5T ସ୍କୁଲରେ ସାପ ଆତଙ୍କ ପ୍ରଶାସନ ଅଧିକାରୀ ଜାଣି ଶୁଣି ଚୁପ୍


 5T ସ୍କୁଲରେ ସାପ ଆତଙ୍କ ପ୍ରଶାସନ ଅଧିକାରୀ ଜାଣି ଶୁଣି ଚୁପ୍।


ବରପାଲି -୩୦/୮ବରଗଡ ଜିଲ୍ଲା ବରପାଲି ବ୍ଲକ ଲେଣ୍ଡା ପଞ୍ଚାୟତ 5T ହାଇସ୍କୁଲ ଘରେ ସାପ ଙ୍କ ଆତଙ୍କ।ଅବିଭାବକ ମାନଙ୍କ କହିବା ନୁ ସାରେ ସ୍କୁଲକୁ 5T ରେ କୋଠାଗୃହ ମାନ ନିର୍ମାଣ ହୋଇଛି ଏବଂ ଏହି କୋଠାଗୃହର କାନ୍ଥ ମାନ୍ ଫାଟି ଆଁ କଲାଣି ଯୋଉଟା କି ଟିକିଏ ବର୍ଷା ହେଲେ କାନ୍ଥ ରୁ ପାଣି ବାହାରୁଛି ଏବଂ ସେ ବାଟ ଦେଇ ବିଷାକ୍ତ ସାପ ମାନ ବାହାରୁଥିବା ଓ ପାଖରେ ଥିବା ଆଉ ଏକ ଶ୍ରେଣୀ ଗୃହ ଠିକାଦାର ଅଧ କାମ କରି ଛାଡ଼ି ଚାଲି ଯାଇଥିବାରୁ ଉଇ ହୁଙ୍କା ହୋଇ ବିଷାକ୍ତ ନାଗ ସାପ ମାନ ଘର କରି ଶ୍ରେଣୀ ଗୃହରେ ରହୁଥିବା ରାତ୍ରି ଯୁଗୁଆଲି ପ୍ରକାଶ କରିଛନ୍ତି ଏବଂ ବିଷାକ୍ତ ସାପ ଗୁଡିକ ଦୈନନ୍ଦିନ ବାହାରୁ ଥିବା ଏବଂ ଆଜି ମଧ୍ୟ ବାହାରିଥିବା ଜଣାଯାଇଛି। ଏହି ହାଇସ୍କୁଲ ରେ ଷଷ୍ଠ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସହସ୍ରାଧିକ ଛାତ୍ର ଛାତ୍ରୀ ମାନେ ଅଧ୍ୟୟନ କରୁଛନ୍ତି।ଯଦି  କୌଣସି ଛାତ୍ର ଛାତ୍ରୀ ବିଷଧର ସାପ କାମୁଡି ଦିଏ କିଏ ତାର କାରଣ ହେବ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ସମ୍ପର୍କରେ ସ୍କୁଲ ର ଅଭିଭାବକ ,ଶିକ୍ଷକ ମାନେ ସ୍ଥାନୀୟ ପ୍ରାସାନ ଅଧିକାରୀ ମାନଙ୍କୁ ଜଣାଇ ଥିଲେ ମଧ୍ୟ ତାର କୌଣସି ସୁ ଫଳ ମିଳି ପାରୁନାହିଁ। କାରଣ ଏହି ସ୍କୁଲ ଟି ବ୍ଲକ ଗ୍ରାଣ୍ଡ ସ୍କୁଲ ହୋଇଥିବାରୁ ଜିଲ୍ଲା ସ୍ତରୀୟ ଓ ବ୍ଲକ ସ୍ତରୀୟ ପ୍ରଶାସନ ଅଧିକାରୀ ମାନେ ଜାଣି ମଧ୍ୟ ଚୁପ୍ ରହୁଥୁବାର ଜଣା ଜିବା ସାଙ୍ଗକୁ ତିଆରି କରିଥିବା ଠିକାଦାର ସାଙ୍ଗରେ ମଧ୍ୟ ମଧ୍ୟ ଚନ୍ଦ୍ରିକା ଥିବା ସନ୍ଧେହ୍ କରାଯାଉଛି।ଯଦି ଛାତ୍ର ଛାତ୍ରୀ ଙ୍କ ଉପରେ କିଛି ଅଘଟଣ ଘଟେ ଟା ହେଲେ ପ୍ରଶାସନ ଅଧିକାରୀ ମାନେ ଦାଇ ରହିବେ ବୋଲି ଅଭିଭାବକ ମାନେ ଜଣାଇବା ସାଙ୍ଗକୁ ତୁରନ୍ତ ଏହାର ସମାଧାନ କରିବା ପାଇଁ ଜିଲ୍ଲା ପ୍ରଶାସନ ଅଧିକାରୀଙ୍କୁ ଦାବି କରିଛନ୍ତି।

Comments

Popular posts from this blog

ସାଂସଦ ଓ ବିଧାୟକ ଙ୍କ ବରପାଲି ଗସ୍ତ

ନଗର ଯାଦବ ସମାଜ ପକ୍ଷରୁ ନୂତନ କର୍ମକର୍ତ୍ତା ଚୟନ

ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ରେ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ