ବରପାଲି ରେ ଘନ ଘନ ଚୋରୀ - ଧନ ଜୀବନ ଅସୁରକ୍ଷିତ


 ବରପାଲି ରେ ଘନ ଘନ ଚୋରୀ - ଧନ ଜୀବନ ଅସୁରକ୍ଷିତ ।


ବରପାଲି ଥାନା ଅଞ୍ଚଳ ରେ ଘନ ଘନ ଚୋରୀ ହେବା ସହିତ ଚୋର କି ଚୋରୀ ସାମଗ୍ରୀ ଜବତ ନ ହେବାରୁ ଜନ ସାଧାରଣ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି ।

ଗତ କାଲି ରାତି ରେ ବରପାଲି ଥାନା ରୁ ମାତ୍ର ପ୍ରାୟ୧୦୦ ମିଟର ଦୂର ରେ ହସ୍ପିଟାଲ ଛକ ରେ ଏକ ମୋବାଇଲ୍ ମରାମତି ଦୋକାନ ରୁ ତାଲା ଭାଙ୍ଗି ଚୋରୀ ହୋଇଛି । ଦୋକାନ ମାଲିକ ରାଜୁ ମେହେର ଏନେଇ ବରପାଲି ଥାନା ରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ତାଙ୍କ ଦୋକାନ ର ଚାରୋଟି ତାଲା ଭାଙ୍ଗି ମରାମତି ପାଇଁ ଆସି ଥିବା ୨୦ ଟି ମୋବାଇଲ ଫୋନ୍ ସହ ଦୋକନ ରେ ଥିବା ଏକ ହଜାର ଟଙ୍କା ଚୋରୀ ହେବା ନେଇ ସେ ଥାନା ରେ ଅଭିଯୋଗ କରିଛନ୍ତି।

ଏହା ବ୍ୟତୀତ ବହୁ ବଡ ବଡ ଚୋରୀ ମାନ ଘଟୁଛି। ଗତ ଜୁନ ୧୦ ତାରିଖ ଦିନ ବରପାଲି ୱାର୍ଡ ନମ୍ବର ୭ର ବାସିନ୍ଦା ପାର୍ବତୀ ଦାଶ ଙ୍କ ଘରୁ ଏକ ବଡ ଧରଣ ର ଚୋରୀ ହୋଇଛି ।ସେ ସମୟ ଶୀତଳ ଷଷ୍ଠୀ ଯାତ୍ରା ର ଏକ ଶୋଭାଯାତ୍ରା ଦେଖିବା ପାଇଁ ରାତ୍ର ରେ  ମୁଖ୍ୟ ଫାଟକ ରେ ତାଲା ଦେଇ କିଛି ସମୟ ପାଇଁ ଯାଇ ଫେରିବା ବେଳେ ଚୋର ଘରେ ପଶି ହାତ ସଫା କରି ଦେଲେ । ଚୋର ମାନେ ୨୦ ତୋଳା ସ୍ଵର୍ଣ୍ଣ ଅଳଙ୍କାର , ପାଟ ଶାଢ଼ୀ ସହ ନଗଦ ଟଙ୍କା ମଧ୍ୟ ନେଇ ଯାଇଥିଲେ । ଏନେଇ ସେମାନେ ବରପାଲି ଥାନା ରେ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ । ବରପାଲି ପୋଲିସ ତାଙ୍କ ଅଭିଯୋଗ ଉପରେ (କେସ ନମ୍ବର ୧୯୨/୨୪) ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି । ଏନେଇ ସେମାନେ ବରପାଲି ଥାନା କୁ ବାରମ୍ବାର ଆସି ନିରାଶ ହେବା ପରେ ବରଗଡ଼ ପୋଲିସ ଏସପି ଙ୍କୁ ମଧ୍ୟ ସାକ୍ଷାତ କରି ଏବେ ଚୁପ୍ ହେଇ ବସିଛନ୍ତି । ସେହିପରି କପିଳେଶ୍ଵର ନଗର ର ବାସିନ୍ଦା ପ୍ରକାଶ ଥଇତ ଗତ ୧୭ ତାରିଖ ଦିନ ସକାଳ ୧୧ରୁ ସନ୍ଧ୍ୟା ୮ ଟା ପାଇଁ ଘରେ ତାଲା ଦେଇ ଯାଇ ଫେରି ଦେଖିଲା ବେଳ କୁ ଘର ତାଲା ଭାଙ୍ଗି ଆଲମାରୀ ରୁ ସୁନା ଚେନ୍, ସୁନା ଚୁଡ଼ି, ହାର, ସୁନା ଶଙ୍ଖା ଆଦି ସ୍ଵର୍ଣ୍ଣ ଅଳଙ୍କାର ଓ ରୌପ୍ୟ ଅଳଙ୍କାର ସହ ଘରେ ଥିବା ନଗଦ ୫୦ ହଜାର ଟଙ୍କା ଚୋରୀ ହୋଇ ଯାଇଛି । ଏନେଇ ବରପାଲି ଥାନା ରେ ଏକ ଲିଖିତ ଅଭିଯୋଗ କରିବା ପରେ ପୋଲିସ (କେସ ନମ୍ବର- ୨୫୩/୨୪)ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି। ବରପାଲି ଏନ୍ ଏ ସି ଗଲି ରୁ ନିକଟ ଅତୀତ ରେ ଏକ ବାଇକ୍ ଚୋରୀ ଘଟଣା ମଧ୍ୟ ଥାନା ରେ ଅଭିଯୋଗ ହୋଇଛି ।ବାଇକ୍ ଚୋରୀ, ମୋବାଇଲ୍ ଫୋନ୍ ଚୋରୀ ବରପାଲି ର ଦୈନନ୍ଦିନ ଘଟଣା ହୋଇ ଗଲାଣି । ପୋଲିସ କୁ କିଛି ସଫଳତା ମିଲୁ ନ ଥିବାରୁ ବହୁ ଲୋକ ଥାନା ରେ ଅଭିଯୋଗ ମଧ୍ୟ କରୁ ନାହାନ୍ତି । ବରପାଲି ବରଗଡ଼ ଜାତୀୟ ରାଜପଥରେ ଏକ ଡ୍ରାଇଭିଂ ଟ୍ରେନିଂ କାର୍ ର ବ୍ୟାଟେରୀ ଚୋରୀ ହୋଇଛି । ଏହିପରି ଛୋଟ ବଡ ଚୋରୀ ଘଟଣା ସହ ପୋଲିସ କୁ କିଛି ସଫଳତା ମିଳୁ ନ ଥିବାରୁ ଲୋକେ ଆତଙ୍କିତ ଅବସ୍ଥା ରେ ରହିଛନ୍ତି । ରାତ୍ର ପେଟ୍ରୋଲିଂ ବ୍ୟବସ୍ଥା କୁ କଡା କଡି କରିବା ସହ ପୋଲିସ କୁ ଅଧିକ ସକ୍ରିୟ ହେବାର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ମହଲ ରେ ଦାବୀ ହେବା ସହ ପୋଲିସ ବିଭାଗ ତଥା ସରକାର ଙ୍କ ଗୃହ ବିଭାଗ ଏଥି ପ୍ରତି ଦୃଷ୍ଟି ଦେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବୀ ହୁଏ ।

Comments

Popular posts from this blog

ସାଂସଦ ଓ ବିଧାୟକ ଙ୍କ ବରପାଲି ଗସ୍ତ

ନଗର ଯାଦବ ସମାଜ ପକ୍ଷରୁ ନୂତନ କର୍ମକର୍ତ୍ତା ଚୟନ

ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ରେ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ