ନଗର ଯାଦବ ସମାଜ ପକ୍ଷରୁ ନୂତନ କର୍ମକର୍ତ୍ତା ଚୟନ
ନଗର ଯାଦବ ସମାଜ ପକ୍ଷରୁ ନୂତନ କର୍ମକର୍ତ୍ତା ଚୟନ ।
ବରପାଲି ତା ୫-୦୭ (ଚିତ୍ତରଞ୍ଜନ ସାହୁ) ବରପାଲି ସ୍ଥିତ ଜୟ ଗୋପାଳ କଲ୍ୟାଣ ମଣ୍ଡପ ଠାରେ ନଗର ଯାଦବ ସମାଜ ପକ୍ଷରୁ ବରିଷ୍ଠ ସଭ୍ୟ ଖାଡ଼ିଆ ବାଗର୍ତିଙ୍କ ର ସଭାପତି ରେ ଏକ ସଭା ଅନୁଷ୍ଠିତ ହୋଇ ନୂତନ କର୍ମ କର୍ତ୍ତା ଚୟନ ହୋଇଯାଇଛି। ପ୍ରାରମ୍ଭ ରେ ଶ୍ରୀକୃଷ୍ଣ ଓ ସମଲେଶ୍ଵରୀ ଙ୍କ ଫଟୋ ଚିତ୍ର ରେ ଦ୍ବୀପ ପ୍ରଜ୍ବଳନ ପରେ ସଭା ଆରମ୍ଭ ହୋଇ ଆନୁଷ୍ଠାନିକ ଭାବରେ ନୂତନ କମିଟି ସର୍ବ ସମ୍ମତି କ୍ରମେ ସଭାପତି ଭାବେ ଖାଡିଆ ବଗର୍ତ୍ତି ,ଉପ ସଭାପତି କୁନୁ ଜାଲ,ସମ୍ପାଦକ ଧୀରେନ୍ଦ୍ର କୁମାର ଭୋଇ ,ସହ ସଂପାଦକ ଭୀମ ଗଡତୀ ଆ ,କୋଷାଧ୍ୟକ୍ଷ ନିକୁଞ୍ଜ ଷଣ୍ଢ,ମନୋନୀତ ହୋଇଥିବା ବେଳେ ସଭ୍ୟ ଭାବରେ ପୂର୍ଣ୍ଣ ଚନ୍ଦ୍ର ଠେଲା, ଜୟକୃଷ୍ଣ ଭୋଇ,ପୀତବାସ ଥପା ,ବାବୁଲାଲ କାଣ୍ଡ,ଅଲେଖ ଷଣ୍ଢ,ଚନ୍ଦ୍ରମଣି ଜାଲ ମନୋନୀତ ହୋଇଛନ୍ତି। ଏବଂ ଆସନ୍ତା ଜନ୍ମାଷ୍ଟମୀ ଉତ୍ସବ ପାଳନ ପାଇଁ ବିଭିନ୍ନ ଆଲୋଚନା ହେବା ସାଙ୍ଗକୁ ଚଳିତ ବର୍ଷ ଉତ୍ସବ କୁ ଆକର୍ଷଣୀୟ କରିବା ପାଇଁ ପ୍ରସ୍ତାପ ଗୃହୀତ ହୋଇଥିଲା। ଶେଷରେ ବାଲୁଙ୍କେଶ୍ୱର ବେମାଲ ଧନ୍ୟବାଦ ଅର୍ପଣ କରିଥିଲେ।
Comments
Post a Comment