ବରପାଲି ରେ ୧୨ଘଣ୍ଟିଆ ଭାରତ ବନ୍ଦ ସଫଳ
ବରପାଲି ରେ ୧୨ଘଣ୍ଟିଆ ଭାରତ ବନ୍ଦ ସଫଳ।
ବରପାଲି -୨୧/୮(ଚିତ୍ତରଞ୍ଜନ ସାହୁ )ସୁପ୍ରିମ କୋର୍ଟ ଙ୍କ ରାୟ ବିରୁଦ୍ଧରେ ସମଗ୍ର ଭାରତ ରେ ବନ୍ଦ ଡାକରା ଦିୟା ଯାଇଥିବା ବେଳେ ଆଜି ବରଗଡ ଜିଲ୍ଲା ବରପାଲି, ଅଞ୍ଚଳରେ ସମ୍ପୂର୍ଣ୍ଣ ବନ୍ଦ ଥିବା ଦେଖିବାକୁ ମିଳିଛି ।ବରପାଲି ବ୍ଲକ SC /ST ମିଳିତ ମଞ୍ଚ ଦ୍ୱାରା ଏବଂ ସୁଦର୍ଶ ସୁନା, ବନ୍ତରାମ ସେଠ ଓ ଆବାହକ ମଣ୍ଡଳୀ ଙ୍କ ନେତୃତ୍ୱରେ ବନ୍ଦ ଡାକରା ଦିୟା ଯାଇଥିବା ବେଳେ ଏହାର ସମ୍ପୂର୍ଣ ପ୍ରଭାବ ଦେଖିବା କୁ ମିଳିଛି ସକାଳ ୬ଟା ରୁ ସନ୍ଧ୍ୟା ୬ଘଣ୍ଟା ଯାଏଁ ସମସ୍ତ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ, ତଥା ସ୍କୁଲ, କଲେଜ, ଜାନବାହନ, ଦୋକାନ ବଜାର ଆଦି ବନ୍ଦ ହୋଇଛି ଏହି ବନ୍ଦ ଡାକରା କୁ ବିଜେପି ଦଳକୁ ଛାଡି ଆଦିବାସୀ ସଂଘ , କଂଗ୍ରେସ, ବିଜେଡିଦଳ ସାମିଲ ଥିବାର ଦେଖିବାକୁ ମିଳିଛି । ବିଭିନ୍ନ ଦଳ ଓ ଅନୁଷ୍ଠାନ ମାନଙ୍କ ଦ୍ଵାରା ଛକ,ଓ ରାଜ ରାସ୍ତା ଉପରେ ଟେଣ୍ଡ ମାରି ବିକ୍ଷୋବକାରୀମାନେ ବିକ୍ଷୋବ ପ୍ରଦର୍ଶନ କରିଥିଲେ। ଏବଂ ଯଦି ସୁପ୍ରିମକୋର୍ଟ ତାଙ୍କର ଆଦେଶ ନାମା ପ୍ରତ୍ୟାବର୍ତ୍ତନ ନ କରନ୍ତି ଆଉ ବଡ ଧାରଣ ର ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି। ଏହି ଆନ୍ଦୋଳନରେ ବିଜେଡି ଦଳର ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବିଜେପୁର ବିଧାୟକ ଶ୍ରୀମତୀ ରିତା ସାହୁ,କଂଗ୍ରେସ ଦଳରୁ ଅଭିଷେକ ସେଠ, ଆଦିବାସୀ ସଂଘ ପକ୍ଷରୁ ଧର୍ମରାଜ ସିଂ ବରିହା, ଏସସି,ଏସଟି ସଂଘ ପକ୍ଷରୁ ବିରେନ୍ଦ୍ର ମହାନନ୍ଦ,ଲକ୍ଷେ ଘରିଆ ଦଳିତ ସଙ୍ଘ କାର୍ଯ୍ୟକାରୀ ସଭାପତି ପଙ୍କଜ ନାଗ, ଲକ୍ଷେ ଘରିଆ ଦଳିତ ସଙ୍ଘ ସହ ସମ୍ପାଦକ ଶ୍ରୀକାନ୍ତ ମହାନନ୍ଦ,ଭାଗରଥି ବିଭାର,ବାଲକିଶୋର ଛତର,ଲବଣି ନାଗ,ଈଶ୍ୱର ନାଗ, ସୁରେନ୍ଦ୍ର ସୁନା,ରସ ସାଗର ମହାନନ୍ଦ,ସବିତା ମହାନନ୍ଦ ଜ୍ୟୋତି କୁଅଁର ,ଭୀଷ୍ମ ଦେବ ସିକା,ପ୍ରମୁଖ ଉପସ୍ଥିତ ଥିଲେ।
Comments
Post a Comment