ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ମହାପ୍ରଭୁ ଙ୍କ ଠାରେ ନୂଆଁଖାଇ ଲାଗି ଧାର୍ଯ୍ୟ ହେଲା ଲଗ୍ନ


ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ମହାପ୍ରଭୁ ଙ୍କ ଠାରେ ନୂଆଁଖାଇ ଲାଗି ଧାର୍ଯ୍ୟ ହେଲା ଲଗ୍ନ ।

 ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଓ ପବିତ୍ର ତୀର୍ଥ କ୍ଷେତ୍ର ବରଗଡ ଜିଲ୍ଲା ଶ୍ରୀ ଶ୍ରୀ ନୃସିଂହନାଥ ପୀଠରେ ବିରାଜମାନ ମହାପ୍ରଭୁ ମାର୍ଜ୍ୟରକେଶରୀ ଙ୍କ ନିକଟରେ ନବାନ୍ନ ଭୋଗ ଅର୍ପଣ କରିବା ପାଇଁ ହୋଇଛି ଧାର୍ଯ୍ୟ ଲଗ୍ନ। ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ପରିସରରେ ସ୍ଥାନୀୟ ପଣ୍ଡିତ ମହାସଭା ଓ ନୃସିଂହନାଥ ପ୍ରଶାସନ ଦ୍ୱାରା କରାଯାଇଛି ଲଗ୍ନ ଧାର୍ଯ୍ୟ।

 ସୂଚନା ମୁତାବକ ଆସନ୍ତା ସେପ୍ଟେମ୍ବର ମାସ ୮ ତାରିଖ ରବିବାର ଦିନ ସକାଳ ୯ ଘଣ୍ଟା ୯ ମିନିଟ ୩୩ ସେକେଣ୍ଡ ରୁ ୯ ଘଣ୍ଟା ୨୪ ମିନିଟ ୧୮ ସେକେଣ୍ଡ ମଧ୍ୟରେ ରୀତିନୀତି ଅନୁସାରେ ମହାପ୍ରଭୁ ଓ ପାର୍ଶ୍ୱ ଦେବାଦେବୀ ମାନଙ୍କ ନିକଟରେ ନବାନ୍ନ କରାଯିବ ଅର୍ପଣ ।

ଏହି ମହାପ୍ରଭୁ ମାର୍ଯାରକେଶରୀ ଙ୍କୁ ନବାନ୍ନ ଲାଗି ହେଲା ପରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତମାନେ ଏକାଠି ନବାନ୍ନ ଭକ୍ଷଣ କରୁଥିବା ରହିଥାଏ ପରମ୍ପରା।

Comments

Popular posts from this blog

ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ବିଶ୍ଵ ପରିବେଶ ଦିବସ ପାଳିତ

ନିଟ୍ (ୟୁଜି-ମେଡିକାଲ) ପରୀକ୍ଷା ୨୦୨୫ରେ ବରଗଡ଼ କ୍ରୀଷ୍ଣା ବିକାଶ, ସଫଳତା

ବରପାଲି ରେ ସେବା ସପ୍ତାହ ଆଜି ଉଦଯାପିତ