ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ସ୍ଵଭାବ କବିଙ୍କ ୧୬୨ତମ ଜନ୍ମ ଜୟନ୍ତୀ

 

*ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ସ୍ଵଭାବ କବିଙ୍କ ଜନ୍ମ ଜୟନ୍ତୀ  ପାଳିତ* 


ବରପାଲି ୨୩/୦୮/୨୪(ଚିତ୍ତରଞ୍ଜନ ସାହୁ)

ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ସ୍ଵଭାବ କବିଙ୍କ ୧୬୨ତମ ଜନ୍ମ ଜୟନ୍ତୀ   ମହାବିଦ୍ୟାଳୟର ଅଧ୍ୟକ୍ଷା ପଦ୍ମିନୀ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି।ଓଡ଼ିଆ ବିଭାଗର ମୁଖ୍ୟ ଯତୀନ୍ଦ୍ର କୁମାର ସାହୁଙ୍କ ପରିଚାଳନା ସଭାରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ପ୍ରତିଷ୍ଠାତା ଶ୍ରୀଯୁକ୍ତ ଅନ୍ତର୍ଯ୍ୟାମୀ ପଣ୍ଡା,ମୁଖ୍ୟ ବକ୍ତା ଭାବେ ଟ୍ରଷ୍ଟ ଫଣ୍ଡ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ସରୋଜ କୁମାର ଦେବତା ଯୋଗ ଦେଇଥିଲେ।ପ୍ରାଥମିକ ପର୍ଯ୍ୟାୟରେ କବିଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ ସହ ଦ୍ଵୀପ ପ୍ରଜ୍ବଳନ ଓ ଛାତ୍ରୀ ମାନଙ୍କ ଦ୍ୱାରା ସ୍ଵାଗତ ଓ ସମାପ୍ତି ସଙ୍ଗୀତ ଗାନ କରାଯାଇଥିଲା। ଓଡ଼ିଆ ଅଧ୍ୟାପିକା ପିଙ୍କି ବାରିକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଇତିହାସ ବିଭାଗର ଅଧ୍ୟାପିକା ନିଳୀମା ନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ।ଏ ଅବସରରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ  ନେପାଲ ବିଶ୍ଵାଳ,ଶଶାଙ୍କ ଶେଖର  ପଧାନ,ସାର୍ଥକ ପାଣିଗ୍ରାହୀ ଅଧ୍ୟାପିକା ଜ୍ୟୋତି ସାହୁ,ସସ୍ମିତା ମେହେର,ଶୋଭାବତୀ ଥପା,ମନୀଷା ଭୋଇ,ପରିଣୀତା ପଧାନ, ସହକର୍ମୀ ବିରେନ୍ଦ୍ର ଖଟୁଆ, ନୃପରାଜ ବରିହା,ତ୍ରିପୁରା ବେହେରା ସାମିଲ ହୋଇଥିଲେ।

Comments

Popular posts from this blog

ସାଂସଦ ଓ ବିଧାୟକ ଙ୍କ ବରପାଲି ଗସ୍ତ

ନଗର ଯାଦବ ସମାଜ ପକ୍ଷରୁ ନୂତନ କର୍ମକର୍ତ୍ତା ଚୟନ

ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ରେ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ