ବିଶିଷ୍ଟ ନାଟ୍ୟକାର ନିର୍ଦେଶକ ଅଭିନେତା ପଂଞ୍ଚାନନ ମେହେର ଙ୍କ ୮୧ ତମ ଜନ୍ମ ଜୟନ୍ତୀ ଉତ୍ସବ ପାଳନ
ବିଶିଷ୍ଟ ନାଟ୍ୟକାର ନିର୍ଦେଶକ ଅଭିନେତା ପଂଞ୍ଚାନନ ମେହେର ଙ୍କ ୮୧ ତମ ଜନ୍ମ ଜୟନ୍ତୀ ଉତ୍ସବ ପାଳନ।
ବରପାଲି -୧୦/୮(ଚିତ୍ତରଞ୍ଜନ ସାହୁ ) ବରପାଲି କଳାକାର କ୍ଲବ ପ୍ରାଙ୍ଗଣ ରେ ବିଶିଷ୍ଟ ନାଟ୍ୟକାର,ନିର୍ଦେଶକ, ଅଭିନେତା, ଗୀତିକାର ପଞ୍ଚାନନ ମେହେର ଙ୍କ ୮୧ ତ ଜନ୍ମ ଜୟନ୍ତୀ ଉତ୍ସବ ସରୋଜ କୁମାର ମେହେର ଙ୍କ ସଭାପତି ତ୍ଵ ରେ ଅନୁଷ୍ଠିତ ହୋଇ ଯାଇ ଅଛି।ସଭାରେ ମୁଖ୍ୟ ଅତିଥୀ ଭାବରେ ଶ୍ରୀ ଶ୍ରୀ ବ୍ରଜେଶ୍ୱରି ନୃତ୍ୟ କଳା ପରିଷଦର ସଂପାଦକ ମହେନ୍ଦ୍ର କୁମାର ମେହେର ,ମୁଖ୍ୟ ବକ୍ତା ଅଭିନେତା ସୁରେନ୍ଦ୍ର ବୀର ଭୁବନ ଭୋଇ ଯୋଗଦାନ କରିଥିଲେ ଏବଂ ତାଙ୍କ ଜୀବନର ଅନୁଭୂତି ଓ ପଞ୍ଚାନନ ମେହେର ଙ୍କ ନାଟ୍ୟ ଜୀବନ ର ଜଗୋଜନ୍ମା ରାବଣ,ହିରନ୍ୟ କସିପୁ, ଉତ୍ତରା,କନ୍ୟାକୁମାରୀ,ବିଶ୍ଵ ଆହୁତି, କର୍ଣାଜୁନ,କଳାଡାକୁ, ଇତ୍ୟାଦି ତଥା ବରପାଲି ଶୀତଳ ଷଷ୍ଠୀ ରେ ଦୀର୍ଘ ୩୦ ବର୍ଷ ଧରି ନିଷ୍ଠାପର ଭାବରେ ତରକାସୁର ଭୂମିକାରେ ଅଭିନୟ କଳାର ଗାରୀମାକୁ ଦର୍ଶକ ସମ୍ମୁଖ କୁ ଅଣି ଥିଲେ ଏବଂ ଅଭଳି କଳାକାର ଙ୍କ ଜନ୍ମ ଜୟନ୍ତି କୁ ସରକାରୀ ସ୍ତରରେ ସାଂସ୍କୃତିକ ବିଭାଗ ପାଳନ କରିବାର ପ୍ରସ୍ତାବ ଦେଇଥିଲେ ଓ ତାଙ୍କ ରଚିତ ସମସ୍ତ ପୁସ୍ତକ କୁ ସରକାରଙ୍କ ଦ୍ୱାରା ମୁଦ୍ରିତ କରାଯାଉ ବୋଲି ଦାବି କରି ଥିଲେ ସଭା ଶେଷରେ ବିଶିଷ୍ଟ ଲେଖକ କବି ଆଲୋଚକ ଚିତ୍ରକୁଟ ମେହେର ଧନ୍ୟବାଦ ଅର୍ପଣ କରି ଥିଲେ ସଭାରେ କଳାକାର ଟଙ୍କଧର ଭୋଇ,ମାଗନ୍ ମେହେର,ଶିବ ଶଙ୍କର ମେହେର,ମିନି ମେହେର,ମୁରଲୀ ମେହେର,ଧୂର୍ବ ମେହେର,ପାଞ୍ଚ ମେହେର,ବୁଲୁ ରଣା,ମଧୁସୂଦନ ମେହେର,ମିନିକେତନ୍ ମେହେର,ତାଙ୍କର ପୁତ୍ର ଵୀର ବଜରଙ୍ଗ ମେହେର,ଓ ପୁତ୍ର ବଧୂ ସନ୍ଧ୍ୟା ମେହେର,ସୁଦେଷ୍ଣା ମେହେର,ଅନନ୍ତ ମେହେର,ରବୀନ୍ଦ୍ର ମେହେର, ସୁଜିତ୍ କୁମାର ମେହେର,ପ୍ରିତମ ମେହେର ପ୍ରମୁଖ ଇଣ୍ଟର ନେସନାଲ ଥିଏଟର ର ଶତାଧିକ କଳାକାର ଙ୍କ ଉପସ୍ଥିତି ରେ ଜନ୍ମ ଜୟନ୍ତୀ ସମାରୋହ ପାଳିତ କରା ଯାଇ ଅଛି।
Comments
Post a Comment