ସଂସ୍କୃତ କଲେଜରେ ସଂସ୍କୃତ ଦିବସ ଓ ଗଙ୍ଗାଧର ମେହେର ଜୟନ୍ତୀ

 

ସଂସ୍କୃତ କଲେଜରେ ସଂସ୍କୃତ ଦିବସ ଓ ଗଙ୍ଗାଧର ମେହେର ଜୟନ୍ତୀ

---------------------------------------------

ବରପାଲି -୨୪/୮()ବରପାଲି ବ୍ଲକ୍ ଅନ୍ତର୍ଗତ ବିଜୟପଲ୍ଲୀ ଶ୍ରୀଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟଠାରେ ମହାବିଦ୍ୟାଳୟ ଓ ଲୋକଭାଷା ପ୍ରଚାରସମିତି ଓଡିଶାଶାଖା ଆନୁକୁଲ୍ଯରେ ସଂସ୍କୃତ ଦିବସ ଓ ଗଙ୍ଗାଧର ଜୟନ୍ତୀ ପାଳିତ ହୋଇଅଛି। ସର୍ବପ୍ରଥମେ ଦେବୀ ସରସ୍ଵତୀ ଓ ଗଙ୍ଗାଧର ମେହେରଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ପରେ ମହାବିଦ୍ୟାଳୟର ଅଧ୍ଯକ୍ଷ ତଥା ଲୋକଭାଷା ପ୍ରଚାର ସମିତିର ରାଜ୍ଯ ଉପାଧ୍ୟକ୍ଷ 

ଡ ବଦ୍ରିନାରାୟଣ ପୂଜାରୀଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ଯବକ୍ତା ଭାବରେ ସତଲମା ଉଚ୍ଚମାଧ୍ୟମିକ ବିଦ୍ୟାଳୟର ସଂସ୍କୃତ ଅଧ୍ଯାପକ ଶ୍ରୀଯୁକ୍ତ ଦେବାଶୀଷ ଦାଶ ଯୋଗଦାନ କରି ସଂସ୍କୃତର ମହନୀୟତା ଉପରେ ଆଲୋକପାତ କରିବା ସଙ୍ଗେ ସଙ୍ଗେ କବିଙ୍କ ସ୍ମୃତିଚାରଣ କରିଥିଲେ।ଅଧ୍ଯାପକ ଡ ରମେଶ ଚନ୍ଦ୍ର କର ସଭାର ଉଦ୍ଦେଶ୍ଯ ଜ୍ଞାପନ କରିଥିବା ବେଳେ ଅଧ୍ଯାପକ ରମାକାନ୍ତ ତ୍ରିପାଠୀ,ଡୋଳାମଣି ମାଝୀ, କାମପାଳ ପଣ୍ଡା,ଅଧ୍ଯାପିକା ମୌସୁମୀ ପୋଢ,ରୁବିତା ହୋତା ବକ୍ତବ୍ଯ ପ୍ରଦାନ କରିଥିଲେ। ପରେ ଛାତ୍ରଛାତ୍ରୀଙ୍କ ଦ୍ବାରା ଶ୍ଳୋକାବୃତ୍ତି,ନୃତ୍ଯ,କବିତାପାଠ ସହିତ ସଂସ୍କୃତ ଗୀତିନାଟ୍ଯ ପରିବେଷଣ ହୋଇଥିଲା। କାର୍ଯ୍ୟକ୍ରମକୁ ଅକ୍ଷୟ ଭୋଇ, ନେପାଳ ବାରିକ, ଶୁଭମ୍ ପଧାନ,କାର୍ତ୍ତିକ ଭୋଇ, ଛାତ୍ରୀ ସମୀକ୍ଷା ଓ ସୀମା ସହଯୋଗ କରିଥିବା ବେଳେ ଅଧ୍ଯାପିକା ଦୀପାଳି ସାହୁ ଧନ୍ଯବାଦ ଅର୍ପଣ କରିଥିଲେ।

Comments

Popular posts from this blog

ସାଂସଦ ଓ ବିଧାୟକ ଙ୍କ ବରପାଲି ଗସ୍ତ

ନଗର ଯାଦବ ସମାଜ ପକ୍ଷରୁ ନୂତନ କର୍ମକର୍ତ୍ତା ଚୟନ

ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ରେ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ