ଜନ୍ମ ପୀଠ ରେ ଗଙ୍ଗାଧର ଜୟନ୍ତୀ


 ଜନ୍ମ ପୀଠ ରେ ଗଙ୍ଗାଧର ଜୟନ୍ତୀ ।




କବି ଗଙ୍ଗାଧର ଙ୍କ ଦୃଷ୍ଟି ରେ ପ୍ରତ୍ୟେକ ଦୃଶ୍ୟ ମନୋଜ୍ଞ ଓ ମଧୁମୟ ବୋଲି ତାଙ୍କ କାବ୍ୟ କବିତା କାଳଜୟୀ ହୋଇ ରହିଛି ବୋଲି ଜନ୍ମ ପୀଠ ବରପାଲି ରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ଜୟନ୍ତୀ ସମାରୋହ ରେ ବହୁ ବିଶିଷ୍ଟ ବକ୍ତା ମତ ପ୍ରକାଶ କରିଥିଲେ ।

ସୋମବାର ସନ୍ଧ୍ୟା ରେ ସ୍ଥାନୀୟ ଗଙ୍ଗାଧର କଲ୍ୟାଣ ମଣ୍ଡପ ଠାରେ ଓଡିଶା ସାହିତ୍ୟ ଏକାଡେମୀ ଓ ଗଙ୍ଗାଧର ମେହେର କ୍ଲବ ବରପାଲି ର ମିଳିତ ଆନୁକୁଲ୍ୟରେ କ୍ଲବ ର ସଭାପତି ଡକ୍ଟର ଘନଶ୍ୟାମ ପାଣିଗ୍ରାହୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସାରସ୍ଵତ ସମାରୋହ ରେ ମୁଖ୍ୟ ଅତିଥି ଭାବରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ସମ୍ମାନିତ ଅତିଥି ବରଗଡ଼ ଓଡ଼ିଶା ସାହିତ୍ୟ ଏକାଡେମୀ ଯୁଗ୍ମ ସମ୍ପାଦକ ସଞ୍ଜୟ ଛଗୁଆଲ,ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବରେ ଡାକ୍ତର କୃଷ୍ଣ କେଶବ ଷଡ଼ଙ୍ଗୀ ଯୋଗ ଦେଇଥିଲେ। ଅତିଥି ମାନଙ୍କ ଦ୍ଵାରା ଦ୍ଵୀପ ପ୍ରଜ୍ବଳନ ପରେ କ୍ଲବ୍ ସଦସ୍ୟ ଚିତ୍ତରଞ୍ଜନ ସାହୁଅତିଥି ମାନଙ୍କୁ ମଞ୍ଚ କୁ ଆମନ୍ତ୍ରଣ କରିଥିଲେ । ସହ ସମ୍ପାଦକ ବାଲକିଶୋର୍ ଖାଡଙ୍ଗା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପଦ୍ମଲୋଚନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସର ରେ ବିଶିଷ୍ଟ ସାହିତ୍ୟିକ ଅଶୋକ ବହିଦାର ଙ୍କୁ ହରପ୍ରିୟା ମୁଣ୍ଡ ସ୍ମାରକୀ ଗଙ୍ଗାଧର ସମ୍ମାନ ଓ ସଢେଇ କଳା ଖର୍ ସୁଆଁ ଅଞ୍ଚଳ ର ବିଶିଷ୍ଟ ସାହିତ୍ୟିକ ବିଷ୍ଣୁ ପଦ ସିଂହ ଦେଓ ଙ୍କୁ ଗଙ୍ଗାଧର ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା । ଏହି ସମାରୋହ ରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର ଛାତ୍ର ଛାତ୍ରୀ ମାନେ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ ଓ ଶ୍ୟାମା ସଙ୍ଗୀତ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ମେହେର ସଙ୍ଗୀତ ଉପରେ ଗଙ୍ଗାଧର ଗୀତି ପରିବେଷଣ କରିଥିଲେ ।

ସକାଳ ୮ ଘଣ୍ଟା ସମୟରେ କ୍ଲବ ପରିସରରେ ଥିବା ଗଙ୍ଗାଧର ଙ୍କ ଆବକ୍ଷ ପ୍ରତିମୂର୍ତ୍ତି ରେ ତଥା କବି ଭବନ ଠାରେ ଗଙ୍ଗାଧର ମେହେର କ୍ଲବ ପକ୍ଷ ରୁ କବିଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଏଥିରେ କ୍ଲବ ସଭାପତି ଡକ୍ଟର ଘନଶ୍ୟାମ ପାଣିଗ୍ରାହୀ, ଉପ ସଭାପତି ନରେନ୍ଦ୍ର କୁମାର ହୋତା, ସମ୍ପାଦକ ଆନନ୍ଦ ମେହେର, ସହ ସମ୍ପାଦକ ବାଲ୍ କିଶୋର ଖାଡଙ୍ଗା, ଧୃବ୍ର ରାଜ ମେହେର, ହୃଷୀକେଶ ମେହେର, ସରୋଜ ତ୍ରିପାଠୀ, ଚିତ୍ତରଞ୍ଜନ ସାହୁ,ବନ୍ତ ରାମ ସେଠ, ବିଭୂତି ଭୂଷଣ ମିଶ୍ର,ଦାମୋଦର ପଣ୍ଡା, ସୁବୋଧ ମହାରଣା ପ୍ରମୁଖ ବହୁ ସଭ୍ୟ ଉପସ୍ଥିତ ଥିଲେ ।

Comments

Popular posts from this blog

ସାଂସଦ ଓ ବିଧାୟକ ଙ୍କ ବରପାଲି ଗସ୍ତ

ନଗର ଯାଦବ ସମାଜ ପକ୍ଷରୁ ନୂତନ କର୍ମକର୍ତ୍ତା ଚୟନ

ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ରେ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ