ପୂର୍ବତନ ବିଧାୟକ ସ୍ବର୍ଗତ ସୁବଳ ସାହୁ ଙ୍କ ସପ୍ତମ ଶ୍ରାଦ୍ଧବାର୍ଷିକୀ ପାଳନ କଲେ ସୁବଳ ସାହୁ ମେମୋରିଆଲ ଟ୍ରଷ୍ଟ
ପୂର୍ବତନ ବିଧାୟକ ସ୍ବର୍ଗତ ସୁବଳ ସାହୁ ଙ୍କ ସପ୍ତମ ଶ୍ରାଦ୍ଧବାର୍ଷିକୀ ପାଳନ କଲେ ସୁବଳ ସାହୁ ମେମୋରିଆଲ ଟ୍ରଷ୍ଟ ।
ବରପାଲି -୨୨/୮( ଚିତ୍ତରଞ୍ଜନ ସାହୁ)ବରପାଲି ସ୍ଥାନୀୟ ସୁବଳ ସାହୁ ମେମୋରିଆଲ ଟ୍ରଷ୍ଟ କାର୍ଯ୍ୟାଳୟ ଠାରେ ସୁବଳ ସାହୁ ଙ୍କ ସପ୍ତମ ଶ୍ରାଦ୍ଧବାର୍ଷିକୀ ସୁବଳ ସାହୁ ମେମୋରିଆଲ ଟ୍ରଷ୍ଟ ତରଫରୁ ପାଳନ କରାଯାଇଥିଲା l ଉକ୍ତ କାର୍ଯକ୍ରମ ରେ ସର୍ବ ପ୍ରଥମେ ସୁବଳ ସାହୁ ଙ୍କ ପ୍ରତିଛବି ରେ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବିଧାୟକ ସ୍ବର୍ଗତ ସୁବଳ ସାହୁଙ୍କ ଧର୍ମପତ୍ନୀ ରିତା ସାହୁ ଙ୍କ ସହିତ ଟ୍ରଷ୍ଟ ର ଉପଦେଷ୍ଟା ଅଚ୍ୟୁତାନନ୍ଦ ଦାସ, ଅଚ୍ୟୁତାନନ୍ଦ ପଣ୍ଡା ବ୍ଲକ ଅଧ୍ୟକ୍ଷା ଶ୍ରୀମତି ରିନା ଥଇତ ଏନ ଏ ସି ଅଧ୍ୟକ୍ଷ ଦିନେଶ ଗହିର ଅନୁଷ୍ଠାନ ସମସ୍ତ ସଦସ୍ୟ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ପରେ ତାଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି, ଆହାର କେନ୍ଦ୍ର ଠାରେ ସୁବଳ ସାହୁ ଙ୍କ ସୃତିରେ ଆହାର ବଣ୍ଟନ କରିବାପରେ ବରପାଲି ଡାକ୍ତର ଖାନା ଠାରେ ରୋଗୀମାନଙ୍କୁ ଫଳ ବଣ୍ଟନ କରି, ଅପରାହ୍ନ ୪ ଘଣ୍ଟା ସମୟ ରେ ପାର୍ବତୀ ଗିରି ବୃଦ୍ଧା ଆଶ୍ରମ ଠାରେ ଅନ୍ତେଃବାସୀ ଙ୍କୁ ବସ୍ତ୍ର ବଣ୍ଟନ କରଯାଇଥିଲା ଉକ୍ତ କାର୍ଯକ୍ରମ ରେ ଅନୁଷ୍ଠାନ ସମ୍ପାଦକ ବନ୍ତରlମ ସେଠ୍ ଙ୍କ ସହିତ ମନମୋହନ ସ୍ୱାଇଁ, ଫକିର ବେହେରା ଜିତେନ୍ ସୁନା, ବିକାଶ ସାହୁ , ଅଶ୍ଵିନୀ ପରିଡ଼ା, ପ୍ରମୋଦ ମେହେର, ଜନ୍ମ ବାଗ, କବି ନାଗ, କୁନ୍ତ ଭୋସାଗର, ଅନିଲ ସେଠ୍, ବିଜନ ଦାଶ , ପର୍ଶୁରାମ ମଲ୍ଲିକ ପ୍ରମୁଖ ସହଯୋଗ କରିଥିଲେ
Comments
Post a Comment