ଜାତୀୟ ମହାକାଶ ଦିବସ ପାଳିତ


 ଜାତୀୟ ମହାକାଶ ଦିବସ ପାଳିତ


ଗାଇସିଲେଟ (୨୩/୦୮୨୦୨୪) ଗାଇସିଲେଟ ବ୍ଳକର ପିପିପି ହାଇସ୍କୁଲ ବରିହାପୁଖାପାଣିରେ  ଆଜି ଚନ୍ଦ୍ରଯାନ-୩ ଉତକ୍ଷେପଣର ଗୋଟିଏ ବର୍ଷ ପୂରଣ ଉପଲକ୍ଷେ ଜାତୀୟ ମହାକାଶ ଦିବସ ୨୦୨୪ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ  ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ତୃତା, ଚିତ୍ରାଙ୍କନ ଆଦି ପ୍ରତିଯୋଗୀତା ମାନ ଅନୁଷ୍ଠିତ ହୋଇଥିଲା । ପ୍ରଧାନ ଶିକ୍ଷକ ମୋହନ ରଣାଙ୍କ ସଭାପତିତ୍ବ ଅନୁଷ୍ଠିତ ସଭାରେ ବିଜ୍ଞାନ ଶିକ୍ଷକ ଗଙ୍ଗାଧର କୁମ୍ଭାର ଦିବସର ବିଶେଷତ୍ଵ ଆଲୋଚନା କରି ଚନ୍ଦ୍ରଯାନ -୩ ଉତକ୍ଷେପଣର ବିଭିନ୍ନ ଚିତ୍ର ଓ ଭିଡ଼ିଓ ପ୍ରଦର୍ଶନ କରିଥିଲେ। ଛାତ୍ରଛାତ୍ରୀମାନେ ଏହି ଚନ୍ଦ୍ରଯାନର ଏକ ମଡେଲ ଉପସ୍ଥାପନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷକ ଅରକ୍ଷିତ ବାରିକ,ସୁରଥ ଭୋଇ, ରବିନାରାୟଣ ବେହେରା ଆଦି ସହଯୋଗିତା କରିଥିବାବେଳେ ହିନ୍ଦୀ ଶିକ୍ଷକ ଅଶ୍ଵିନୀ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

Comments

Popular posts from this blog

ଅନ୍ତ୍ୟୋଦୟ ଗୃହ ଯୋଜନା ଶୁଭାରମ୍ଭ

ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ବିଶ୍ଵ ପରିବେଶ ଦିବସ ପାଳିତ

ନିଟ୍ (ୟୁଜି-ମେଡିକାଲ) ପରୀକ୍ଷା ୨୦୨୫ରେ ବରଗଡ଼ କ୍ରୀଷ୍ଣା ବିକାଶ, ସଫଳତା