ବଜ୍ରାଘାତ ରେ ୧୨ ଗୁରୁତର
ବଜ୍ରାଘାତ ରେ ୧୨ ଗୁରୁତର ।
ବରପାଲି ତା:୧୭-୦୮() ବରପାଲି ବ୍ଲକ ମୁନୁପାଲି ଗ୍ରାମ ରେ ଆଜି ବଜ୍ରାଘାତ ରେ ୧୨ ଜଣ ଗୁରୁତର ଆହତ ହୋଇ ବରପାଲି ସରକାରୀ ଡାକ୍ତରଖାନା ରେ ଚିକିତ୍ସିତ ହେଉଛନ୍ତି।
ବରପାଲି ବ୍ଲକ ଭଟିଗାଁ ପଞ୍ଚାୟତ ଅନ୍ତର୍ଗତ ମୁନୁପାଲି ଗ୍ରାମର କେତେ ଗ୍ରାମବାସୀ ଗ୍ରାମ ପୋଖରୀ ନିକଟ ରେ ଥିବା ପୋଖରୀ ନିକଟ ରେ ଗ୍ରାମପତି ପୂଜା ପାଇଁ ମଧ୍ୟାହ୍ନ ରେ ଯାଇଥିଲେ । ପୂଜା ଚାଲି ଥିବା ବେଳେ ବର୍ଷା ସହ ବ୍ରଜପାତ ହେବାରୁ ଉପସ୍ଥିତ ଭକ୍ତ ଙ୍କ ମଧ୍ୟ ରୁ ୧୨ ଜଣ ଗୁରୁତର ଆହତ ହୋଇ ଛିଟିକି ପଡ଼ି ଥିଲେ । ଗ୍ରାମବାସୀ ମାନେ ଆହତ ଙ୍କୁ ଉଦ୍ଧାର କରି ବରପାଲି ସରକାରୀ ଡାକ୍ତରଖାନା କୁ ଆଣି ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ଆହତ ଙ୍କ ମଧ୍ୟ ରୁ ଚାରି ଙ୍କ ଅବସ୍ଥା ଗୁରୁତର ଥିବା ଜଣା ପଡ଼ିଛି। ଏହି ଘଟଣାର ଖବର ପାଇ ବରପାଲି ତହସିଲଦାର ରୁକ୍ମଣ ମେହେର ରାଜସ୍ବ ନୀରିକ୍ଷକ ଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
Comments
Post a Comment