ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୬୨ ତମ ଜନ୍ମଜୟନ୍ତୀ ପାଳିତ
ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୬୨ ତମ ଜନ୍ମଜୟନ୍ତୀ ପାଳିତ
ବିଶ୍ଵ ଦେଖ ମଧୁମୟରେ ଜୀବନ ..ବିଶ୍ଵ ଦେଖ ମଧୁମୟ....
ଦିନେ ଯିଏ ନିଜ ସମଗ୍ର ବିଶ୍ୱକୁ ମଧୁମୟର ସନ୍ଦେଶ ଦେଉଥିଲେ , ଯାହାଙ୍କ କଲମ ମୁନିରୁ ଝରି ପଡୁଥିଲା ଅମୃତର ସନ୍ଦେଶ ।ଓଡ଼ିଆ ଭାଷା ଓ ସାହିତ୍ୟ ପ୍ରତି ଯାହାଙ୍କ ର ରହିଛି ଅନେକ ଅବଦାନ । କାଳଜୟୀ କାବ୍ୟ କବିତା ଲେଖି ଯିଏ ସମସ୍ତଙ୍କ ହୃଦୟରେ ଅମର ହୋଇ ରହି ଯାଇଛନ୍ତି ଆଜି ହେଉଛି ସେ ମହାନ୍ କବି ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମ ଜୟନ୍ତୀ । ୧୮୬୨ ମସିହା ଅଗଷ୍ଟ ମାସର ଠିକ୍ ଆଜିର ଦିନରେ ବରଗଡ଼ ଜିଲ୍ଲାର ବରପାଲି ମାଟିରେ ଭୁଲିଆ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ସ୍ଵଭାବ କବି ଗଙ୍ଗାଧର ମେହେର । ଆଜି ହେଉଛି ତାଙ୍କ ଜନ୍ମ ଜୟନ୍ତୀ । ସାରା ଓଡ଼ିଶାରେ ବିଭିନ୍ନ ଅନୁଷ୍ଠାନ ,ସଂଗଠନ ପକ୍ଷରୁ ତାଙ୍କ ଜନ୍ମ ଜୟନ୍ତୀଙ୍କୁ ପାଳନ କରାଯିବା ସହ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି । ତପସ୍ଵିନୀ ,ପ୍ରଣୟ ବଲ୍ଲରୀ, କିଚକ ବଧ,ଇନ୍ଦୁମତି ,ରସ ରତ୍ନାକର ଭଳି
ଅନେକ କାବ୍ୟ କବିତା ଲେଖି ଓଡ଼ିଆ ଭାଷା ସାହିତ୍ୟକୁ କରିଛନ୍ତି ସେ ରୁଦ୍ଧିମନ୍ତ ।ନିଜ ଜନ୍ମ ମାଟି ବରଗଡ ଜିଲ୍ଲା ବରପାଲି ରେ ବିଭିନ୍ନ ଅନୁଷ୍ଠାନ ସହ ଗଙ୍ଗାଧର କ୍ଲବ୍,ଭୁଲିଆ ସମାଜ,ରାଜ୍ୟ ଗଙ୍ଗାଧର ସାହିତ୍ୟ ଏକାଡେମୀ ,ସରସ୍ଵତୀ ମହିଳା ସଂଘ ,ତାଙ୍କ ଜନ୍ମ ପୀଠ,ସମାଧି ପୀଠରେ ପୂଜାର୍ଚ୍ଚନା କରି ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି । ପ୍ରଭାତରୁ ଗଙ୍ଗାଧରଙ୍କ ଗୀତି ଗାଥାରେ ଏକ ଗଙ୍ଗାଧର ରଥ ବାହାରି ସହର ପରିକ୍ରମା କରିବା ସହିତ ସହ ବରପାଲି ସହର ଏବେ ଗଙ୍ଗାଧରଙ୍କ ସଙ୍ଗୀତରେ ।
Comments
Post a Comment