ଯାଦବ ସମାଜ ପକ୍ଷରୁ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ଆରମ୍ଭ


 ଯାଦବ ସମାଜ ପକ୍ଷରୁ

ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ଆରମ୍ଭ ।


ବରପାଲି ତା ୨୫-୦୮ (ଚିତ୍ତରଞ୍ଜନ ସାହୁ)

ବରଗଡ ଜିଲ୍ଲା ବରପାଲି ବ୍ଲକ ଯାଦବ ସମାଜ ଆନୁକୁଲ୍ୟରେ ତିନି ଦିନ ବ୍ୟାପୀ ହେବାକୁ ଥିବା ସାର୍ବ ଜନୀନ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ଆଜି ରବିବାର ଉଦଘାଟିତ ହୋଇଛି।

ସ୍ଥାନୀୟ ଗଙ୍ଗାଧର କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ଏହି ଉତ୍ସବ ରେ ରବିବାର ଅଧିବାସ ପୂଜାର୍ଚ୍ଚନା ହୋଇଥିବା ବେଳେ  । କଲ୍ୟାଣ ମଣ୍ଡପ ରୁ ମହିଳା ମାନଙ୍କ ଏକ ବିରାଟ କଳସ ଶୋଭାଯାତ୍ରା ସହର ପରିକ୍ରମା କରି ସ୍ଥାନୀୟ ଗହିର ବନ୍ଦ ଠାରେ ପୂଜାର୍ଚ୍ଚନା କରିଥିଲେ ଏବଂ ଶୋଭାଯାତ୍ରା ରେ ଦୁଲ୍ ଦୁଲି ବାଜା, ବ୍ୟାଣ୍ଡ ବାଜା ଆଦି ସାମିଲ ଥିଲେ । ସନ୍ଧ୍ୟା ରେ ବିଭିନ୍ନ ସଂଗଠନ ପକ୍ଷରୁ ଭଜନ ପରିବେଷଣ କରାଯାଇଛି ।ଏଥିରେ ପଶ୍ଚିମ ଓଡ଼ିଶା ତଥା ବରପାଲି ର ବହୁ କଳାକାର ଭଜନ ପରିବେଷଣ କରିଥିଲେ।ଏହି ଅବସର ରେ ପ୍ରତ୍ୟହ ଭଜନ, ପ୍ରବଚନ ଆଦି ପରିବେଷଣ କରାଯିବ ବୋଲି କମିଟି  ସଦସ୍ୟ ଅକ୍ଷୟ ଭୋଇ ସୂଚନା ଦେଇଛନ୍ତି।

Comments

Popular posts from this blog

ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ରେ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ

ଜଗବନ୍ଧୁ ଦାସ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ବାର୍ଷିକ କ୍ରୀଡ଼ା ଉତ୍ସବ

ହରି ହର ଭେଟ ପାଇଁ ପ୍ରସ୍ତୁତି ବୈଠକ