ସ୍ବେଚ୍ଛାକୃତ ରକ୍ତଦାନ ଶିବିର


ସ୍ବେଚ୍ଛାକୃତ ରକ୍ତଦାନ ଶିବିର

ବରପାଲି: ୨୫/୮ (ଚିତ୍ତରଞ୍ଜନ ସାହୁ) ପଶ୍ଚିମ ଓଡ଼ିଶା ଯୁବାମଞ୍ଚ ଅନୁଷ୍ଠାନ ର ଅଷ୍ଟମ ବାର୍ଷିକୋତ୍ସବ ଅବସରରେ ମହୋତ୍ସବ  ବରପାଲି ଜଗଦମ୍ବା କ୍ଲବ୍ ଓ ପଶ୍ଚିମ ଓଡ଼ିଶା ଯୁବାମଞ୍ଚ ପକ୍ଷରୁ ତହସିଲ ଛକ ଜଗଦମ୍ବା କ୍ଲବ୍ ପରିସରରେ  ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।  ଏହି ଶିବିରରେ  ମୁଖ୍ୟ ଅତିଥି ଭାବେ ବରପାଲି ବିଜ୍ଞାପିତ ଅଞ୍ଚଳର ପରିଷଦ ଅଧକ୍ଷ ଦିନେଶ ଗହିର, ବୁର୍ଲା ଭିମସା ରକ୍ତ ଭଣ୍ଡାର ର ମୁଖ୍ୟ ଡ଼ ରାଧାମୋହନ ଘଢେଇ,ଙ୍କ ସହ ଟେକିନିସିଆନ୍ ଦେବାଶିଷ ମିଶ୍ର ଯୋଗ ଦେବା ସହ ବିଭିନ୍ନ କର୍ମଚାରୀ ମାନେ ମଧ୍ୟ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ବରପାଲି ଶାଖା ଯୁବା ମଞ୍ଚର ର ସଭ୍ୟ ମାନେ

ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ମୋଟ ୬୫ଜଣ ସ୍ବେଚ୍ଛାକୃତ ରକ୍ତଦାତା ରକ୍ତଦାନ କରିଥିଲେ । ଭୀମସା ରକ୍ତ ଭଣ୍ଡାର ଟିମ ରକ୍ତ ସଂଗ୍ରହ କରିଥିବା ବେଳେ ଯୁବ ମଞ୍ଚର କର୍ମ କର୍ତ୍ତା ମଧ୍ୟରେ ଅନୁରାଗ ସେଠ୍,  ଆଜାଦ ତ୍ରିପାଠୀ, ଆଲୋକ ଦାଶ, ସତ୍ୟମ ପୃଷ୍ଟି, ବିବୁଲୁ ତଂଡ଼କାର, ବିନୋଦ ବାଗ, ହିମାଂଶୁ ସାହୁ,ଆକାଶ,ରିତେଶ,ରବି,ଅଚ୍ୟୁତ ଏବଂ ଜଗଡମ୍ବା କ୍ଳବ୍ ର ଚିତ୍ତରଞ୍ଜନ ସାହୁ, ସୁଶିଲ ଶତପଥୀ,ବୁଲୁ ଦାସ,ରୋହିତ ରାଉତ,ପ୍ରମୋଦ ଗହିର,ପ୍ରମୁଖ ଉକ୍ତ ଶିବିରକୁ ସହଯୋଗ କରିଥିଲେ ।ଉକ୍ତ ଉତ୍ସବ ରେ ଅତିଥି ଭାବେ ପ୍ରଦ୍ୟୁମ୍ନ ତ୍ରିପାଠୀ,ଆନନ୍ଦ ବାବୁ,ଗୌରହରି ମିଶ୍ର ପ୍ରମୁଖ ଯୋଗଦାନ କରିଥିଲେ।

Comments

Popular posts from this blog

ଜଗବନ୍ଧୁ ଦାସ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ବାର୍ଷିକ କ୍ରୀଡ଼ା ଉତ୍ସବ

ହରି ହର ଭେଟ ପାଇଁ ପ୍ରସ୍ତୁତି ବୈଠକ

ଜିଲ୍ଲା ସ୍ତରୀୟ ରେଡକ୍ରସ ଶିବିର ଉଦଘାଟିତ