ମାନଙ୍କ ଉପସ୍ଥିରେ ରଞ୍ଜିତା ଭୁଏଙ୍କୁ ସମ୍ବର୍ଦ୍ଧନା କରି ସମସ୍ତେ ତାଙ୍କର ଉଜ୍ବଳ ଭବିଷ୍ୟତ କାମନା କଲେ ା

Comments

Popular posts from this blog

ସାଂସଦ ଓ ବିଧାୟକ ଙ୍କ ବରପାଲି ଗସ୍ତ

ନଗର ଯାଦବ ସମାଜ ପକ୍ଷରୁ ନୂତନ କର୍ମକର୍ତ୍ତା ଚୟନ

ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ରେ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ