ଶୀତଳ ଷଷ୍ଠୀ ଯାତ୍ରା ପାଇଁ କନ୍ୟା ପିତା ଘୋଷଣା


 ଶୀତଳ ଷଷ୍ଠୀ ଯାତ୍ରା ପାଇଁ କନ୍ୟା ପିତା ଘୋଷଣା 

ବରପାଲି ତା୧୮-୦୮(ଚିତ୍ତରଞ୍ଜନ ସାହୁ) ରବିବାର ଶ୍ରାବଣ ଶୁକ୍ଳ ଚତୁର୍ଦ୍ଦଶୀ ଦିନ କପିଳେଶ୍ୱର ମନ୍ଦିର ଠାରେ ଶୀତଳ ଷଷ୍ଠୀ ଯାତ୍ରା କମିଟି ତରଫ ରୁ କପିଳେଶ୍ୱର ବାବା ଓ ଜଗତ ଜନନୀ ମାତା ପାର୍ବତୀ ଙ୍କର ପୂଜାର୍ଚ୍ଚନା  କରି ଆଗାମୀ ୧୪୮ତମ ଶୀତଳ ଷଷ୍ଠୀ ଯାତ୍ରା ର ହିମାଦ୍ରି ନଗର ଭାବେ ଭୁଲିଆ ସମାଜ କୁ ଆଦେଶ ପତ୍ର ପ୍ରଦାନ କରାଗଲା । ଜମିଦାର ଲାଲ ବିକ୍ରମ ସିଂ ଦେଓ , ପିନାକୀ ଦାସ, ବିଭୂତି ଭୂଷଣ ମିଶ୍ର, ସୁବାଷ ମିଶ୍ର, ପଣ୍ଡିତ ହେମନ୍ତ ମିଶ୍ର, ସଦାନନ୍ଦ ଦାସ, କୃଷ୍ଣ ଚନ୍ଦ୍ର ଦେବତା, ପ୍ରଦୀପ ଦାସ, ନରେନ୍ଦ୍ର ହୋତା, ଅଇଁଠୁ ସାହୁ, ରାଜେଶ୍ୱର ସିଂ, ନିରଞ୍ଜନ ମିଶ୍ର , ବାଳକୃଷ୍ଣ ପୁଝାରୀ, ରାଧେଶ୍ୟାମ ସାହୁ, ଧିର ପତି,ଆଶିଷ ପଟ୍ଟନାୟକ, ଦାମୋଦର ପଣ୍ଡା, ବୃଷଭାନୁ ସାହୁ,ପ୍ରତାପ ସାହୁ ଆଦି ଯୋଗଦାନ କରିଥିଲେ। ଅନ୍ୟ ପକ୍ଷରେ ଆସନ୍ତା ବର୍ଷ  ସଞ୍ଜୟ ମେହେର ଓ ସସ୍ମିତା ମେହେର କନ୍ୟା ପିତା ମାତା ଦାୟିତ୍ଵ ନିର୍ବାହ କରିବେ । ଭୁଲିଆ ସମାଜ ପକ୍ଷ ରୁ ପ୍ରସନ୍ନ ମେହେର, ଗୁଣ ନିଧି ମେହେର, ଜିତେନ୍ଦ୍ର ମେହେର, ମହେନ୍ଦ୍ର ମେହେର, ସୁଦାମ ମେହେର, ଆଶୋକ ମେହେର ଙ୍କ ସମେତ ବହୁ ଶୈବ ଭକ୍ତ ଉପସ୍ଥିତ ରହି ଯାତ୍ରା କମିଟି ପକ୍ଷରୁ ଆଦେଶ ପତ୍ର କୁ ସାଦରେ ଗ୍ରହଣ କରିଥିଲେ।

Comments

Popular posts from this blog

ନିଟ୍ (ୟୁଜି-ମେଡିକାଲ) ପରୀକ୍ଷା ୨୦୨୫ରେ ବରଗଡ଼ କ୍ରୀଷ୍ଣା ବିକାଶ, ସଫଳତା

ବରପାଲି ରେ ସେବା ସପ୍ତାହ ଆଜି ଉଦଯାପିତ

ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ବିଶ୍ଵ ପରିବେଶ ଦିବସ ପାଳିତ