ବରଗଡ଼ - ଉତ୍କଳ ପ୍ରାଦେଶିକ ମାରୱାଡ଼ୀ ସମ୍ବିଳନୀ , ବରଗଡ଼ ଶାଖା ଆୟୋଜିତ


 ବରଗଡ଼ - ଉତ୍କଳ ପ୍ରାଦେଶିକ ମାରୱାଡ଼ୀ ସମ୍ବିଳନୀ , ବରଗଡ଼ ଶାଖା ଆୟୋଜିତ -

ଆଜି ବିଜୁ ପଟ୍ଟନାୟକ ଟାଉନ ହଲ ବରଗଡ଼ ଠାରେ ଉତ୍କଳ ପ୍ରାଦେଶିକ ମାରୱାଡ଼ୀ ସମ୍ବିଳନୀ , ବରଗଡ଼ ଶାଖା ଆୟୋଜିତ ହୋଇ ଯାଇଛି l ଏହି ଅନୁଷ୍ଠାନ ତରଫରୁ ଶ୍ରୀ ଦିଲୀପ ସାୱାଡ଼ିଆଙ୍କ ଆହ୍ଵାନ କ୍ରମେ ମଞ୍ଚ ପରିଚାଳନା କରାଯାଇ ଥିଲା l 

ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଆକର୍ଷକ ବରଗଡ଼ର ଲୋକସଭା ସାଂସଦ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବେ ଏବଂ ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ହୋଇ ସମ୍ମିଳନୀ ର ସମସ୍ତ ଉପସ୍ଥିତ ସଭ୍ୟ ସଭ୍ୟା ନେତୃମଣ୍ଡଳୀ ତଥା ଭଦ୍ରବ୍ୟକ୍ତି ମାନଙ୍କୁ ଓ  କାର୍ଯ୍ୟପ୍ରଣାଳୀକୁ ଉତ୍ସାହିତ କରିଥିଲେ। 

ଏହି ସମ୍ମିଳନୀ ରେ 2024-26 ର ନୂତନ କର୍ମକର୍ତା  ଶପଥ ଗ୍ରହଣ ଓ ସମ୍ମାନ ଅନୁଷ୍ଠାନ ବିଶାଳ ଧୁମଧାମ ସହ ଆୟୋଜିତ ହୋଇଛି। ଏହି ଅବସରରେ ନବନିର୍ବାଚିତ ଅଧ୍ୟକ୍ଷ ଜଗଦୀଶ ଗୋଲପୁରିଆ ଏବଂ ସମ୍ପାଦକ ମହେଶ ଅଗ୍ରୱାଲ ସମ୍ମିଳିତ ଭାବେ ଶପଥ ଗ୍ରହଣ କରିଥିଲେ। ମାରୱାଡ଼ୀ ସମ୍ମିଳନୀ ର  ପ୍ରାନ୍ତିୟ ଅଧ୍ୟକ୍ଷ ଦିନେଶ ଅଗ୍ରୱାଲ ଶପଥ ପଠ କରାଇଥିଲେ। ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ସାୱାଡ଼ିଆ ଜଗଦୀଶ ଗୋଲପୁରିଆଙ୍କୁ ଦାୟିତ୍ୱ ହସ୍ତାନ୍ତର କରି ନୂତନ କର୍ମକର୍ତ୍ତା ମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ନବନିର୍ବାଚିତ ଅଧ୍ୟକ୍ଷ ଜଗଦୀଶ ଗୋଲପୁରିଆ ମଧ୍ୟ ନୂଆ ପଦର ଗରିମାକୁ ବୁଝି ସମାଜ ସେବା ପ୍ରତି ନିଜର କର୍ତ୍ତବ୍ୟଗୁଡିକ ନିର୍ବାହ କରିବାକୁ ଆଶା ଦେଇଥିଲେ, ସମାଜକୁ ନୂଆ ଗତି, ଦିଗ ଓ ଦିଗ୍ଦର୍ଶନ ଦେବା ତଥା ସମାଜର କଲ୍ୟାଣ ନିମନ୍ତେ ସମାଜରେ ବ୍ୟାପ୍ତ ଅପକାରୀ ପ୍ରଭାବଗୁଡିକୁ ଦୂର କରିବାକୁ ଚେଷ୍ଟା କରିବାକୁ ଆଶା କରିଥିଲେ। ନବନିର୍ବାଚିତ ସମ୍ପାଦକ ମହେଶ ଅଗ୍ରୱାଲ ସମସ୍ତ ବନ୍ଧୁମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସେ ନିଜର ଦାୟିତ୍ୱଗୁଡିକୁ ସୁଚାରୁ ରୂପେ ତୁଲେଇବା ପାଇଁ ସମସ୍ତ କାର୍ଯ୍ୟକର୍ତା ମାନଙ୍କ ସହଯୋଗ କାମନା କରିଥିଲେ।

Comments

Popular posts from this blog

ଅନ୍ତ୍ୟୋଦୟ ଗୃହ ଯୋଜନା ଶୁଭାରମ୍ଭ

ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ବିଶ୍ଵ ପରିବେଶ ଦିବସ ପାଳିତ

ନିଟ୍ (ୟୁଜି-ମେଡିକାଲ) ପରୀକ୍ଷା ୨୦୨୫ରେ ବରଗଡ଼ କ୍ରୀଷ୍ଣା ବିକାଶ, ସଫଳତା